ଗଣେଶପୂଜାରେ ବେନାମୀ ଚାନ୍ଦା ଆଦାୟକୁ ବିରୋଧ

 ତାଳଚେର: ତାଳଚେର ପ୍ରସିଦ୍ଧ ଗଣେଶ ପୂଜା ଆଜକୁ ୭୫ବର୍ଷରୁ ଊଦ୍ଧ୍ୱର୍ ହେବ ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହୋଇ ଆସୁଥିବାବେଳେ ୯ଦିନ ବ୍ୟାପୀ ଅର୍ଥାତ୍ ଆରମ୍ଭ ଠାରୁ ବିସର୍ଜନ ପର୍ଯ୍ୟନ୍ତ ଲକ୍ଷଲକ୍ଷ ଲୋକଙ୍କ ସମାଗମ ହୋଇଥାଏ । ଏପରିକି ଗଣେଶପୂଜା ଭସାଣି ଶାନ୍ତିଶୃଙ୍ଖଳା କରିବା ନେଇ ୧୯୯୭ ମସିହାରେ କେନ୍ଦ୍ରୀୟ ଗଣେଶପୂଜା କମିଟି ଗଠନ କରାଯାଇଥିଲା । କେବଳ ଶାନ୍ତିଶୃଙ୍ଖଳା ନୁହେଁ ତାଳଚେର ସହର ଭିତରେ ହେଉଥିବା ସମସ୍ତ ପୂଜାକମିଟି ଗୁଡ଼ିକୁ ଏକ ସୂତ୍ରରେ ବାନ୍ଧି ରଖି ସମସ୍ତ ଭିତରେ ସମନ୍ୱୟ, ଭାଇଚାରା ବଜାୟ ରଖିବା ଏହି କମିଟିର ମୂଳଲକ୍ଷ୍ୟ ଥିଲା । ସେହି ସମୟରେ ଅର୍ଥର ଆବଶ୍ୟକତା ମାତ୍ର ବହୁତ କମ୍ ରହୁଥିଲା । ସର୍ବସାଧାରଣରେ ଶ୍ରୀ ଗଜାନନଙ୍କର ଆଜ୍ଞା ଲଡ଼ୁ ନିଲାମରୁ ଆସୁଥିବା ଅର୍ଥରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବିଭିନ୍ନ କମିଟି କରି ଆସୁଛି । ଏହି ଲଡ଼ୁରୁ ଅର୍ଥ କିଛି କିଛି ମଧ୍ୟ ପ୍ରତିବର୍ଷ ଗଚ୍ଛିତ ରହୁଥିଲା ଓ ବିଭିନ୍ନ ସ୍ଥାନାରୁ ଚାନ୍ଦା ସେହି ସମୟରେ ଅତି ନଗନ୍ୟ ଆସୁଥିଲା । ମାତ୍ର ୨୦୨୩ ଓ ୨୪ଠାରୁ ଏହି ପୂଜା ପାଇଁ ବିଭିନ୍ନ ସୂତ୍ରରୁ କିଛି ନଗଦ ରାଶି ଆସୁଥିବା ବେଳେ ଆଉ କିଛି ଅନଲାଇନ୍ ଓ ଚେକ ମାଧ୍ୟମରେ ଆସିଥାଏ । ମାତ୍ର ଯେଉଁ ରାଶି ହାତାହାତି ମିଳିଥାଏ, ସେହି ଅର୍ଥ ବାଟମାରଣା ହେଉଛି ବୋଲି ଅଭିଯୋଗ ହେଉଛି । ତେବେ ଲଡ଼ୁରୁ ମିଳୁଥିବା ପ୍ରଚୁର ଅର୍ଥ ପୂଜାରେ ଖର୍ଚ୍ଚ ହେଉଥିବାବେଳେ ଯେଉଁ ବେନାମୀ ଚାନ୍ଦା ଆସିଥାଏ ତାହାର ହିସାବ ଏବେ କାହା ନିକଟରେ ଅଛି ବୋଲି ଚର୍ଚ୍ଚା ଯୋର ଧରିଛି ଏବଂ ଏହାକୁ ଏବେ କିଏ ଭରଣା କରିବ ବୋଲି ଉଠିଛି ପ୍ରଶ୍ନ? ଏହା ଏକ ସର୍ବସାଧାରଣ ପୂଜା ହୋଇଥିବାବେଳେ ବିଶେଷ ଧ୍ୟାନ ଦେବା ସହ କେନ୍ଦ୍ରୀୟ ଗଣେଶପୂଜା କମିଟି ସଭାପତି ତଥା ତାଳଚେର ଉପଜିଲ୍ଳାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଥିବା ବେଳେ ଯେଉଁ ବାଦାନ୍ୟ ବ୍ୟକ୍ତି ମାନେ ପୂଜା ଉଦେ୍ଦଶ୍ୟରେ ଅର୍ଥରାଶି ଦେବାକୁ ଉଚ୍ଛା ପ୍ରକଟ କରୁଛନ୍ତି ତେବେ ସେମାନେ ଚେକ୍ କିମ୍ବା ଅନଲାଇନରେ ପୈଠ କରିବାକୁ ଉପଜିଲ୍ଲାପାଳ ପରାମର୍ଶ ଦିଅନ୍ତୁ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ।