ଗାନ୍ଧୀସ୍ମାରକୀ ପଦଯାତ୍ରା ସମ୍ବର୍ଦ୍ଧନା ସଭା
ବରୀ : ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ଅବିସ୍ମରଣୀୟ ସ୍ମୃତିକୁ ଉଦ୍ଜୀବିତ ରଖିବା ପାଇଁ ଆଜି ଏକ ଗାନ୍ଧୀ ସ୍ମାରକୀ ଓ ବିଶାଳ ତ୍ରିରଙ୍ଗା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ହଜାର ହଜାର ସଂଖ୍ୟାରେ ଲୋକ ଆଜି କାଇପଡା ସ୍ଥିତ ଗୋଲାହାଟ ଠାରେ ଏକତ୍ରିତ ହୋଇଥିଲେ । ସେଠାରେ ପୂର୍ବତନ ବିଧାୟିକାସୁ ନନ୍ଦା ଦାସଙ୍କ ନେତୃତ୍ୱରେ ଯାଜପୁର ସାଂସଦ ଡ. ରବୀନ୍ଦ୍ର ନାରାୟଣ ବେହେରା ପଦଯାତ୍ରାକୁ ଉଦ୍ଘାଟନ କରିଥିଲେ । ପରେ ସଂକୀର୍ତ୍ତନ ଓ ହୁଳହୁଳିରେ ଅଞ୍ଚଳ ପ୍ରକମ୍ପିତ ହେବା ପରେ ଏକ ବିଶାଳ ପଟୁଆରରେ ଜାତୀୟ ପତାକାକୁ ନେଇ ପଦଯାତ୍ରା ବାହାରିଥିଲା । ପରେ କଳାମାଟିଆ ସ୍ଥିତ ଶହୀଦ ପୀଠ ଠାରେ ପହଞ୍ଚି ଶହୀଦ ସ୍ମୃତିସ୍ତମ୍ବରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସେଠାରେ ବିଜେପି ନେତା ଦେବେନ୍ଦ୍ର ଦାସଙ୍କ ସଭାପତିତ୍ୱରେ ସାଂସଦ ଶ୍ରୀ ବେହେରା ଯୋଗଦେଇ ଗାନ୍ଧିଜୀଙ୍କ ପଦଯାତ୍ରା ସମ୍ପର୍କରେ ବକ୍ତବ୍ୟ ଦେଇ ପାକିସ୍ତାନ ବିରୋଧରେ ଭାରତୀୟ ସେନା ଯେଉଁ ଭଳି ଭାବେ ପ୍ରଦର୍ଶନ କଲେ ଓ.ଅପରେସନ ସିନ୍ଦୁର ସମ୍ପର୍କରେ ବକ୍ତବ୍ୟ ଦେଇ ସେନାର ଏହି ମହତ କାର୍ଯ୍ୟ ପାଇଁ ଆମ ଦେଶ ଆଜି ଗର୍ବିତ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ବରୀ ଅଞ୍ଚଳର ୩୭ଜଣ ଅବସରପ୍ରାପ୍ତ ସେନା କର୍ମକର୍ତ୍ତାଙ୍କ ସାଂସଦ ଓ ପୂର୍ବତନ ବିଧାୟିକା ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବଦ୍ଧିତ କରିବାସହ ସେମାନଙ୍କ କର୍ଯ୍ୟକୁ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କଳାମାଟିଆ ସରପଞ୍ଚ ରଶ୍ମିତା ପରିଡା, ଅଙ୍ଗାଲେ, ସରପଞ୍ଚ ଶକୁନ୍ତଳା ମଲ୍ଲିକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ନିଳମଣୀସାମଲ, ମଦନ ମୋହନ ପତି, ଶୁକଦେବ ପରିଡା, ବିରଜା ପ୍ରସାଦ ପରିଡା, କୁଳମଣୀ ଶୁକ୍ଳ, ଗୟାଧର ଦାସ, ପ୍ରଫୁଲ ପଣ୍ଡା, ଡ. ନୃସିଂହ ଚରଣ ବେହେରା, ଭାଗିରଥୀ ଦାସ, ବୈଷ୍ଣବଦାସ, ଅରୁଣ କୁମାର ଦାସ, ଦୁର୍ଯ୍ୟୋଧନ ଦଳେଇ, ଗୋବଦ୍ଧନ ମଲ୍ଲିକ, ଦିଲ୍ଲିପ ଦାସ, ଅମ୍ବିକା ପ୍ରସାଦ ସାମଲ, ଶରତ ୱାଇଁ, ରମାକାନ୍ତ ମଲ୍ଲିକ, ଭାଗିରଥୀବେହେରା, ଶରତ ପରିଡା, ଅଜୟ ମଲ୍ଟିଙ୍କ ସମେତ ବହୁ ଯୁବ, ଛାତ୍ର, ମହିଳା ଓ ଅବସରପ୍ରାପ୍ତ ସେନା କର୍ମକର୍ତ୍ତା ଉପସ୍ଥିତ ଥିଲେ ।