ଶ୍ରମିକ ମୃତୁ୍ୟ ପରେ ସରପଞ୍ଚ ଖୋଲିଲେ ଗୁମର : ବିନା ସୂଚନାରେ ଚାଲିଛି ନିର୍ମାଣ କାର୍ଯ୍ୟ
କାଳିଆପାଣି : ନିର୍ମାଣ ଅବସ୍ଥାରେ ଛାତ ମାଡ଼ିବସିବା ଏବଂ ଜଣେ ଶ୍ରମିକଙ୍କ ମୃତୁ୍ୟ ଘଟିବା ପରେ କାଳିଆପାଣି ସରପଞ୍ଚ ଖୋଲିଛନ୍ତି ଗୁମର । ସରପଞ୍ଚ ବିକାଶ କୁମାର ପାତ୍ର ଇମ୍ଫା କମ୍ପାନୀକୁ ଜବାବ ମାଗିବା ପୂର୍ବକ ଲେଖିଥିବା ଚିଠି ଅନେକ ଗୁମର ଖୋଲିଛି । ସରପଞ୍ଚ ଶ୍ରୀ ପାତ୍ର ଇମ୍ଫା କମ୍ପାନୀକୁ ଲେଖିଥିବା ଚିଠିରେ ଦଶ;ାଇଛନ୍ତି ଯେ, କେଉଁ ପରିସ୍ଥିତିରେ ତାଙ୍କ ଅଞ୍ଚଳରେ ଅସୁରକ୍ଷିତ ଏବଂ ଅତି ନିମ୍ନମାନର ବିଲଡିଂ ନିର୍ମାଣ କାର୍ଯ୍ୟ କରାଯାଉଛି । ଶନିବାର ଯେଉଁ ଛାତ ଭୁସୁଡ଼ି ପଡି ଯେଉଁ ଶ୍ରମିକଙ୍କ ମୃତୁ୍ୟ ଘଟିଛି ତାହାର ଉତରଦାୟୀ କିଏ ହେବ । ଇମ୍ଫା ନାଁ ଇମ୍ଫା ଅଧିନସ୍ଥ ମହେଶ୍ୱରୀ କମ୍ପାନୀ । କାହିଁକି ଏତେବଡ ସମ୍ବେଦନଶୀଳ ଘଟଣାକୁ ସ୍ଥାନୀୟ ଜନପ୍ରତିନିଧିଙ୍କ ଅଗୋଚରରେ ଚପାଇ ଦେବାକୁ ଚେଷ୍ଟା କରାଯାଉଥିଲା । କେଉଁମାନେ ଏଥିରେ ସାମିଲ ତାହାର ଜବାବ ଦେବାକୁ ଶ୍ରୀ ପାତ୍ର ଚିଠିରେ ଦର୍ଶାଇଛନ୍ତି । ସରପଞ୍ଚଙ୍କ କହିବା କଥା ହେଲା ତାଙ୍କ ବିନା କୌଣସି ସୂଚନାରେ ମହେଶ୍ୱରୀ ମାଇନିଂ ପ୍ରାଇଭେଟ ଲିମିଟେଡ଼ ଏଠାରେ ଘର ନିର୍ମାଣ କରୁଛି । ଯଦି ଏତେ ବଡବଡ଼ ଘର ଏଠାରେ ନିର୍ମାଣ ହେଉଛି, ତେବେ ସ୍ଥାନୀୟ ଅଞ୍ଚଳର ଶ୍ରମିକ ମାନଙ୍କୁ କାହିଁକି ଅଣଦେଖା କରି ରାଜ୍ୟ ବାହାରର ଶ୍ରମିକଙ୍କୁ ନିୟୋଜିତ କରିଛି? । ସରପଞ୍ଚଙ୍କ ଏଭଳି ଚିଠିର ଉତ୍ତର କ’ଣ ମିଳିବ, ତାହାତ ସମୟ କହିବ, ହେଲେ ଗୋଟିଏ କଥା ଜଣାପଡ଼ୁଛି କି ନିର୍ମାଣ କାର୍ଯ୍ୟ କରାଯାଉଥିଲେ ହେଁ ପଞ୍ଚାୟତରୁ କୌଣସି ଅନୁମତି ପତ୍ର ନିଆଯାଇନି । ପଞ୍ଚାୟତ ପ୍ରତିନିଧିଙ୍କ ବିନା ଅଗୋଚରରେ ନିର୍ମାଣ କାର୍ଯ୍ୟ କରାଯିବା ପଛରେ ଇମ୍ଫା ନାଁ ମହେଶ୍ୱରୀ କମ୍ପାନୀ ପ୍ରମୁଖ ଭୁମିକା ରହିଛି ତାହା ହିଁ ଆଲୋଚନାର ବିଷୟ ହୋଇଛି । ତେବେ ଅସମର୍ଥିତ ସୂତ୍ରରୁ ମିଳିଥିବା ଖବର ମତେ ମୃତ ଶ୍ରମିକଙ୍କ ପରିବାରକୁ ସାଢେ ତିନିଲକ୍ଷ୍ୟ ଟଙ୍କା ଦେଇ କମ୍ପାନୀ ମାମଲାଟିକୁ ରଫାଦଫା କରିବାକୁ ଯୋଜନା କରିଛି । ଖବର ଥାଉକି ଶନିବାର କାଳିଆପାଣି ପଞ୍ଚାୟତ କାଳିଆପାଣି ମହାନ୍ତ ସାହିରେ ଏକ ବେସରକାରୀ ଜମି ଉପରେ ଛାତଘର ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ସ୍ଲାବ ଗଳିପଡ଼ିଥିଲା । ଯାହା ଛାତ ତଳେ କାର୍ଯ୍ୟ କରୁଥିବା ଶ୍ରମିକ ଝାଡ଼ଖଣ୍ଡ ଗୁଡ୍ଡା ଜିଲାର ଅଙ୍ଗଦ ଦିୱାଲ ମଣ୍ଡଳ (୩୫)ଙ୍କ ମୁଣ୍ଡରେ ପଡ଼ିବାରୁ ମୃତୁ୍ୟ ଘଟିଥିଲା । ତେବେ ଶ୍ରମିକ ମୃତୁ୍ୟକୁ ଚାପି ଦେବାକୁ ଚେଷ୍ଟା କରାଯାଇଥିଲେ ହେଁ ତାହା କିନ୍ତୁ ଫସର ଫାଟିଯାଇଥିଲା ।