ଗୁଣାତ୍ମକ ସ୍ୱାସ୍ଥ୍ୟସେବାର ମାନକୀକରଣ


ସାର୍ବଜନୀନ ସ୍ୱାସ୍ଥ୍ୟସେବା ଉପଲବ୍ଧ କରିବା ଦିଗରେ ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ) ଏକ ବ୍ୟାପକ ଉପକ୍ରମ ।  ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ) ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ସୁଦୃଢ଼ୀକରଣ, ମାନବସମ୍ବଳ ବୃଦ୍ଧି ଏବଂ ଅତ୍ୟାବଶ୍ୟକ ଚିକିତ୍ସା ସାମଗ୍ରୀ ଉପଲବ୍ଧକୁ ସୁନିଶ୍ଚିତ କରିବା ଦିଗରେ ଗୁରୁତ୍ୱ ଆରୋପ କରେ ଏବଂ ଏଥିରେ ଜନଜାତି ଏବଂ ଅବହେଳିତ କ୍ଷେତ୍ର ଉପରେ ପ୍ରାଥମିକ ଗୁରୁତ୍ୱ ଆରୋପ କରାଯାଇଛି । ଏହିସବୁ ପ୍ରୟାସ ଦେଶର ପ୍ରତ୍ୟେକ ନାଗରିକଙ୍କୁ ସାମଗ୍ରିକ ଭାବରେ ଜନସ୍ୱାସ୍ଥ୍ୟ ସେବା ଯୋଗାଣ ଏବଂ ଏହାରର ଉନ୍ନତିକରଣ ନିମନ୍ତେ ଭାରତ ସରକାରଙ୍କ ଉତ୍ସର୍ଗୀକୃତ ମନୋଭାବକୁ ସାମଗ୍ରିକ ଭାବରେ ପ୍ରତିଫଳିତ କରେ ।
ବିଭିନ୍ନ ପ୍ରକାର ସକାରାତ୍ମକ କାର୍ଯ୍ୟକ୍ରମ ମାଧ୍ୟମରେ ଭାରତ ଜନସଂଖ୍ୟା ସ୍ଥିରୀକରଣ, ମାତୃ, ନବଜାତ ଓ ଶିଶୁ ସ୍ୱାସ୍ଥ୍ୟ ଓ ସଂକ୍ରାମକ ରୋଗକୁ ନିୟନ୍ତ୍ରଣ କରିବା ଦିଗରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଏହା ଫଳରେ ବିଶ୍ୱ ହାରାହାରି ମାତ୍ରା ତୁଳନାରେ ଭାରତର ଏଭଳି ସୂଚକାଙ୍କର ହାରାହାରି ହ୍ରାସ ହାର ଉଚ୍ଚରେ ରହିଛି, ବିଶେଷ କରି ମାତୃ, ନବଜାତ ଓ ପାଞ୍ଚବର୍ଷର ଆୟୁସୀମା ମଧ୍ୟରେ ଥିବା ଶିଶୁଙ୍କ ମୃତୁ୍ୟହାର ହ୍ରାସ ପାଇଛି । କିନ୍ତୁ, ଦେଶର ସ୍ୱାସ୍ଥ୍ୟସେବା ସଦାସର୍ବଦା ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଆସୁଛି ଏବଂ ଏହାର ମୁଖ୍ୟ କାରଣଗୁଡ଼ି ହେଲା ବିଶାଳ ଜନସଂଖ୍ୟା ଏବଂ ନୂଆ ନୂଆ ରୋଗମାନ ଦେଖାଦେବା । ସେଥିପାଇଁ ବିବିଧ ଓ ଉପଯୁକ୍ତ ଉପଚାର ଯାହାକି କ୍ଲିନିକାଲ ସ୍ଥିତିରେ ଆଶୁ ବ୍ୟବସ୍ଥା କରିବା କଠିନ ଏବଂ ଗୁଣାତ୍ମକ ମାନଯୁକ୍ତ ସ୍ୱାସ୍ଥ୍ୟସେବାର ବ୍ୟବସ୍ଥାକରଣର ବ୍ୟବସ୍ଥା କରାଯାଉଛି ।
