ଉଦଳା ଏନ୍ଏସିକୁ ମୁ୍ୟନିସିପାଲଟି ମାନ୍ୟତା ନେଇ ବୈଠକ

 କପ୍ତିପଦା : ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦକୁ ପୌରପରିଷଦ ମାନ୍ୟତା ପାଇଁ ଓଡ଼ିଶା ସରକାରଙ୍କ ନିକଟରେ ଦାବି ଉପସ୍ଥାପନ ଉଦେ୍ଦଶ୍ୟରେ ଉଦଳା ବିଧାୟକ ଭାସ୍କର ମଢେଇଙ୍କ ପରାମର୍ଶକ୍ରମେ ଉପଜିଲ୍ଲାପାଳ କପ୍ତିପଦା ଉଦଳାଙ୍କ ପକ୍ଷରୁ ଏକ ସର୍ବଦଳୀୟ ବୈଠକ ସନ୍ଧାନ ଗୃହ ଉଦଳା ଠାରେ ଅନୁଷ୍ଠିତ ହୋଇଯାଇଛି  । ଏହି ବୈଠକରେ ଉଦଳା ବିଧାୟକ ଭାସ୍କର ମଢେଇ, ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ, ଏନ୍ଏସି ଅଧ୍ୟକ୍ଷା ପ୍ରମିଳା ପଣ୍ଡା, ବ୍ଲକ୍ ଅଧ୍ୟକ୍ଷା ମଞ୍ଜୁଲତା ବିଶ୍ୱାଳ, ଉପାଧ୍ୟକ୍ଷ ରଜନୀ ଦାସ, ଉଦଳା ବିଡିଓ ସମରଜିତ୍ କର, ଭୀମତାଳି, ବଡସିଙ୍ଗାରିଆ ଏବଂ ଖଲାଡ଼ି ସରପଞ୍ଚ, ପଞ୍ଚାୟତସମିତି ସଭ୍ୟ ଏବଂ ୱାର୍ଡ ମେମ୍ବର ଯୋଗ ଦେଇଥିଲେ  । ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା ଏବଂ ପ୍ରଭାତ ପରିଡ଼ା, ଆଇନଜୀବୀ ବସନ୍ତ ପରିଡ଼ା, ରବିନ୍ ପଟ୍ଟନାୟକ, ନାରାୟଣ ପଟ୍ଟନାୟକ, ବିଜେପି ଜିଲ୍ଲା ସଭାପତି ନିହାର ରଞ୍ଜନ ମୋଦୀ, କମଳ ଧଳ ଆଦି ଯୋଗଦେବା ସହ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଉପସ୍ଥିତ ଥିଲେ  । ଉପଜିଲ୍ଲାପାଳ କପ୍ତିପଦା ଉଦଳା ସୁଶାନ୍ତ ବାରିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଉପଜିଲ୍ଲାପାଳ ଦୁଃଖ ପ୍ରକାଶ କରିବା ସହ ୫୩ ବର୍ଷରେ ପାଦ ଦେଇଥିବା ଏନ୍ଏସିକୁ ପୌରପାଳିକାର ମାନ୍ୟତା ମିଳି ନପାରିବା ଏକ ପରିତାପର ବିଷୟ, ତେଣୁ ଏ ଦିଗରେ ଏକଜୁଟ୍ ହୋଇ କାର୍ଯ୍ୟ କଲେ ସଫଳ ହେବା ବୋଲି କହିଥିଲେ  । ଜନସଚେତନତା ନିମନ୍ତେ ବିଭିନ୍ନ ପଞ୍ଚାୟତରେ ଗ୍ରାମସଭା, ସୀମା ନିର୍ଦ୍ଧାରଣ ଆଦି କାର୍ଯ୍ୟ କରିବା ପାଇଁ ଉଦଳା ବିଡିଓ, ତହସିଲଦାର ଏବଂ ନିର୍ବାହୀ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ  । ବିଜ୍ଞାପିତ ଅଞ୍ଚଳ ପରିଷଦକୁ ପୌରପାଳିକା ଘୋଷଣା ଦିଗରେ ପ୍ରମୁଖ ସମସ୍ୟା ହେଉଛି ଜନସଂଖ୍ୟା ଏବଂ ସୀମା ନିର୍ଦ୍ଧାରଣ  । ତେଣୁ ଏଥିପାଇଁ ସମସ୍ତେ ସହଯୋଗ କରିବାକୁ ଅନୁରୋଧ କରିବା ସହ ୨ମାସ ମଧ୍ୟରେ କାର୍ଯ୍ୟ ସାରିବାକୁ ବିଧାୟକ ମଢେଇ ପରାମର୍ଶ ଦେଇଥିଲେ  । ଏନ୍ଏସି ଅଧ୍ୟକ୍ଷା ପ୍ରମିଳା ପଣ୍ଡା ଦୁଃଖ ଓ ବିକ୍ଷୋଭର ସହ ପ୍ରକାଶ କରିଥିଲେ କି, ଉଦଳାକୁ ପୌରପାଳିକାର ମାନ୍ୟତା ମିଳି ନ ଥିବା ଜାଣିବା ପରେ ମୁଁ ବ୍ୟକ୍ତିଗତ ଭାବେ ମର୍ମାହତ ଥିଲି  । ଆମର କିଛି ଦୁର୍ବଳତା ପାଇଁ ଆମେ ବଞ୍ôଚତ ହୋଇଥିଲେ ମଧ୍ୟ ଆଜିର ବୈଠକରେ ସମସ୍ତଙ୍କର ଉସôାହ ଦେଖି ମୋତେ ଲାଗୁଛି ଆମେ ପୌରପାଳିକା ମାନ୍ୟତା ପାଇବାରେ ସଫଳ ହେବୁ  । ଉପସ୍ଥିତ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତାମାନେ ମଧ୍ୟ ପୌରପାଳିକା ଗଠନ ସପକ୍ଷରେ ଦୃଢ ମତପୋଷଣ କରିବା ସହିତ ଏଥିପାଇଁ ବିଭିନ୍ନ ବିଭାଗୀୟ ଅଧିକାରୀ, ନିର୍ବାଚିତ ପ୍ରତିନିଧି ଏବଂ ବୁଦ୍ଧିଜୀବୀଙ୍କୁ ନେଇ ଏକ କ୍ରିୟାନୁଷ୍ଠାନ କମିଟି ଗଠନ କରାଯିବା ପାଇଁ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା ।