ସାମ୍ବାଦିକ ସଂଘ ପକ୍ଷରୁ ଦାବିପତ୍ର
ନୂଆପଡା : ରାଜ୍ୟ ଉକôଳ ସାମ୍ବାଦିକ ସଂଘର ଆହ୍ୱାନକ୍ରମେ ନୂଆପଡ଼ା ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦେ୍ଦଶ୍ୟରେ ନୂଆପଡ଼ା ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତଙ୍କୁ ଏହି ଦାବିପତ୍ର ପ୍ରଦାନ କରାଯାଇଛି । ଦାବିପତ୍ରରେ ସାମ୍ବାଦିକ ସୁରକ୍ଷା, ସାମ୍ବାଦିକଙ୍କୁ ପେନ୍ସନ ଏବଂ ସ୍ୱାସ୍ଥ୍ୟବୀମା ୧୦ଲକ୍ଷ ବୃଦ୍ଧି ନେଇ ଉଲ୍ଲେଖ ରହିଛି । ସାମ୍ବାଦିକଙ୍କୁ ପେନସନ ବ୍ୟବସ୍ଥା ଦେଶର ୧୮ଗୋଟି ରାଜ୍ୟରେ ଲାଗୁ ହୋଇଥିବାବେଳେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଓଡ଼ିଶାରେ ୧୫ ହଜାର ଟଙ୍କା ପ୍ରଦାନ କରିବାକୁ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେହିପରି ସ୍ୱାସ୍ଥ୍ୟ ବୀମା ନବୀକରଣ ସହ ଏହି ଯୋଜନାରେ ମାତା ପିତା ଓ ୨୫ ବର୍ଷରୁ ଊଦ୍ଧ୍ୱର୍ ଅବିବାହିତ ନିର୍ଭରଶୀଳ ପୁଅ ଝିଅଙ୍କୁ ମଧ୍ୟ ସାମିଲ କରିବାକୁ ଦାବି କରିଛନ୍ତି । ସାମ୍ବାଦିକ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ପାଇଁ ଦାବି କରିଛନ୍ତି । ଜିଲ୍ଲା ଏନଜେଡଏସ୍ଏସର ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁରେଶ କୁମାର ଆଚାରୀଙ୍କ ନେତୃତ୍ୱରେ ସାମ୍ବାଦିକ ଦେବାନନ୍ଦ ତାଣ୍ଡି, ଦୀପକ ମିଶ୍ର, ରାଜ୍ କିରଣ ଦେଓ, ବିଶ୍ୱନାଥ ସାମଲ, ମନୋଜ ସଗରିଆ, ଦୀପକ ପାଢୀ, ଅଭିଷେକ ଆଚାରି ପ୍ରମୁଖ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ରହିଥିଲେ ।