ଗାୟତ୍ରୀ ପରିବାର ପକ୍ଷରୁ ଶ୍ରାବଣୀ ଉତ୍ସବ
ଧର୍ମଶାଳା: ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ପକ୍ଷରୁ ଶ୍ରାବଣୀ ଉତ୍ସବ ଗୋକର୍ଣ୍ଣେଶ୍ୱର ପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି । ଗାୟତ୍ରୀ ପରିବାରର ବରିଷ୍ଠ ପରିଜନ ଦାମୋଦର ସେନାପତିଙ୍କ ନେୃତ୍ୱରେ ଓ କ୍ଷେତ୍ରବାସୀ ସାହୁଙ୍କ ପରିଚାଳନାରେ ଏକ ଯଜ୍ଞ ଉତ୍ସବର ଆୟୋଜନ କରାଯାଇଥିଲା । ଏହି ଅବସରରେ ଗାୟତ୍ରୀ ପରିବାରର ସଦସ୍ୟ ଚନ୍ଦ୍ରମଣି ପଣ୍ଡିତ ଗାୟତ୍ରୀ ଅନୁଷ୍ଠାନର ମିଶନ ଓ ସଙ୍ଗଠନ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାଯ୍ୟକ୍ରମରେ ପରିଜନ ନବଘନ ମହାନ୍ତି, ସୁଦାମ ମହାରଣା, ଅଭିରାମ ନାୟକ,ଚିତରଞ୍ଜନ ମଲିକ,ଆନନ୍ଦ କିଶୋର ଜେନା,ବିଦ୍ୟାଧର ତରାଇ, ହରିହର ବାରିକ,ରମେଶ ଚନ୍ଦ୍ର ପାତ୍ର, ମନୋଜ କୁମାର ନାୟକ, ବିବେକନନ୍ଦ ଜେନା, ପ୍ରଣବ ରାଉତ. ପ୍ରମୋଦ କୁମାର ସାହୁ ପ୍ରମୁଖଙ୍କ ସହେଯାଗରେ ବ୍ରାହ୍ମଣୀ ନଦୀରେ ତିଳତର୍ପଣ କରାଯାଇଥିଲା । ସୋମ୍ୟ ରଞ୍ଜନ ବିଶ୍ୱାଳ ଓ ଭାନୁପ୍ରିୟା ସାମଲ ଆୟୋଜିତ ଯଜ୍ଞରେ କର୍ତା ଓ କର୍ତୀ ଭାବେ କାର୍ଯ୍ୟ ସମ୍ପାଦନା କରିଥିଲେ ।