ଯୋଜନାବଦ୍ଧ ଭାବେ କାର୍ଯ୍ୟକ୍ରମ- ଆଧାରିତ ହସ୍ତକ୍ଷେପ ସତ୍ତ୍ୱେ, ଜନସ୍ୱାସ୍ଥ୍ୟ ସୁବିଧାର ଅନୁପଯୁକ୍ତ ଉପଯୋଗ, ଅନୁପଯୁକ୍ତ ଏବଂ/ ଅଥବା ନିରାପଦହୀନ ଚିକିତ୍ସା, ନିଦାନହୀନତା ଏବଂ ଅନୁପଯୁକ୍ତ ସେବା ବିଭିନ୍ନ ପ୍ରକାର ଚାଲେଞ୍ଜ୍ ସୃଷ୍ଟି କରୁଛି ବୋଲି ସୂଚନା ମିଳିଥାଏ । ଆଉ ବେଳେବେଳେ ଦୁର୍ବଳ ଭିତ୍ତିଭୂମି, ସ୍ୱାସ୍ଥସେବା କ୍ଷେତ୍ରରେ ମାନବ ସମ୍ବଳ (ଏଚଆରଏଚ)ର ଅଭାବ, ଏବଂ ଚିକିତ୍ସାସେବାର ଦୁର୍ବଳ ଗୁଣାତ୍ମକମାନ ମଧ୍ୟ ସମସ୍ୟା ସୃଷ୍ଟି କରିଥାଏ । ସେହିସବୁ ସମସ୍ୟାଗୁଡ଼ିକର ପ୍ରତ୍ୟକ୍ଷ ଭାବରେ ଅପ୍ରତ୍ୟାଶିତ ଓ ଅସାମୟିକ ମୃତୁ୍ୟ ସହିତ ସମ୍ପର୍କ ରହିଛି ଏବଂ ଦୁର୍ବଳ ସ୍ୱାସ୍ଥ୍ୟ, ଲୋକମାନଙ୍କ ଉପରେ ଆର୍ଥିକ ବୋଝ ଏବଂ ଜନସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଉପରେ ଲୋକମାନେ ଆସ୍ଥା ହରାଇବା ଭଳି ସମସ୍ୟା ମଧ୍ୟ ଦେଖା ଦେଇପାରେ ।
ଏହିସବୁ ପ୍ରସଙ୍ଗକୁ ଦୃଷ୍ଟିରେ ରଖି ଏବଂ ସେଥିପ୍ରତି ସଚେତନ ରହି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏକ ବିବିଧଧର୍ମୀ ରଣନୀତି ଗ୍ରହଣ କରିଛି ଯାହା ଫଳରେ ଉପଯୁକ୍ତ ସମୟରେ ଲୋକମାନଙ୍କ ନିକଟରେ ଚିକିତ୍ସା ହସ୍ତକ୍ଷେପ ପହଞ୍ଚାଯିବା ସହିତ ଅଗ୍ରାଧିକାର ଭିତ୍ତିରେ ସମସ୍ତ ପ୍ରକାର ଚାଲେଞ୍ଜ୍ର ସମାଧାନ କରାଯାଇପାରିବ ।
ଏହି ଦିଗରେ ଗୋଟିଏ ହସ୍ତକ୍ଷେପ ହେଉଛି ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ସଂଶୋଧିତ ଭାରତୀୟ ଜନସ୍ୱାସ୍ଥ୍ୟ ମାନକୀକରଣ (ଆଇପିଏଚଏସ),୨୦୨୨ ମାଧ୍ୟମରେ ସମସ୍ତ ପର୍ଯ୍ୟାୟରେ ଉନ୍ନୀତ ସୁବିଧା ଆଧାରିତ ବିନିର୍ଦ୍ଦିଷ୍ଟ ଚିକିତ୍ସା ସୁବିଧା ଉପଲବ୍ଧ କରାଇବା । ଏହି ବ୍ୟବସ୍ଥା ଜରିଆରେ ଜନସ୍ୱାସ୍ଥ୍ୟ ବ୍ୟବସ୍ଥାର ସମସ୍ତ ମାଧ୍ୟମରେ ସ୍ୱାସ୍ଥ୍ୟସେବା ଯୋଗାଣର ଏକ ଉନ୍ନତ ଓ ବ୍ୟାପକ ଢାଞ୍ଚା କାର୍ଯ୍ୟକାରୀ କରିବା । ଆଇପିଏଚଏସ ଗାଇଡଲାଇନ୍ର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଯେଉଁଥିରେ ଅତ୍ୟାବଶ୍ୟକ (ସର୍ବନିମ୍ନ) ଉପରେ ଗୁରୁତ୍ୱାରୋପ ଏବଂ ହାସଲଯୋଗ୍ୟ (ଆବଶ୍ୟକ) ସେବା ଯୋଗାଣ । ସ୍ୱାସ୍ଥ୍ୟସେବା ସୁବିଧାର ପ୍ରତ୍ୟେକ ପର୍ଯ୍ୟାୟ କେତେଗୁଡ଼ିଏ ସର୍ବନିମ୍ନ ସେବା ଯୋଗାଇ ଥାଏ ଯାହାକି ସ୍ୱାସ୍ଥ୍ୟସେବା ଯୋଗାଣକୁ ସୁନିଶ୍ଚିତ କରିଥାଏ । ଏହି ନିୟମାବଳୀ ଭିତ୍ତିଭୂମି, ଉପକରଣ, ଔଷଧ, ଡାଇଗ୍ନୋଷ୍ଟିକ୍ସ, ମାନବ ସମ୍ବଳ ଇତ୍ୟାଦି ପାଇଁ ଏକ ନିର୍ଦ୍ଦିଷ୍ଟ ମାନ ନିର୍ଦ୍ଧାରଣ କରିଛି ଏବଂ ରାଜ୍ୟ/ କେନ୍ଦ୍ରଶାସିତ କ୍ଷେତ୍ରମାନେ ଏଥିପାଇଁ ଆବଶ୍ୟକ ଯୋଜନା କରିବା ସହିତ ନିରବଚ୍ଛିନ୍ନ ତଥା ନିର୍ଭରଯୋଗ୍ୟ ସେବା ଯୋଗାଣକୁ ସୁନିଶ୍ଚିତ କରିଥାଆନ୍ତି । ଆଇପିଏଚଏସର ମୂଳ ଉଦେ୍ଦଶ୍ୟ ହେଲା ବହୁମୁଖୀ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଜାତୀୟ ଲକ୍ଷ୍ୟ ସହିତ ସମନ୍ୱୟ ରକ୍ଷା କରି ହିତାଧିକାରୀମାନଙ୍କୁ ଉପଯୁକ୍ତ ସେବା ଯୋଗାଇ ଦେବା । ଯଦ୍ୟପି ଆଇପିଏସଏସ ଉନ୍ନତ ପୁନଃ-ଢାଞ୍ଚାକୃତ ଉନ୍ନତ ଚିକିତ୍ସା ସୁବିଧା ପ୍ରଚଳିତ ବ୍ୟବସ୍ଥା ମାଧ୍ୟମରେ ଦେଶବାସୀଙ୍କୁ ସମୟବଦ୍ଧ ଭାବରେ ଯୋଗାଇ ଦେବା, ଅପର ପକ୍ଷରେ ଏହା ରୋଗୀମାନଙ୍କୁ ନିରବଚ୍ଛିନ୍ନ ଭାବରେ ରେଫେରାଲ୍ ସେବା ମଧ୍ୟ ଯୋଗାଇ ଦେବା ନିମନ୍ତେ ଆବଶ୍ୟକ ଇନ୍ପୁଟ୍ ଉପଲବ୍ଧ ରହିଛି । ଏହା ରୋଗୀମାନଙ୍କୁ ଏକ ଅନୁକୂଳ ବାତାବରଣ ମଧ୍ୟରେ ସମସ୍ତଙ୍କ ପାଇଁ  ସ୍ୱାସ୍ଥ୍ୟସେବା ଯୋଗାଣ ସୁନିଶ୍ଚିତ କରିବ ଏବଂ ସେମାନେ ମର୍ଯ୍ୟାଦାର ସହିତ ସ୍ୱଳ୍ପ ଆର୍ଥିକ ବୋଝ ମାଧ୍ୟମରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ହାସଲ କରିପାରିବେ । 
ଜନସ୍ୱାସ୍ଥ୍ୟ ବ୍ୟବସ୍ଥା ମଧ୍ୟରେ ଏବେ ଆଇପିଏଚଏସ ପ୍ରତ୍ୟେକ ପର୍ଯ୍ୟାୟରେ ନିର୍ଦ୍ଦିଷ୍ଟ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେଉଥିବାବେଳେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏକାଧାରରେ ଗୁଣାତ୍ମକ ସେବା