‘ଗଣ୍ଡାବଧ’ ନାଟକ ମଞ୍ଚସ୍ଥ

 ଦଶପଲ୍ଲା : ଭାରତ ପ୍ରସିଦ୍ଧ ଦଶପଲ୍ଲାର ଐତିହସିକ ଲଙ୍କାପୋଡି ଯାତ୍ରାର ୭ମ ଦିବସରେ ଗଣ୍ଡାବଧ ନାଟକ ମଞ୍ଚସ୍ଥ ହୋଇଯାଇଛି । ଏହି ଗଣ୍ଡାବଧ ନାଟକ ମୁଖ୍ୟ ମଞ୍ଚ ଠାରୁ ୨କିଲୋମିଟର ଦୂର ହାଟପଡିଆ ଠାରେ ଥିବା ମଞ୍ଚରେ ଅନୁଷ୍ଠିତ ହୋଇଯାଇଛି ।ପୌରାଣୀକ କଥାବସ୍ତୁ ଅନୁଯାୟୀ ପ୍ରଭୁ ଶ୍ରୀରାମ ସୀତାଙ୍କୁ ବିବାହ କରି ଅଯୋଧ୍ୟା ଫେରିବାପରେ ଭାଇ ମାନଙ୍କ ସହ ପିତୃଶ୍ରାଦ୍ଧ ଉପଲକ୍ଷେ ଗଣ୍ଡା ଶିକାର ପାଇଁ ବନ ଗମନ କରନ୍ତି । ମାତ୍ର ଜଙ୍ଗଲରେ ବାଟ ଭୁଲି ଯାଆନ୍ତି । ଏହି ସମୟରେ ସବର ରାଜା ଗୃହକଙ୍କ ସହ ଦେଖାହୁଏ ଏବଂ ପ୍ରଭୁ ଶ୍ରୀରାମଙ୍କ ସହ ଶବର ରାଜା ଗୃହକଙ୍କ ମିତ୍ରତା ହୁଏ ଓ ପରେ ପରେ ସନ୍ୟସାମନ୍ତଙ୍କ ସହ ନଗର ପ୍ରତ୍ୟାବର୍ତ୍ତନ କରନ୍ତି । ଏଭଳି ଦୃଶ୍ୟ ବେଶ ଉପଭୋଗ୍ୟ ହୋଇଥିଲା । ଏ ଉପଲକ୍ଷେ ହାତୀ, ଘୋଡା, ବିଭିନ୍ନ ପ୍ରକାରର ବାଦ୍ୟ ଘଣ୍ଟ ଘଣ୍ଟାରେ ପ୍ରକମ୍ପିତ ହୋଇଥିଲା । ଏହି ଗଣ୍ଡାବଧରେ ରାଜରାସ୍ତାରେ ଯାଉଥିବା ପଟୁଆରରେ ଦଶପଲ୍ଲାର ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକି ଯୋଗ ଦେଇଥିଲେ । ଶେଷରେ ଭକ୍ତ ମାନଙ୍କ ଦ୍ୱରା ଆତସବାଜି ଗର୍ଜି ଉଠିଥିଲା । ଏହାକୁ ଦେଖିବା ପାଇଁ ବେଶ ଜନ ସମାଗମ ହୋଇଥିଲା