ବାଣପୁର ମୁକ୍ତି ଦିବସ ସମାରୋହ ଉଦ୍ୟାପିତ
ବାଣପୁର : ବାଣପୁର ମୁକ୍ତି ଦିବସ ସମାରୋହ କବିତା ପାଠୋତ୍ସବ ଓ ଆଲୋଚନାଚକ୍ର ଉଦ୍ୟାପିତ ହୋଇଛି । ଐତିହାସିକ ପଲଟଣ ପଡ଼ିଆର ଛାୟା ମଣ୍ଡପଠାରେ ମୁକ୍ତି ଦିବସ ସ୍ମୃତିକମିଟି ସମ୍ପାଦକ ଶିକ୍ଷାବିତ୍ ବାଳମୁକୁନ୍ଦ ଦାସଙ୍କ ପରିଚାଳନାରେ ଆୟୋଜିତ ସମାରୋହରେ ସ୍ଥାନୀୟ ଅଞ୍ଚଳର ଶିକ୍ଷାବିତ୍ ଅଧ୍ୟାପକ ସଂଗ୍ରାମ କେଶରୀ ସାହୁ, ଆଡ଼ଭୋକେଟ୍ ମୁରଲୀଧର ସାମନ୍ତ ସିଂହାର, ଡ. ନୃସିହଚରଣ ପ୍ରଧାନ, ଅଧ୍ୟାପକ ଲକ୍ଷ୍ମୀପ୍ରସାଦ ମିଶ୍ର, ନାଟ୍ୟକାର ଭିକାରୀଚରଣ ପ୍ରଧାନ, ସଂଗଠକ ନନ୍ଦକିଶୋର ମିଶ୍ର, ସମାଜସେବି ସଂଧ୍ୟାଦେବୀ, ଅନନ୍ତଚରଣ ଖଟେଇ, କବୟିତ୍ରୀ ରୋଜାଲିନ୍ ମିଶ୍ର, ଅଧ୍ୟାପକ ସର୍ବେଶ୍ୱର ଷଡ଼ଙ୍ଗୀ, ଶିକ୍ଷାବିତ୍ ଲକ୍ଷ୍ମୀଚରଣ ପ୍ରଧାନ, ଶିଶିର ଦାସ, ବୈରାଗୀ ଚରଣ ବଳ, ମାଧବଚନ୍ଦ୍ର ବାରିକ୍, ଜୟକୃଷ୍ଣ ଦାସ, ସୁରେଶ ଚନ୍ଦ୍ର ପରୀଡ଼ା, ପ୍ରଭାତ ବେହେରା, ସୁଶାନ୍ତ ଦାସ, ବ୍ରଜକିଶୋର ଜେନା, ରମେଶ ମହାପାତ୍ର, ମନୋରଞ୍ଜନ ଦାଶ, ନବକିଶୋର ପ୍ରଧାନ, ଉମାକାନ୍ତ ସାହୁ ପ୍ରମୁଖ ଯୋଗଦେଇ ସହିଦ କୃତ୍ତିବାସ ପାଟ୍ଟଶାଣୀଙ୍କ ବାଣପୁରର ସ୍ୱାଧୀନତା ପାଇଁ ତ୍ୟାଗବଳିଦାନ ପ୍ରତି ଅଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପଲଟଣ ପଡ଼ିଆରେ ସହୀଦପାଟ୍ଟଶାଣୀଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ହୋଇଛି । ପାଇକ ଶ୍ରେଷ୍ଟ ଦଳବେହେରା ଦୀନବଂଧୁ ସାମନ୍ତରାୟ ମହାରଥାଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ବାଣପୁରର୧୮୧୭ ପ୍ରଥମ ପାଇକ ବିଦ୍ରୋହକୁ ଭାରତ ବର୍ଷର ପ୍ରଥମ ସ୍ୱାଧୀନତା ଅନେ୍ଦାଳନର ମାନ୍ୟତା ପ୍ରଦାନ ନିମନ୍ତେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବାକୁ ମତପ୍ରକାଶ ପାଇଥିଲା । ଚିଲିକା ସାହିତ୍ୟ ସମାଜର ସହ ସଂପାଦକ ରମେଶ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।