ଯୋଗାଣ ଉପରେ ଗୁରୁତ୍ୱାରୋପ କରାଯାଇଛି ଯାହା ଫଳରେ ଅନୁପଯୁକ୍ତ ଓ ଅନିରାପତ୍ତା ଚିକିତ୍ସା ମାତ୍ରା ହ୍ରାସ ପାଇଛି, ଡାଇଗ୍ନୋସିସ୍ ସୁବିଧା ମଧ୍ୟ ଉପଲବ୍ଧ ହେଉଛି ଏବଂ ଜନସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡ଼ିକରେ ସମ୍ମାନର ସହିତ ଉପଯୁକ୍ତ ସେବା ଯୋଗାଇ ଦିଆଯାଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଫ୍ଲାଗ୍ସିପ୍ କାର୍ଯ୍ୟକ୍ରମ ଜାତୀୟ ଗୁଣାତ୍ମକ ମାନଯୁକ୍ତ ସେବା ସୁନିଶ୍ଚିତିକରଣ (ଏନକୁ୍ୟଏଏସ)କୁ ଏଭଳି ଢାଞ୍ଚାରେ ପ୍ରସ୍ତୁତ କରାଯାଇଛି ଏବଂ ପ୍ରବର୍ତ୍ତନ କରାଯାଉଛି ଯାହା ଜନସ୍ୱାସ୍ଥ୍ୟ ସେବା କେନ୍ଦ୍ରମାନଙ୍କରେ କେବଳ ନିରାପଦ ଏବଂ ରୋଗୀକୈନ୍ଦ୍ରିକ ସେବା ସୁନିଶ୍ଚିତ କରିନାହିଁ ଅପର ପକ୍ଷେ, ଏହାର ଗୁଣାତ୍ମକ ମାନର ସ୍ତରକୁ ମଧ୍ୟ ସୁନିଶ୍ଚିତ କରିଛି । ଏହି ଉପକ୍ରମ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବୋଧଶକ୍ତି, ଆକଳନ ବୃଦ୍ଧି ଏବଂ ଗୁଣାତ୍ମକ ମାନ ଉନ୍ନତିକରଣ ଉପରେ ଗୁରୁତ୍ୱ ଆରୋପ କରିଛି ।
ସରକାରୀ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଗୁଣାତ୍ମକ ମାନଯୁକ୍ତ ଚିକିତ୍ସା ସୁବିଧା ଯୋଗାଣ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଯାହା ରୋଗୀମାନଙ୍କ ଆଗମନ, ସେମାନଙ୍କ ନିରାପତ୍ତା ଏବଂ ସାମଗ୍ରିକ ଭାବରେ ରୋଗୀ ସନ୍ତୁଷ୍ଟିକରଣ ଉପରେ ପ୍ରଭାବ ପକାଇଥାଏ । ଏହା ମଧ୍ୟ ସାମଗ୍ରିକ ଭାବରେ ଏକ ଗୋଷ୍ଠୀର ସ୍ୱାସ୍ଥ୍ୟ ଉନ୍ନତିକରଣ ଦିଗରେ ସହାୟକ ହୋଇଥାଏ ଏବଂ ରୋଗୀମାନଙ୍କ ଅନୁଭୂତିକୁ ଉନ୍ନତ କରିବା ସହିତ ସେବା ଯୋଗାଣକାରୀଙ୍କ ଅନୁଭୂତିକୁ ମଧ୍ୟ ପୁଷ୍ଟ କରିଥାଏ ଓ ସର୍ବୋପରି ଏହା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଖର୍ଚ୍ଚ ହ୍ରାସ କରିଥାଏ । ଜନସ୍ୱାସ୍ଥ୍ୟ ସୁବିଧା କ୍ଷେତ୍ରରେ ମାନକୀକରଣ ସେବା ଉପଲବ୍ଧ ସୁନିଶ୍ଚିତ କରିବା ପରେ,ଏବେ ସ୍ୱାସ୍ଥ୍ୟ ସେବା ଜନସ୍ୱାସ୍ଥ୍ୟ ସେବା ସୁବିଧା ଉପରେ ଲୋକମାନଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇଛି ଯାହାକି ସରକାରୀ ସ୍ୱାସ୍ଥ୍ୟସେବା କେନ୍ଦ୍ର ଓ ହସପିଟାଲମାନଙ୍କୁ ଅଧିକ ସଂଖ୍ୟକ ରୋଗୀଙ୍କ ଆଗମନ ଏବଂ ହିତଧାରକମାନଙ୍କ ସହିତ ସୁସମ୍ପର୍କ ରକ୍ଷାରୁ ସୂଚୀତ ହୁଏ । ଏନକୁ୍ୟଏଏସ୍ ବ୍ୟବସ୍ଥା ପ୍ରବର୍ତ୍ତନ ସ୍ୱାସ୍ଥ୍ୟ ସୁବିଧା ଯୋଗାଣକୁ ସୁନିଶ୍ଚିତ କରିଛି ଏବଂ ନିୟନ୍ତ୍ରଣ ଆବଶ୍ୟକତା ଓ ଅଗ୍ନି ନିରାପତ୍ତା ଆଦି ପ୍ରସ୍ତୁତି ପାଇଁ ଥିôବା ସର୍ତ୍ତ ପୂରଣ କରୁଛି ।
ଗୁଣାତ୍ମକ ମାନଯୁକ୍ତ ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ ହେବା ମଧ୍ୟ ସମାଜରେ ଥିବା ବୈଷମ୍ୟକୁ ଦୂର କରିବାରେ ସହାୟକ ହୋଇଛି ଏବଂ ଏହା ସୁନିଶ୍ଚିତ କରିଛି ଯେ ସମସ୍ତ ରୋଗୀ,ସେମାନଙ୍କର ସାମାଜିକ ପୃଷ୍ଠଭୂମି ଯାହା ହୋଇଥାଉ ନା କାହିଁକି କିମ୍ବା ସେମାନେ ଯେକୌଣସି ପରିସ୍ଥିତିରେ ଥାଆନ୍ତୁ ନା କାହିଁକି, ସମାନ ଭାବରେ ସକଳ ପ୍ରକାର ସ୍ୱାସ୍ଥ୍ୟସେବା ସୁବିଧା ପାଇବାକୁ ଯୋଗ୍ୟ ଏବଂ ତାହା ଯୋଗାଇ ଦିଆଯାଉଛି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସମାନତା ଏବଂ ସାମାଜିକ ନ୍ୟାୟ ହାସଲ କରିବା ଦିଗରେ ଏହା ବେଶ୍ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ସରକାରଙ୍କ ‘ଇଜ୍ ଅଫ୍ ଲିଭିଂ ଫର୍ ଅଲ୍’ ନୀତିକୁ ମଧ୍ୟ ସୁନିଶ୍ଚିତ କରିବ ।
ନିକଟରେ ଘଟିଥିବା ବୈଶ୍ୱିକ ମହାମାରୀର ଅଧ୍ୟୟନକୁ ଗ୍ରହଣ ପୂର୍ବକ ଏବଂ ଭବିଷ୍ୟତର ଜନସ୍ୱାସ୍ଥ୍ୟ ଆପାତ ପରିସ୍ଥିତି ପାଇଁ ପ୍ରସ୍ତୁତି ପୂର୍ବକ ଭାରତୀୟ ଜନ ସ୍ୱାସ୍ଥ୍ୟ ବ୍ୟବସ୍ଥା ସର୍ବବୃହତ୍ ଅଖିଳ ଭାରତ ଭିତ୍ତିଭୂମି ସହାୟକ ମିଶନ୍ ଅର୍ଥାତ, ପ୍ରଧାନମନ୍ତ୍ରୀ ଆୟୁଷ୍ମାନ୍ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ (ପିଏମ- ଅଭୀମ)ଠାରୁ ସର୍ବାଧିକ ସମର୍ଥନ ଲାଭ କରିଛି । ଭିତ୍ତିଭୂମି ଓ ସତର୍କତା କାର୍ଯ୍ୟ ଉପରେ ପ୍ରାଥମିକ ଗୁରୁତ୍ୱାରୋପ ସହିତ ଏବଂ ସମସ୍ତଙ୍କ ପାଇଁ ଏହା ଉପଲବ୍ଧ, ସକ୍ରିୟତା, ସଫଳତା ଏବଂ ଗୁଣାତ୍ମକ ସେବା ଯାହାକି ଏକ ସୁଲଭ ପରୀକ୍ଷାଗାର ବ୍ୟବସ୍ଥା ମାଧ୍ୟମରେ ଏବଂ ସମନ୍ୱିତ ଜନ ସ୍ୱାସ୍ଥ୍ୟ ଲାବ୍ (ଆଇପିଏଚଏଲ)ର ଡିଜାଇନ୍ କରାଯାଇଛି ଏବଂ ଏହା ହେଉଛି ପିଏମ-ଅଭୀମ ମଧ୍ୟରେ ମୁଖ୍ୟ ସାଧନ । ଏହିସବୁ ପରୀକ୍ଷାଗାର କେବଳ ଦ୍ରୁତ, ନିର୍ଭରଯୋଗ୍ୟ ଓ ସଠିକ ପରୀକ୍ଷା ରିପୋର୍ଟ ଯୋଗାଇବ ନାହିଁ, ଅପରପକ୍ଷେ ଏହା ଜିଲ୍ଲା ଏବଂ ଉପ-ଜିଲ୍ଲା ସ୍ତରରେ ଏକ ସକ୍ରିୟ ଡାଇଗ୍ନୋସିିିସ୍ ଏବଂ ସତର୍କତା ସେବାର ଯୋଗାଯୋଗ ବ୍ୟବସ୍ଥା ମଧ୍ୟ ଗଠନ କରିବ ଯାହା ଭାରତକୁ ଏକ ସହନଶୀଳ ସ୍ୱାସ୍ଥ୍ୟ ବ୍ୟବସ୍ଥା ନିର୍ମାଣ ଦିଗରେ ଆଗକୁ ଆଗେଇନେବ ।
ଭାରତ ଭଳି ଏକ ବିବିଧତାପୂର୍ଣ୍ଣ ଭୌଗୋଳିକ ସ୍ଥିତି ଏବଂ ଜନସଂଖ୍ୟା ତଥା ଅଭିନବ କ୍ଷେତ୍ରୀୟ ସ୍ୱାସ୍ଥ୍ୟସେବା ଜନିତ ସମସ୍ୟା ସତ୍ତ୍ୱେ, ଭାରତ ସରକାର ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ଲକ୍ଷ୍ୟକୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ପ୍ରବର୍ତ୍ତନ ଜରିଆରେ ସଫଳ କରିବାକୁ ବଦ୍ଧପରିକର ଏବଂ ଏହା ସମସ୍ତଙ୍କୁ ନିରାପଦ, ଫଳପ୍ରସୂ, ରୋଗୀକୈନ୍ଦ୍ରିକ, ସମୟୋଚିତ, ସକ୍ରିୟ ଓ ସମାନତା ଆଧାରିତ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବ ଦିଗରେ କାର୍ଯ୍ୟରତ ।
ସଂକ୍ଷେପରେ କହିଲେ, ଆଇପିଏଚଏସ ମାର୍ଗଦର୍ଶିକା ପରିବର୍ତ୍ତନର ଏକ ଆଲୋକବର୍ତ୍ତିକା ଭାବରେ କାର୍ଯ୍ୟ କରୁଛି ଯାହାକି ଭବିଷ୍ୟତର ମାର୍ଗକୁ ଆଲୋକିତ କରୁଛି । ଯେଉଁଠାରେ ସ୍ୱାସ୍ଥ୍ୟସେବା କାର୍ଯ୍ୟକାରୀ କରାଯାଉଛି ସେଠାରେ ଏକ ବିନିର୍ଦ୍ଦିଷ୍ଟ ସେବା ବ୍ୟବସ୍ଥା ସହିତ ଜନସାଧାରଣଙ୍କ ନିମନ୍ତେ ଯେଉଁ ସେବା ଯୋଗାଣ ପ୍ରତ୍ୟେକ ସ୍ତରରେ ଆବଶ୍ୟକ ତାହା ମଧ୍ୟ ସୁନିଶ୍ଚିତ କରାଯାଉଛି । ଏକ ସମାନ ମାନଯୁକ୍ତ ବ୍ୟବସ୍ଥା ଏବଂ ସେଗୁଡ଼ିକର ପ୍ରବର୍ତ୍ତନ ସୁନିଶ୍ଚିତିକରଣ କରି ଆଇପିଏଚଏସ ସ୍ୱାସ୍ଥ୍ୟ ସେବାକୁ ଅଧିକ ହାସଲଯୋଗ୍ୟ, ସୁଲଭ ଓ ମର୍ଯ୍ୟାଦାବନ୍ତ କରୁଛି, ବିଶେଷ କରି ଏହା ଦୁର୍ବଳ ଓ ସଂଖ୍ୟାଲଘୁ ଗୋଷ୍ଠୀର ଲୋକଙ୍କ ପାଇଁ ବରଦାନ ଭାବେ ସାବ୍ୟସ୍ତ ହୋଇପାରୁଛି ।
