ଅନନ୍ତ ବାସୁଦେବଙ୍କ ପୂଜାବ୍ରତ

 ଆନନ୍ଦପୁର : ଆଜି ପବିତ୍ର ଅନନ୍ତ ବାସୁଦେବଙ୍କ ପୂଜାବ୍ରତ  । ଏହିକ୍ରମରେ ଆନନ୍ଦପୁର ପୌରପରିଷଦ ୬ ନମ୍ବର ୱାର୍ଡ ଈଂ କିରନ ପାଢ଼ୀଙ୍କ ବାସଭବନରେ ଶ୍ରୀ ଅନନ୍ତ ବାସୁଦେବଙ୍କ ଗୋଠ ପୂଜା ଅନୁଷ୍ଠିତ ହୋଇଯାଇଛି  । ଦୀର୍ଘ ଏକ ଶହ ବର୍ଷ ଧରି ଚାଲି ଆସୁଥିବା ଏହି ପୂଜାରେ ପଣ୍ଡିତ ଗୌର ଚନ୍ଦ୍ର ମିଶ୍ର, ଅଭି ମିଶ୍ର ବୈତରଣୀ ନଦୀରେ କଳସ ପୂଜା ପୂର୍ବକ ଜଳ ଆଣି ଶକ୍ତି ପୀଠରେ ସ୍ଥାପନା କରିଥିଲେ  । ପରେ ଅନନ୍ତ ବାସୁଦେବଙ୍କୁ ପୂଜା କରାଯାଇ ବାଳଭୋଗ ଅର୍ପଣ କରାଯାଇଥିଲା  । ପଣ୍ଡିତ ଗୌର ଚନ୍ଦ୍ର ମିଶ୍ର ପୂଜା କାର୍ଯ୍ୟ ପରିଚଳନା କରିଥିବା ବେଳେ ପୂଜକ ଅଭି ମିଶ୍ର, ଇଂ କିରନ ପାଢ଼ୀ, କବୀତା ରାଣୀ ଦୀକ୍ଷିତ, ସରୋଜ ରାମ, ଅସିତ ନାୟକ, ରବି ନାୟକ, ସାଇରୁଦ୍ର ରାମ, ଘାଉ ରାମ, କାଳିଆ ସିଂ, ଘୁଟୁରା ରାମ, କୁନା ସିଂ, ମୁନା ସିଂ, ବାଙ୍କୁ ରାମ, ନିତେଇ ରାମ, ରବୀନ୍ଦ୍ର ରାମ, ପାଗି ରାମ, ବୁଲୁ ସାହୁ, ଗୋବିନ୍ଦ ସାହୁ, ନାଣ୍ଡୁ ବାରିକ, ବା‚ାନିଧି ସାହୁ, ରାମଚନ୍ଦ୍ର ରାମ, ମାଟୁଆ ରାମ, କୁନି ରାମ, ବେହେରା ରାମ, ଆଦିତ୍ୟ ପତିଙ୍କ ସମେତ ଶତାଧିକ ଭକ୍ତ ସହଯୋଗ କରିଥିଲେ ।