ଅଙ୍ଗନୱାଡି ଗୃହ ଭିତରେ କର୍ମୀଙ୍କ ଆତ୍ମହତ୍ୟା

 ଚମ୍ପୁଆ : ଚମ୍ପୁଆ ଥାନା ଅନ୍ତର୍ଗତ ନାରଦପୁର ଗ୍ରାମର କାନପୁର ଜଳସେଚନ ପ୍ରକଳ୍ପ ବାସୁଦେବପୁର ସୌଜନ୍ୟରୁ ନିର୍ମିତ ଅଙ୍ଗନୱାଡି ଗୃହରେ ଉକ୍ତ ଅଙ୍ଗନୱାଡି କର୍ମୀଙ୍କ ଆତ୍ମହତ୍ୟା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇବା ସହିତ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚô ଗୃହ ମଧ୍ୟରେ ଥିବା ଫ୍ୟାନ ହୁକ୍ରେ ଏକ ପ୍ଲାଷ୍ଟିକ ରଶିରେ କର୍ମୀଙ୍କ ଶରୀର ଝୁଲୁଥିବା ଦେଖିବାକୁ ପାଇଥିଲେ । ଏ ନେଇ ପୁଲିସ ପକ୍ଷରୁ କେଶ ନଂ ୮/୨୦୨୫ ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଛି । ପରିବାର ପକ୍ଷରୁ କରାଯାଇଥିବା ଅଭିଯୋଗ ଅନୁଯାୟୀ ଅଙ୍ଗନୱାର୍ଡି କର୍ମୀ ମାଣିକ ବାରିକ ଆଜି ୯ଟା ସମୟରେ ଘରେ ବାପା ମା’ଙ୍କୁ ଖାଇବାକୁ ଦେଇ ବାହାରକୁ ଆସିଥିଲେ । କିଛି ସମୟ ପରେ ସ୍ଥାନୀୟ ଲୋକ ଅଙ୍ଗନୱାଡି ଗୃହର ଭିତରପଟୁ କବାଟ ଲାଗିଥିବା ଦେଖିବାକୁ ପାଇଥିଲେ । ପରେ ମାଣିକ ବାରିକଙ୍କ ମୃତ ଶରୀର ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଁ ପୁଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଆଇଆଇସି ଦେବକୀ ନାଏକ ସଦଳବଳେ ପହଞ୍ଚô ଭିଡଓଗ୍ରାଫି କରିବା ସହିତ ଶବ ଜବତ କରିଥିଲେ । ପରିବାର ପକ୍ଷରୁ ଏକ ସୁଇଶାଇଡ ନୋଟ ପୁଲିସକୁ ହସ୍ତାନ୍ତର କରିଥିଲେ । 
ପୁଲିସ ଉକ୍ତ ସୁଇଶାଇଡ ନୋଟକୁ ଜବତ କରିବା ସହିତ ମାଣିକ ବାରିକଙ୍କ ଶବ ବ୍ୟବଚ୍ଛେଦ ପାଇଁ ଚମ୍ପୁଆ ଡାକ୍ତରଖାନାକୁ ପଠାଇ ତଦନ୍ତ ଚଳାଇଛନ୍ତି । ଏ ନେଇ ଆଇଆଇସି ଦେବକୀ ନାଏକଙ୍କୁ ପଚାରିବାରୁ କହିଛନି ଯେ ସୁଇଶାଇଡ ନୋଟରେ ଥିବା ଅକ୍ଷର ସହ ମାଣିକ ବାରିକଙ୍କ ଅକ୍ଷରକୁ ଯାଞ୍ଚ କରିବା ପାଇଁ ଫରେନସିକ୍କୁ ପଠାଯିବ । ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅନ୍ୟପକ୍ଷରେ ତାଙ୍କ ଭାଇ ରଂଜିତ ବାରିକ ଓ ରାଜିବ ବାରିକ କିଛି ଲୋକ ତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ ସେ ଅଭିଯୋଗ କରିଛନ୍ତି । ଖବର ପାଇ ଯୋଡା ସିଡିପିଓ ସୁକାନ୍ତି ପାତ୍ର, ସୁପରଭାଇଜର କମଳା ବାରିକ, କେନ୍ଦ୍ର ସୁପରଭାଇଜର ହିରାବତପ୍ପାତ୍ର ଓ ବାସନ୍ତି ମହାନ୍ତ, ଜୋନ ୨୮ ଜିଲ୍ଲା ପରିଷଦ ସଭ୍ୟ ଡମ୍ବରୁଧର କୁଦ୍ଦା ପ୍ରମୁଖ ଉପସ୍ଥିତ ଥିଲେ ।