ସମାନ୍ତରାଳ ଭାବରେ, ଜାତୀୟ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ମାନ ସୁନିଶ୍ଚିତକରଣ ମାଧ୍ୟମରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସୁବିଧା ଯୋଗାଣ ସହଜସାଧ୍ୟ ହୋଇପାରିଛି ଯାହାକି ନିରାପଦ, ଫଳପ୍ରସୂ ଓ ରୋଗୀକୈନ୍ଦ୍ରିକ ସେବା ଉପଲବ୍ଧ କରିବା ଦିଗରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏହା ଫଳରେ ଲୋକମାନେ ଉତ୍ତମ ସ୍ୱାସ୍ଥ୍ୟରକ୍ଷା ହାସଲ କରିପାରିବେ, ଏବଂ ରୋଗୀମାନଙ୍କର ଅନୁଭୂତି ମଧ୍ୟ ବୃଦ୍ଧି ପାଇବ ଏବଂ ସେମାନେ ଜନସ୍ୱାସ୍ଥ୍ୟ ବ୍ୟବସ୍ଥାର ସକ୍ରିୟତାକୁ ଅଧିକ ମାତ୍ରାରେ ଅନୁଭବ କରିପାରିବେ ।
ଏଭଳି ପରିବର୍ତ୍ତନଧର୍ମୀ ଉପକ୍ରମ ଏକ ଉନ୍ନତ ସ୍ୱାସ୍ଥ୍ୟ ପରିଣାମର ପ୍ରତିଶ୍ରୁତି ପ୍ରଦାନ କରେ, ଆରୋଗ୍ୟସାଧ୍ୟ ରୋଗର ବୋଝକୁ ମଧ୍ୟ ହ୍ରାସ କରେ ;ଏବଂ ସରକାରୀ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଉପରେ ନିର୍ଭରଶୀଳତା ଓ ଆସ୍ଥାକୁ ବଢ଼ାଏ ।
(ଗୁଣାତ୍ମକ ରୋଗୀ ନିରାପତ୍ତା ଡିଭିଜନରେ ଡକ୍ଟର ଜେ ଏନ ଶ୍ରୀବାସ୍ତବ ଜଣେ ଉପଦେଷ୍ଟା ଓ ଡକ୍ଟର ଅଭୟ ଦହିୟା ଜଣେ ପରାମର୍ଶଦାତା ଏବଂ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଜାତୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥା ସାଧନ କେନ୍ଦ୍ର ଅଧୀନରେ ଥିବା ଜନ ସ୍ୱାସ୍ଥ୍ୟ ପ୍ରଶାସନରେ ଡକ୍ଟର କେ ମଦନ ଗୋପାଳ ଜଣେ ଉପଦେଷ୍ଟା ଓ ଡକ୍ଟର ସ୍ୱର୍ଣ୍ଣିକା ଓ ଡକ୍ଟର ଅର୍ପିତା ବରିଷ୍ଠ ପରାମର୍ଶଦାତା ଭାବରେ କାର୍ଯ୍ୟରତ ।)  
ଡକ୍ଟର ଜେ.ଏନ.ଶ୍ରୀବାସ୍ତବ,
ଡକ୍ଟର କେ. ମଦନ ଗୋପାଳ,
ଡକ୍ଟର ସ୍ୱର୍ଣ୍ଣିକା ପାଲ,
ଡକ୍ଟର ଅଭୟ ଦହିୟା