ଅଖିଳ ଭାରତୀୟ ସଂସ୍କୃତି ଜ୍ଞାନର ପରୀକ୍ଷା

 ବେତନଟୀ: ବେତନଟୀ ବିଦ୍ୟା ବିହାର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ଅଖିଳ ଭାରତୀୟ ସଂସ୍କୃତି ଜ୍ଞାନର ପରୀକ୍ଷା ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ଲକ୍ଷ୍ମୀଧର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ପରୀକ୍ଷାରେ ବିଦ୍ୟାଳୟ ପକ୍ଷରୁ ମୋଟ ୫୮ ଜଣ ଛାତ୍ରଛାତ୍ରୀ ଅଭିଭାବକ, ଅଭିଭାବିକା ତଥା ସ୍ଥାନୀୟ ଶିକ୍ଷା ଓ ସଂସ୍କୃତି ସମ୍ପନ୍ନ ପ୍ରେମୀମାନେ ଅଂଶଗ୍ରହଣ କରିଥିବାବେଳେ ପ୍ରବେଶିକାରେ ୫୨ ଜଣ, ମଧ୍ୟମାରେ ତିନିଜଣ ଏବଂ ଉତ୍ତମାରେ ତିନିଜଣ ଅଂଶଗ୍ରହଣ କରିଥିଲେ । ଏହି ସଂସ୍କୃତି ଜ୍ଞାନ ପରୀକ୍ଷାକୁ ଗୁରୁମା ହିମାଦ୍ରୀ ଭୋଇ ଏବଂ ରାଜଶ୍ରୀ ଦୁର୍ଗା ପରିଚାଳନା କରିଥିଲେ । ଏହି ବିଦ୍ୟାଳୟର ସମ୍ପାଦକ ପ୍ରକାଶ ବେହେରା, ସଭାପତି ସତିଶ କୁମାର ସାହୁ, ସହ ସମ୍ପାଦକ ରତିକାନ୍ତ ନାଏକ, ଉପସଭାପତି ମନୋରଞ୍ଜନ ଦାସ, କୋଷାଧ୍ୟକ ଅଞ୍ଜନ କୁମାର ଜେନା ଏବଂ ବରିଷ୍ଠ ସଦସ୍ୟା ରଞ୍ଜିତା କର ପ୍ରମୁଖ ଯୋଗ ଦେଇ ମାର୍ଗଦର୍ଶନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ବିଦ୍ୟାଳୟର ଆଚାର୍ଯ୍ୟ ଦାଶରଥି ମାଝୀ, ବସନ୍ତ କୁମାର ମହାନ୍ତ, ଇନ୍ଦ୍ରଜିତ ଜେନା, ଦୀପକ କୁମାର ଦାସ, ଅଜୟ କୁମାର ସେନାପତି, ଦୀନବନ୍ଧୁ ମହାନ୍ନା, ସଚ୍ଚିକାନ୍ତ ଦ୍ୱିବେଦୀ, ଭାରତୀ ମହାନ୍ତ, ମମତାମୟୀ ମହାନ୍ତ, ସୁଜାତା ପାତ୍ର, ରାଜଶ୍ରୀ ଦାସ, ନିହାରିକା କର ଓ ବିଦ୍ୟାଳୟର ଅନ୍ୟ ସହକର୍ମୀମାନେ ପରୀକ୍ଷା ପରିଚାଳନାରେ ସହଯୋଗ କରିଥିଲେ ।