ଜିଲ୍ଲାର ସାମୂହିକ ସମସ୍ୟା ନେଇ ‘ଆଟା’ ପକ୍ଷରୁ ଦାବିପତ୍ର
ଗୋପ : ଆସୋସିଏସନ୍ ଅଫ ଟୁଇଟର ଏକ୍ଟିଭିଷ୍ଟସ୍ "ଆଟା' ର ସଦସ୍ୟମାନେ ପୁରୀ ଜିଲ୍ଲାର ପ୍ରମୁଖ ଅଧିକାରୀଙ୍କୁ ସାକ୍ଷାତ କରିଛନ୍ତି । ଏହା ଏକ ସୌଜନ୍ୟ ମୂଳକ ସାକ୍ଷାତକାର ସହିତ ପୁରୀ ଜିଲ୍ଲାର ସମସ୍ୟାକୁ ଉପସ୍ଥାପନା କରାଯାଇଥିଲା । ପ୍ରାଥମିକ ପର୍ଯ୍ୟାୟରେ ଆଗକୁ ଯେହେତୁ ପର୍ବାଣୀ ଋତୁ ଆସୁଛି ସେଥିପାଇଁ ପୁରୀ ଜିଲ୍ଲାର ବିଭିର୍ନ୍ନ ପର୍ଯ୍ୟଟନ ସ୍ଥଳୀକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ସୁରକ୍ଷା ଉପରେ ଗୁରୁତ୍ୱ ଦେବାପାଇଁ ଏସ୍ପିଙ୍କୁ ସାକ୍ଷାତ କରିଥିଲେ । ଖାସ କରୀ ଜିଲ୍ଲା ପୁଲିସ ପକ୍ଷରୁ ଏକ ଟୋଲଫ୍ରି ନମ୍ବର କାର୍ଯ୍ୟକାରୀ ହେଉ । ଯଦି କୌଣସି କ୍ଷେତ୍ରରେ ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକଙ୍କ କିଛି ବି ଅସୁବିଧା ହୁଏ ସେମାନେ ତୁରନ୍ତ ସେ ନମ୍ବର ରେ ଯୋଗାଯୋଗ କରିପାରିବେ । ନମ୍ବର ଗୁଡିକ ଏକ ସାର୍ବଜନୀନ ସ୍ଥାନରେ ବଡ଼ ବଡ଼ ସାଇନ ବୋର୍ଡରେ ସତର୍କତା ସୂଚନା ସହିତ ଟୋଲଫ୍ରି ନମ୍ବର ଟି ମଧ୍ୟ ଲେଖାଯାଉ । ତାହା ଓଡ଼ିଆ, ହିନ୍ଦୀ, ଇଂଲିଶ ଭାଷାରେ ଲେଖା ହୋଇଥିବ । ଏଥିପାଇଁ ବରଣ୍ୟ ଜିଲ୍ଲାପାଳଙ୍କୁ ଏକ ଲିଖିତ ଅଭିଯୋଗ ପ୍ରଦାନ କରାଯାଇଛି । ପୁରୀ ଜିଲ୍ଲାର ସମସ୍ତ ସରକାରୀ ଅନୁଷ୍ଠାନରେ ସାମାଜିକ ଗଣମାଧ୍ୟମ ଏକ୍ସକୁ ବାଧ୍ୟତାମୂଳକ କରିବା ପାଇଁ ଅନୁରୋଧ କରିଥିଲେ ଗୋପ ବ୍ଲକ କୋଡିନେଟର ସଚିନ ଗୋଛାୟତ । ଶ୍ରୀମନ୍ଦିର ପ୍ରଶାସନ ଜରିଆରେ ବିଭାଗୀୟ ଅଧିକାରୀ ମାର୍ଗଦର୍ଶନରେ ଶ୍ରୀମନ୍ଦିର ଓ ଠାକୁରଙ୍କ ପବିତ୍ର ବଡଦାଣ୍ଡକୁ ଥରେ ମାତ୍ର ବ୍ୟବହାର ଯୋଗ୍ୟ ପଲିଥିନ ମୁକ୍ତ କରାଯିବାକୁ ସଂଗଠନ ପକ୍ଷରୁ ଅନୁରୋଧ କରିଛନ୍ତି । ଏନେଇ ଶ୍ରୀମନ୍ଦିର ପ୍ରଶାସକ ମୁଖ୍ୟଙ୍କ ପରାମର୍ଶ କ୍ରମେ ଯଥାସାଧ୍ୟ ସହଯୋଗ କରାଯିବ ।