ଜନ୍ ବୀମ୍ସ ଓ ଓଡ଼ିଆ ଭାଷା


ଉନ୍ନବିଂଶ ଶତାବ୍ଦୀ ଦ୍ୱିତୀୟାର୍ଦ୍ଧରେ ବେଙ୍ଗଲ ସିଭିଲ ସର୍ଭିସରେ ଯୋଗ ଦେଇଥିଲେ ଜଣେ ବ୍ରିଟିଶ ଯୁବକ । ୧୮୫୯ ମସିହାରେ ପଞ୍ଜାବରେ କାର୍ଯ୍ୟକ୍ଷେତ୍ରରେ ଯୋଗଦେବା ପରେ ଏହାର ମାତ୍ର ଦୁଇବର୍ଷ ପରେ ଅର୍ଥାତ୍ ୧୮୬୧ରେ ସେ ବଙ୍ଗଳାକୁ ବଦଳି ହୋଇ ଆସିଥିଲେ । ସାହିତ୍ୟ, ଇତିହାସ ଓ ଭାଷାତତ୍ତ୍ୱରେ ଅଗାଧ ପାଣ୍ଡିତ୍ୟ ଓ ଆଗ୍ରହ ଥିବା ବୀମ୍ସ ବାଲେଶ୍ୱରରେ କଲେକ୍ଟର ଭାବେ ୧୮୬୯ରେ ଅବସ୍ଥାପିତ ହେବାବେଳକୁ ଗୋଟିଏ ବିଚିତ୍ର କଥା ଲକ୍ଷ୍ୟ କଲେ । ଯଦିଚ ବଙ୍ଗ ପ୍ରଦେଶ ଅଧୀନରେ ଓଡ଼ିଆ ଭାଷାଭାଷୀ କ୍ଷେତ୍ର ଥିଲା । ଓଡ଼ିଆ ଭାଷାକୁ ଏକ ସ୍ୱତନ୍ତ୍ର ଭାଷା ନୁହେଁ ବୋଲି ବଙ୍ଗୀୟ ବିଦ୍ୱାନ ମାନଙ୍କ ଦାବି ଭୁଲ ବୋଲି ସେ ଜାଣିପାରିଲେ । କାରଣ ସେତେବେଳକୁ ସେ ଭାରତୀୟ ଆର୍ଯ୍ୟ ଭାଷା ଉପରେ ପ୍ରାୟ ଦଶବର୍ଷ ଧରି ଗଭୀର ଅଧ୍ୟୟନ କରିସାରିଥାନ୍ତି । ରାଜେନ୍ଦ୍ରଲାଲ ମିତ୍ରଙ୍କ ଠାରୁ ଆରମ୍ଭ କରି ଉମା ଚରଣ ହାଇଦର, କାନ୍ତିଲାଲ ଭଟ୍ଟାଚାର୍ଯ୍ୟଙ୍କ ଭଳି ବଙ୍ଗୀୟ ବିଦ୍ୱାନଙ୍କ ଏଭଳି ଯୁକ୍ତି ବିରୁଦ୍ଧରେ ବୀମ୍ସ କୋଲକାତାର ଏସିଆଟିକ ସୋସାଇଟି ୧୮୭୦, ମେ ୪ ତାରିଖ ଦିନ ଏକ ସଭାରେ ତଥ୍ୟ ପ୍ରମାଣ ଉପସ୍ଥାପନ କରି ଭାଷଣ ଦେଲେ । ଏହାପରେ ସେ ରାଜେନ୍ଦ୍ରଲାଲ ମିତ୍ରଙ୍କ ଦାବିକୁ ଖଣ୍ଡନ କରି ବମ୍ବେରୁ ପ୍ରକାଶ ପାଉଥିବା ଇଣ୍ଡିଆନ ଆଣ୍ଟିକ୍ୱାରୀ ପତ୍ରିକା “ଦି ଇଣ୍ଡିଜେନସ ଲିଟରେଚର ଅଫ୍ ଓଡ଼ିଶା’ ଶୀର୍ଷକ ଏକ ଦୀର୍ଘ ପ୍ରବନ୍ଧ ପ୍ରକାଶ କଲେ । ସେଥିରେ ଜନ ବୀମ୍ସ ଦର୍ଶାଇଥିଲେ “ମୁଁ ଜାଣେ, ଭାରତୀୟ ଭାଷା ଗୁଡ଼ିକ ମଧ୍ୟରେ ଓଡ଼ିଆ ଭାଷାର ସ୍ଥାନ ଅପେକ୍ଷାକୃତ ଭାବେ ନିମ୍ନରେ ରହିଛି । କିନ୍ତୁ ଏହା ପଛରେ ଥିବା କାରଣଟି ହେଲା, ଏ ଭାଷା ଦୀର୍ଘଦିନ ଧରି ଘୋର ଅନ୍ଧାର ଭିତରେ ରହିଆସିଛି । ମୋ ବିଚାରରେ ସମସ୍ତ ଆର୍ଯ୍ୟ ଭାଷା ମଧ୍ୟରେ ଏହା ଏକ ଚମକ୍ରାର ଓ ପ୍ରାଚୀନ ଭାଷା । ଏହା ଅନ୍ୟାନ୍ୟ ଆର୍ଯ୍ୟ ଭାଷା ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏବଂ ଦୀର୍ଘ ଦିନର ଅବହେଳା ସତ୍ତ୍ୱେ ଏହାର ନିଜର ମୌଳିକତା ହରାଇ ନାହିଁ । ଏହାର ରୂପରେଖ ଅତୁଟ ରହିଛି ଓ ସମସ୍ତ ପ୍ରତିକୂଳ ପ୍ରଭାବରେ ସୁଦ୍ଧା ବିସ୍ତାରିତ ହୋଇ ଚାଲିଛି । ବୀମ୍ସ ସାହେବଙ୍କ ଏଭଳି ବିଜ୍ଞାନସମ୍ମତ ଆଲେଖ୍ୟ ବଙ୍ଗୀୟମାନଙ୍କୁ ଚୁପ କରାଇବାରେ ଅନେକାଂଶରେ ସକ୍ଷମ ହୋଇଥିଲା । ସେହି ପ୍ରବନ୍ଧରେ ବୀମ୍ସ ପ୍ରାଚୀନ ଶିଳାଲେଖା ଠାରୁ ମଧ୍ୟଯୁଗୀୟ ଓଡ଼ିଆ କାବ୍ୟ କବିତାରେ ଅନେକ ଉଦାହରଣ ଦେଇଥିଲେ । ବୀମ୍ସ ସାହେବ ଜାଣିଥିଲେ ଯେ ଓଡ଼ିଆ ଭାଷା ସପକ୍ଷରେ ତାଙ୍କର ଏହି ଗୋଟିଏ ପ୍ରବନ୍ଧ ପର୍ଯ୍ୟାପ୍ତ ହେବନାହିଁ । ଓଡ଼ିଆ ଭାଷାଭାଷୀ କ୍ଷେତ୍ରକୁ ଓଡ଼ିଆକୁ ଉଠାଇ ବଙ୍ଗଳା ଭାଷା ପ୍ରଚଳନ ପାଇଁ ବଙ୍ଗୀୟମାନଙ୍କ ପ୍ରୟାସ ତଥାପି ଜାରି ରହିଥିଲା । ତେଣୁ ସେ “ଓଦ୍ଭୟସବଦ୍ଭ ଚଷସକ୍ଷକ୍ଟକ୍ଷକ୍ଟଶଚ୍ଚ’ (୧୮୬୭) ବଦ୍ଭୟ ଇ ଉକ୍ଟଜ୍ଞକ୍ଟ୍ରବକ୍ସବଗ୍ଧସଙ୍ଖର ଏକ୍ସବଜ୍ଞଜ୍ଞବକ୍ସ କ୍ଟଲ ଗ୍ଧଷର ଗକ୍ଟୟରକ୍ସଦ୍ଭ ଇକ୍ସଚ୍ଚବଦ୍ଭ ଖବଦ୍ଭଶଙ୍କବଶର (୧୮୭୨)’ ରେ ଓଡ଼ିଆ ଭାଷାର ଲିପି, ବ୍ୟାକରଣ, ଉଚ୍ଚାରଣ, ଧ୍ୱନି, ସାହିତ୍ୟ ଓ ଏହାର କ୍ରମବିକାଶ ଉପରେ ଆହୁରି ବିସ୍ତାରିତ ଆଲୋଚନା କରିଥିଲେ । ଓଡ଼ିଆ ଭାଷାକୁ ଅନ୍ୟ ଆର୍ଯ୍ୟ ଭାଷା ଗୁଡ଼ିକ ସହିତ ତୁଳନା କରି ଏହାର ବିଶେଷତ୍ୱ ଓ ଅନ୍ୟଠାରୁ କିପରି ପୃଥକ ତାହା ଦର୍ଶାଇଥିଲେ । ବୀମସ ତାଙ୍କ “ଉକ୍ଟଜ୍ଞକ୍ଟ୍ରବକ୍ସବଗ୍ଧସଙ୍ଖର ଏକ୍ସବଜ୍ଞଜ୍ଞବକ୍ସ କ୍ଟଲ ୠକ୍ଟଙ୍କକ୍ସ ଖବଦ୍ଭଶଙ୍କବଶର’ ପୁସ୍ତକରେ ପ୍ରଥମ ଭାଗରେ ଲେଖିଥିଲେ ଯେ ଏକ ସମୟରେ ଓଡ଼ିଆ ଏକ ବ୍ୟବସ୍ଥିତ, ସ୍ଥିର ଓ ସ୍ୱୟଂ ସମ୍ପୂର୍ଣ୍ଣ ଭାଷା ପର୍ଯ୍ୟାୟରେ ପହଞ୍ଚôଥିଲା । ସେ ସମୟରେ ବଙ୍ଗଳା ଭାଷାର କୌଣସି ଅସ୍ତିତ୍ୱ ନଥିଲା । ବଙ୍ଗୀୟମାନେ ହିନ୍ଦୀର ଏକ ପୂର୍ବାଞ୍ଚଳୀୟ ଅପଭ୍ରଂଶ ଭାଷାରେ କଥାବାର୍ତ୍ତା କରୁଥିଲେ । ଏବେ ସୁଦ୍ଧା ଏପରି କିଛି ବିଶେଷତ୍ୱ ଲକ୍ଷ୍ୟ କରାଯାଉନାହିଁ, ଯାହାକି ଓଡ଼ିଆ ଉପରେ ବଙ୍ଗଳା ଭାଷାର ପ୍ରାଧାନ୍ୟକୁ ପ୍ରମାଣିତ କରିପାରିବ । ଜନ ବୀମ୍ସଙ୍କ ଏଭଳି ଅଧ୍ୟୟନ ଓ ପ୍ରବନ୍ଧ ଓଡ଼ିଆ ଭାଷାର ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଏହାର ସୁରକ୍ଷା ଦିଗରେ ବିଶେଷ ଭାବେ ସହାୟକ ହୋଇଥିଲା । ବୀମ୍ସ ବାଲେଶ୍ୱର ଓ କଟକର କଲେକ୍ଟର ଏବଂ କମିଶନର ଦାୟିତ୍ୱରେ ଥିବାବେଳେ ଗୌରୀ ଶଙ୍କର ରାୟ, ଭୂଦେବ ମୁଖୋପାଧ୍ୟାୟ, ଫକୀର ମୋହନ ସେନାପତି, ରାଧାନାଥ ରାୟ, ମଧୁସୂଦନ ରାଓ, ରାମଶଙ୍କର ରାୟ ପ୍ରମୁଖ ପ୍ରାଚୀନ ଓଡ଼ିଆ ପୋଥି ମାନଙ୍କରୁ ଓଡ଼ିଆ ସାହିତ୍ୟର ଅନେକ କୃତିକୁ ଲୋକ ଲୋଚନକୁ ଆଣି ଏବଂ ନିଜ ରଚନା ମାଧ୍ୟମରେ ଓଡ଼ିଆ ଭାଷା ସୁରକ୍ଷା ଦିଗରେ ଅଣ୍ଟା ଭିଡ଼ି ଥିଲେ । ଧ୍ୱଂସମୁହଁରେ ପଡ଼ି ଲୀନ ହେବା ଅବସ୍ଥାରୁ ଓଡ଼ିଆ ଭାଷା ଉଦ୍ଧାର ପାଇ ଏବେ ଶାସ୍ତ୍ରୀୟ ଭାଷାର ଗୌରବ ଅର୍ଜନ କରିପାରିଛି । 
ବାଦଲ ଭୂୟାଁ,ମୋ : ୭୪୮୮୯୯୮୫୩୨