ଟଙ୍କପାଣି ଦେବୀଙ୍କ ଷୋଡ଼ଶ ପୂଜା ଆରମ୍ଭ
ବାଲିଅନ୍ତା : ରାଜଧାନୀ ଉପକଣ୍ଠ ବାଲିଅନ୍ତା ଟଙ୍କପାଣି ଗ୍ରାମରେ ବିରାଜମାନ ମା’ଟଙ୍କପାଣି ଦେବୀଙ୍କ ଷୋଡ଼ଶ ପୂଜା ଆରମ୍ଭ ହୋଇଯାଇଛି । ପୂଜା ପାଇଁ ମା’ଙ୍କ ପୀଠରେ ଶ୍ରଦ୍ଧାଳୁମାନଙ୍କର ଭିଡ଼ ଦେଖିବାକୁ ମିଳିଛି । ମୂଳାଷ୍ଟମୀ ଦିନ କୁଆଖାଇ ନଦୀରେ କୁମ୍ଭାଭିଷେକ କରାଯାଇ ପୂର୍ଣକୁମ୍ଭକୁ ଶ୍ରଦ୍ଧାଳୁଙ୍କ ଦ୍ୱାରା ସଙ୍କୀର୍ତ୍ତନ କରି ଶୋଭାଯାତ୍ରାରେ ମା'ଙ୍କ ପୀଠରେ ସ୍ଥାପନ କରାଯାଇଥିଲା । ରାତିରେ ମା’ଙ୍କ ମହାସ୍ନାନ ପରେ ଷୋଡ଼ଶ ପୂଜା କରାଯାଇ କାକରା, ଗଜାମୁଗ, ନଡ଼ିଆ, କଦଳୀ, ଆଦି ନୈବେଦ୍ୟ ଲାଗି କରାଯିବା ପରେ ଅନ୍ନପ୍ରସାଦ ଭୋଗ ଲାଗି ହୋଇଥିଲା । ମୂଳାଷ୍ଟମୀ ପର ଦିନ ଠାରୁ ଭୋର ସମୟରେ ମା'ଙ୍କ ସ୍ନାନ ପରେ ଚÿଣ୍ଡୀପାଠ ଓ ଅପରାହ୍ନରେ ପୁନଃ ସ୍ନାନ ପରେ ମନ୍ଦିର ପୁରୋହିତଙ୍କ ଦ୍ୱାରା ସ୍ୱତନ୍ତ୍ର ବେଶ କରାଯିବା ପରେ ଷୋଡ଼ଶ ଉପଚାର ପୂଜାର୍ଚ୍ଚନା କରାଯାଇଥାଏ । ପୂଜାଶେଷରେ ପୁନଃ ସ୍ନାନ ଓ ମାର୍ଜଣା କରାଯିବା ପରେ କ୍ଷୀରି, ପିଠା ଭୋଗ କରାଯାଏ । ମହାଷ୍ଟମୀ ଦିନ ଅଦ୍ଧ ରାତ୍ରରେ ମା’ଙ୍କ ସନ୍ଧି ପୂଜା ଓ ହୋମ କରାଯାଇ ପୂଜା ସମାପନ କରାଯିବ ବୋଲି ସୂଚନାମିଳିଛି ।