ଭରତ ଆଇଏନଟିୟୁସି : ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି
ାା ପ୍ରଭାନୁ୍ୟଜ ।ା ଦଶରଥପୁର : ଏହି ବ୍ଲକ ଅଞ୍ଚଳର ଯୁବ ନେତା ଭରତ ଚନ୍ଦ୍ର ପରିଡା ରାଷ୍ଟ୍ରୀୟ ମଜଦୁର ଶ୍ରମିକ ସଂଗଠନର ରାଜ୍ୟ ଯୁବ ମୋର୍ଚ୍ଚା ଉପସଭାପତି ଭାବେ ମନୋନୀତ ହୋଇଛନ୍ତି । ରାଜ୍ୟ ସଭାପତି ତଥା ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଂଟିଆଙ୍କ ପରାମର୍ଶ କ୍ରମେ ଯୁବ ମୋର୍ଚ୍ଚା ସଭାପତି ପ୍ରକାଶ ଚନ୍ଦ୍ର ବେହେରା ଶ୍ରୀ ପରିଡ଼ାଙ୍କୁ ଏହି ପଦବୀରେ ନିଯୁକ୍ତି କରିଥିବା ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି । ଶ୍ରୀ ପରିଡ଼ାଙ୍କୁ ରାଜ୍ୟ ଯୁବ ମୋର୍ଚ୍ଚା ଉପ ସଭାପତି ଭାବେ ମନୋନୀତ କରାଯାଇ ଥିବାରୁ ଦଶରଥପୁର ବ୍ଲକ କଂଗ୍ରେସ ପକ୍ଷରୁ ସ୍ୱାଗତ କରାଯାଇଛି । ସେହିପରି ତାଙ୍କୁ ଏହି ପଦବୀରେ ନିଯୁକ୍ତି ଦିଆଯାଇଥିବାରୁ ଶ୍ରୀ ପରିଡା ସଂଗଠନର ରାଜ୍ୟ ସଭାପତି ରାମଚନ୍ଦ୍ର ଖୁଂଟିଆ, ଯୁବ ମୋର୍ଚା ସଭାପତି ଶ୍ରୀ ବେହେରାଙ୍କ ସମେତ ଦଶରଥପୁର ବ୍ଲକ ଓ ଜିଲ୍ଲା କଂଗ୍ରେସର ଯୁବ, ଛାତ୍ର ସଂଗଠନ ସମେତ ଦଳର ବରିଷ୍ଠ ନେତୃତ୍ୱଙ୍କୁ କୃତଜ୍ଞତା ଜଣାଇବା ସହିତ ସଂଗଠନ ପାଇଁ ଦଳର ମାର୍ଗଦର୍ଶନରେ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଛନ୍ତି ।