ଗଣେଶ ପୂଜା ପାଳିତ

 ସମ୍ବଲପୁର :   ବିଦ୍ୟାଦାତା ଶ୍ରୀଗଣେଶଙ୍କ ପୂଜା ଆରାଧନା ପାଇଁ ସମ୍ବଲପୁର ଜିଲ୍ଲାର ପୁରପଲ୍ଲୀ ଉତ୍ସବମୁଖର ହୋଇ ଉଠିଛି ।  ଚଳିତବର୍ଷ କ୍ଷେତରାଜପୁରର ନଟରାଜ କ୍ଲବ ୫୦ବର୍ଷରେ ପଦାର୍ପଣ କରିଛି । ୨୮ଫୁଟ ଉଚ୍ଚତାର ଗଣେଶ ମୂର୍ତ୍ତି  ନିର୍ମାଣ ହୋଇଛି । ୧୫୦୦କିଗ୍ରା  ସେଓ ବ୍ୟବହାର କରି ଏହାକୁ  ତିଆରି କରାଯାଇଛି । ଏହି ସମସ୍ତ ବ୍ୟବହୃତ ସେଓ ହିମାଚଳ ପ୍ରଦେଶରୁ ଅଣାଯାଇଛି । ସେହିପରି ବରେଇପାଲି ଛକରେ ଏୟାର ଇଣ୍ଡିଆର ବିମାନରେ ଶ୍ରୀ ଗଣେଶ ପୂଜା ପାଉଛନ୍ତି । ଏଥିସହ ଗେଇଟି  ରୋଡ଼, କ୍ଷେତରାଜପୁର ବିହାରୀପଡ଼ା, ବାଲିବନ୍ଧା, କଲେଜ ରୋଡ଼, ନନ୍ଦପଡ଼ା, ଝାଡ଼ୁଆପଡ଼ା, ବୈଦ୍ୟନାଥ ଛକ, କୁଞ୍ଜେଲପଡ଼ା, ଫାର୍ମ ରୋଡ଼ ଆଦି ସ୍ଥାନରେ ମଧ୍ୟ ଗଣେଶ ପୂଜା ଯାକଜମକ ସହକାରେ ପାଳନ କରାଯାଉଛି । ମୁଖ୍ୟ ରାସ୍ତାରେ ରଙ୍ଗୀନ ତଥା ଇଲେକ୍ଟ୍ରୋନିକ୍ସ ଆଲୋକମାଳା ଓ ବିଭିନ୍ନ ମୋଡ଼େଲ ସ୍ଥାପନ କରାଯାଇଛି ।  ବାଲିବନ୍ଧାର ସୋମନାଥ ବାବା ମନ୍ଦିର ପରିସର, ଗେଇଟି ରୋଡର ଧର୍ମଶାଳା ଏବଂ ସମ୍ବଲପୁର ପ୍ରେସ କ୍ଲବ ଠାରେ ପ୍ରତିଷ୍ଠିତ ଗଣେଶ ମନ୍ଦିରରେ ମଧ୍ୟ ଅଗ୍ରପୂଜ୍ୟଙ୍କ ପୂଜା ସହ ହୋମ କରାଯାଇଥିଲା । ଏହି ଅବସରରେ ବିଭିନ୍ନ ସ୍ଥାନରେ ଭଜନ ଓ ଅର୍କେଷ୍ଟ୍ରାର ଆୟୋଜନ କରାଯାଇଛି ।