ଜଟିଳ ହେଉଛି ଟ୍ରାଫିକ୍ ସମସ୍ୟା
ନୂଆପଡ଼ା : ନୂଆପଡା ଜିଲ୍ଲାର ଖଡ଼ିଆଳ ଏକ ପୁରୁଣା ଓ ଐତିହାସିକ ସହର ହୋଇଥିôବାବେଳେ ଏଠାରେ ଜଟିଳ ହେଉଛି ଟ୍ରାଫିକ୍ ସମସ୍ୟା । ଯାନବାହାନ ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଥିବାବେଳେ ଟ୍ରାଫିକ ବ୍ୟବସ୍ଥା ନଥିବାରୁ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଦୀର୍ଘ ଦିନରୁ ଟ୍ରାଫିକ ପୋଷ୍ଟ ପାଇଁ ସହରବାସୀ ଦାବି କରି ଆସୁଥିବାବେଳେ ପ୍ରଶାସନ ଏହି ଦାବିକୁ ନଜର ଅନ୍ଦାଜ କରୁଛି । ଏପରିକି ଟ୍ରାଫିକ ବ୍ୟବସ୍ଥା ନଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଛି । ଏବଂ ଦୁର୍ଘଟଣା ହେଲେ ରାସ୍ତା ଅବରୋଧ, ଆନେ୍ଦାଳନ ଆଦି କରି ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଲୋକେ ଦାବି କରୁଛନ୍ତି, ପ୍ରଶାସନ କିନ୍ତୁ ପ୍ରତିଶ୍ରୁତି ଦେଇ ଭୁଲିଯାଉଛି । ଖରିଆଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ହୋଇଥିବାବେଳେ ଏଠାରେ ବ୍ଲକ କାର୍ଯ୍ୟାଳୟ ମଧ୍ୟ ରହିଛି । ଏଠାରେ ଦଶରୁ ଊଦ୍ଧ୍ୱର୍ କଲେଜ୍, ପନ୍ଦରରୁ ଊର୍ଦ୍ଧ୍ୱ ବେସରକାରୀ ବିଦ୍ୟାଳୟ, ସବ ଡିଭିଜନ ହସ୍ପିଟାଲ, ମିଶନ ହସ୍ପିଟାଲ ସମେତ ଅନେକ ସରକାରୀ କାର୍ଯ୍ୟାଳୟ ରହିଛି । ଖଡ଼ିଆଳ ସହରର ଜନସଂଖ୍ୟା କୋଡ଼ିଏ ହଜାରରୁ ଉର୍ଦ୍ଧ୍ୱ । ନୂଆପଡ଼ା ଜିଲ୍ଲା ସମେତ ପଡୋଶୀ ବଲାଙ୍ଗୀର ଜିଲ୍ଲା, କଳାହାଣ୍ଡି ଜିଲ୍ଲାର ଅନେକ ଗ୍ରାମବାସୀ, ଏପରିକି ସୀମାବର୍ତ୍ତୀ ଛତିଶଗଡ ରାଜ୍ୟର ଲୋକେ ମଧ୍ୟ ସ୍ୱାସ୍ଥ୍ୟ, ଶିକ୍ଷା, ବାଣିଜ୍ୟ ଆଦି କାମରେ ଖଡ଼ିଆଳ ଆସିଥାନ୍ତି । ଖଡ଼ିଆଳ ଠାରୁ ରାଜ୍ୟ ରାଜପଥ ଓ ଜାତୀୟ ରାଜପଥ ଯାଇଥିବାରୁ ଓଡ଼ିଶାର ବିଭିନ୍ନ ଜିଲ୍ଲା ସମେତ ଗୋପାଳପୁର ଓ ଛତିଶଗଡ, ମଧ୍ୟପ୍ରଦେଶ ଆଦି ରାଜ୍ୟକୁ ଗମନାଗମନ ବ୍ୟବସ୍ଥା ରହିଛି । ଜୈନିକ ହଜାର ହଜାର ଯାନବାହାନ ସହର ଦେଇ ଯାତାୟାତ କରିଥାଏ । ହେଲେ ଏହା ସତ୍ତ୍ୱେ ଏଠାରେ କୌଣସି ଟ୍ରାଫିକ୍ ବ୍ୟବସ୍ଥା ନଥିବାରୁ ଖଡ଼ିଆଳ ଥାନାର କିଛି ହୋମଗାର୍ଡ ଟ୍ରାଫିକ ନିୟନ୍ତ୍ରଣ କରୁଥିବା ଦେଖାଦେଉଛି । ଟ୍ରାଫିକ ନିୟନ୍ତ୍ରଣ ପାଇଁ ଏକ ବାଇପାସ୍ ରୋଡ ପାଇଁ ମଧ୍ୟ ଅଞ୍ଚଳବାସୀଙ୍କ ଅନେକ ଦିନର ଦାବିକୁ ସରକାର ଅଣଦେଖା କରୁଛନ୍ତି । ଏ ନେଇ ଅନେକ ଥର ଗତ କିଛିଦିନ ତଳେ ବଦଳି ହୋଇଥିବା ନୂଆପଡ଼ା ଏସ୍ପିଙ୍କୁ ପଚାରା ଯାଇଥିଲା । ସେ ଖଡ଼ିଆଳ ସହରରେ ସିସି କ୍ୟାମେରା ସବୁ ଲାଗିଛି ଓ ଆଗକୁ ଟ୍ରାଫିକ ପୋଷ୍ଟ ସହ ଟ୍ରାଫିକ ପୁଲିସ ବ୍ୟବସ୍ଥା କରାଯିବ ବୋଲି କହିଥିଲେ । ହେଲେ ବର୍ତ୍ତମାନ ଜଣେ ନୂଆ ଏସ୍ପି ଯୋଗ ଦେଇଛନ୍ତି । ସେ କ’ଣ ପଦକ୍ଷେପ ନେଉଛନ୍ତି, ଦେଖିବାକୁ ବାକି ରହିଲା ।