ମାଟ୍ରିକ ଟପ୍ପରଙ୍କୁ ସମ୍ବର୍ଦ୍ଧନା

କେନ୍ଦୁଝର : ଶିକ୍ଷା ସମାଜ ତଥା ସଂସ୍କାର ସହିତ ଜଡିତ କେନ୍ଦୁଝର ଜିଲାର ଅନ୍ୟତମ ଅନୁଷ୍ଠାନ ସହାୟତା ସଂଗଠନ ପକ୍ଷରୁ ଶୁକ୍ରବାର ସଦର ମହକୁମାସ୍ଥ ଶିକ୍ଷକ ଭବନ ରେ ୨୦୨୫ମସିହା ମାଟ୍ରିକ ପରୀକ୍ଷା ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ଏ+ ସ୍ଥାନ ଲାଭ କରିଥିବା ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଇଂ ହରମୋହନ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଲଳିତ କୁମାର ସାହୁ ମୁଖ୍ୟ ଅତିଥି, ଇଂ ବସନ୍ତ ଦାନୀ, କହ୍ନେଇ ଚରଣ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀ ଅଭିଭାବକ ଓ ଶିକ୍ଷକ ମାନଙ୍କୁ ଉପାଦେୟ ପରାମର୍ଶ ଦେଇଥିଲେ । ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ଆୟୋଜନ ଲକ୍ଷ୍ୟ ଉଦେ୍ଦଶ୍ୟ ସମ୍ପର୍କରେ ପ୍ରକାଶ କରିଥିଲେ । ଭିକାରି ଚରଣ ସାହୁ ସମ୍ବର୍ଦ୍ଧନା ସଭା ପରିଚାଳନା କରିଥିବା ବେଳେ ମଦନମୋହନ ଦ୍ୱିବେଦୀ ଧନ୍ୟବାଦ ଅର୍ପଣ କରିଥିଲେ । ସରସ୍ୱତୀ ଶିଶୁମନ୍ଦିର କେନ୍ଦୁଝରର ଶୁଚିସ୍ମିତା ମହାନ୍ତ, ଶିଶୁମନ୍ଦିର ବଡ଼ବିଲର ସମୀକ୍ଷା ମହାନ୍ତି, ଶିଶୁମନ୍ଦିର ଚମ୍ପୁଆର ଅମରଜିତ ମହାନ୍ତ, ଯୋଡ଼ା ୱେଷ୍ଟ ହିନ୍ଦୀ ସ୍କୁଲର ଲଭଲି ଦାସ, ସରକାରୀ ବାଳିକା ବିଦ୍ୟାଳୟ ଆନନ୍ଦପୁରର ଅନନ୍ୟା ବେହେରା, ଆରବି ହାଇ ସ୍କୁଲ ଷଡ଼ଙ୍ଗର ସଂଗ୍ରାମ କେଶରୀ ରାଉତ, ହାଟଡିହି ହାଇସ୍କୁଲର ଜୟସ୍ମିତା ଚକ୍ର, ଗୋପବନ୍ଧୁ ବିଦ୍ୟାପୀଠ ଘଟଗାଁର ସୌମ୍ୟା ରାଣୀ ମହାରଣା, ଡିଏନବିଦ୍ୟାପୀଠ ଅଳତୀର ଅଂଶୁମାନ ସାହୁ, ସାଇ ଏଜୁକେସନ କଇନିପୁରାର ମୋନାଲିସା ସାହୁ, ଶିଶୁମନ୍ଦିର ତୁରୁମୁଙ୍ଗାର ସାଇସ୍ମିତା ମିଶ୍ର, ଶାଳବଣି ଜିପି ହାଇସ୍କୁଲର ବିଶ୍ୱବନ୍ଦିତା ବେହେରା, ଏମଏମ ଏସ ବି ସୋମଗିରି ହାଇସ୍କୁଲର ସ୍ୱର୍ଣ୍ଣପ୍ରଭା ରାଉତ, ଏମକେ ଗାନ୍ଧୀ ହାଇସ୍କୁଲ ଷଡ଼ଙ୍ଗୀର ନିକିତା ସାହୁ, ବିଲେଇପଦା ହାଇସ୍କୁଲ ଯୋଡ଼ାର ରିତେଶ ମହାନ୍ତିଙ୍କ ସହ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୃନ୍ଦଙ୍କୁ ଉତ୍ତରୀୟ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା ।