ନବରଙ୍ଗପୁରରେ ଦ୍ୱି -ଭାଷୀ ଚଳଚ୍ଚିତ୍ରର ସୁଟିଂ
ନବରଙ୍ଗପୁର : ଦୀପ୍ଶାନ୍ ଫିଲ୍ମ ପ୍ରଯୋଜିତ ଏବଂ ସାଇ ଫିଲ୍ମ ନିବେଦିତ ଏସ୍.ଏଫ୍ -୮୦୦ ନାମକ ଫିଲ୍ମର ସୁଟିଂ ନବରଙ୍ଗପୁର ସଦର ମହକୁମାର ସାମନ୍ତରାୟ ସାହି ସ୍ଥିତ ସାମନ୍ତରାୟ ବଙ୍ଗଳାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସୁଟିଂରେ ଅବିଭକ୍ତ କୋରାପୁଟ ଜିଲ୍ଲା ଚଳଚ୍ଚିତ୍ର ବିକାଶ ନିଗମର ସହ ସମ୍ପାଦକ ତଥା ନବରଙ୍ଗପୁର ଜିଲ୍ଲାର ପ୍ରତିଷ୍ଠିତ ଟେଲି ଫିଲ୍ମ ନିଦେ୍ର୍ଦଶକ ମନୋଜ କୁମାର ପଟ୍ଟନାୟକ ଅତିଥି ଭାବରେ ଯୋଗ ଦେଇ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଫିଲ୍ମର ରଚନା, ଚିତ୍ରନାଟ୍ୟ ଏବଂ ନିଦେ୍ର୍ଦଶନା ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁପରିଚିତ ନିଦେ୍ର୍ଦଶକ ଆମର ମିଶ୍ର ଦେଉଥିବା ବେଳେ ସଙ୍ଗୀତ ନିଦେ୍ର୍ଦଶନା ଅଭୟ ମିଶ୍ର ଏବଂ ସୁଶିଲ ଦଳେଇ ଦେଇଛନ୍ତି । ଏହି ଚଳଚ୍ଚିତ୍ରରେ ଅଭିଭକ୍ତ କୋରାପୁଟ ଜିଲ୍ଲାର ଅନେକ ପ୍ରତିଷ୍ଠିତ କଳାକାର ଅଭିନୟ କରିଛନ୍ତି । ଚଳଚ୍ଚିତ୍ରଟି ଏକାକାଳୀନ ଓଡ଼ିଆ ଓ ତେଲୁଗୁ ଭାଷାରେ ନିର୍ମାଣ କରାଯାଉଛି । ଏହା ଉଭୟ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶର ସିନେମା ହଲରେ ମୁକ୍ତିଲାଭ କରିବ । ଚଳଚ୍ଚିତ୍ରର ସୁଟିଂ ଅବିଭକ୍ତ କୋରାପୁଟ, ଓଡ଼ିଶା ତଥା ଓଡିଶା ବାହାରେ ହେବ ଏବଂ ଏହା ଆସନ୍ତା ବର୍ଷ ୨୦୨୬ ଅଗଷ୍ଟ କିମ୍ବା ସେପ୍ଟେମ୍ବର ମାସରେ ମୁକ୍ତିଲାଭ କରିବ ବୋଲି ନିଦେ୍ର୍ଦଶକ ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି ।