ଚୋରି ନେଇ ଥାନାରେ ମାମଲା

 ଆନନ୍ଦପୁର: ଆନନ୍ଦପୁର ଥାନା ବଂଚୋ ଛକରୁ ଗତକାଲି ବିଳମ୍ବିତ ରାତ୍ରିରେ ମାର୍କଣ୍ଡ ଓଝାଙ୍କ ଘରୁ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଦୁର୍ବୁତ ମାର୍କଣ୍ଡ ଓଝାଙ୍କ ଘରର ପଛପଟ ଝରକା ଏବଂ ଗ୍ରିଲ ତାଡି ଗଡ଼ରେଜ ଭିତରୁ ଲକ୍ଷାଧିକ ଟଙ୍କାର ସୁନା ଏବଂ ରୁପା ଅଳଙ୍କାର ସହିତ ନଗଦ ଟଙ୍କା ଲୁଟି ନେଇଛନ୍ତି । ସେହିପରି ମାର୍କଣ୍ଡଙ୍କ ଘରେ ଲାଗିଥିବା ସିସି ଜ୍ୟାମେରାରେ ୩ ଜଣ ବ୍ୟକ୍ତି ଚୋରି କରିଥିବା ଜଣା ପଡୁଥିବା ନେଇ ଅନୁମାନ କରାଯାଉଥିବା ବେଳେ ରାତି ୧.୩୬ ରୁ ୧.୫୭ ମିନିଟ ପର୍ଯ୍ୟନ୍ତ ଚୋରି କରିଥିବା ଜଣାପଡିଛି । ଏନେଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।