ସାମ୍ବାଦିକଙ୍କ ସୁରକ୍ଷା ପ୍ରସଙ୍ଗ
ଛତିଶଗଡର ବିଜାପୁରରେ ସାମ୍ବାଦିକ ମୁକେଶ ଚନ୍ଦ୍ରକାରଙ୍କ ହତ୍ୟା ଘଟଣା ସ୍ପଷ୍ଟ ଭାବେ ସ୍ମରଣ କରାଇ ଦେଇଥିଲା ଯେ, ଭାରତରେ ସାମ୍ବାଦିକତା ହେଉଛି ଏକ ବିପଦଜନକ ପେସା । ସାମ୍ବାଦିକମାନଙ୍କୁ ନୀରବ କରାଇ ଦେବା କିମ୍ବା ସେମାନଙ୍କୁ ଧମକ ଦେବା ଏକ ସଙ୍ଗେ ସାମ୍ବିଧାନିକ ବାକ୍ ସ୍ୱାଧୀନତା ଅଧିକାର ଏବଂ ପ୍ରେସ ସ୍ୱାଧୀନତା ପାଇଁ ଗଣତାନ୍ତ୍ରୀକ ନୀତି ଆଦର୍ଶକୁ ଉଂଲଘନ କରୁଛି । ଏସବୁ ଗଣତନ୍ତ୍ର ଚତୁର୍ଥ ସ୍ତମ୍ଭ ଉପରେ ନଗ୍ନ ଆକ୍ରମଣ, ଯାହାକି ଦେଶର ଗଣତାନ୍ତ୍ରିକ ସୁନାମ ପ୍ରତି କ୍ଷତି ପହଁଚାଇପାରେ । କହିବା ଅଯଥାର୍ଥ ହେବ ନାହିଁ ଯେ ଭାରତରେ ପ୍ରେସ ସ୍ୱାଧୀନତା ଅତି ଖରାପ ସ୍ଥିତିରେ ରହିଛି । ଆନ୍ତର୍ଜାତିକ ପ୍ରେସ ସ୍ୱାଧୀନତା ସୂଚ୍ୟାଂକ ତାଲିକାରେ ୧୮୦ଟି ଦେଶରେ ୧୫୯ ସ୍ଥାନରେ ରହିଛି । ଉଲ୍ଳେଖଯୋଗ୍ୟ ଯେ, ୨୦୨୩ ମସିହାରେ ତାଲିକାରେ ଭାରତ ୧୬୧ତମ ସ୍ଥାନରେ ରହିଥିବା ୨୦୨୪ରେ ଦୁଇଟି ପାଲେଷ୍ଟାଇନ ଠାରୁ ମଧ୍ୟ ଭାରତରେ ପ୍ରେସ ସ୍ୱାଧୀନତା ଅତି ଖରାପ ସ୍ଥିତିରେ ରହିଛି ।
ସାମ୍ବାଦିକମାନେ ରାଜ୍ୟ ସରକାର, ରାଜନୈତିକ ନେତା, ଅସାମାଜିକ ଦୁର୍ବୃତ୍ତ ଏବଂ ଅପରାଧୀମାନଙ୍କ ଦ୍ୱାରା ନିଶାଣ ହୋଇଆସୁଛନ୍ତି । ପ୍ରାୟତଃ ପ୍ରତି ହତ୍ୟା ଏବଂ ନିର୍ଯାତନା ସାମ୍ବାଦିକଙ୍କ ରିପୋର୍ଟ ଉପରେ ପର୍ଯ୍ୟବସିତ, ବିଶେଷ କରି ଅନୁସନ୍ଧାନମୂଳକ ରିପୋର୍ଟ କିମ୍ବା ମୁଖା ଖୋଲିଦେବା ସମ୍ପର୍କିତ ରପୋର୍ଟ ଉପରେ ସାମ୍ବାଦିକମାନେ ଆକ୍ରମଣର ଶିକାର ହୋଇଆସୁଥିବା ଜଣାପଡେ । ଉଦାହରଣ ସ୍ୱରୁପ ୨୦୨୩ ମସିହାରେ ୫ଜଣ ସାମ୍ବାଦିକଙ୍କୁ ହତ୍ୟା କରାଯାଇଥିବାବେଳେ ୨୨୬ ଜଣ ସାମ୍ବାଦିକ ବିଭିନ୍ନ ଚାପର ସମ୍ମୁଖୀନ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୧୪୮ ଜଣ ରାଜ୍ୟ ସରକାରଙ୍କ ଟାର୍ଗେଟର ଶିକାର ହୋଇଥିବାବେଳେ ସେମାନଙ୍କୁ ଗିରଫ କିମ୍ବା ଅଟକ ରଖାଯାଇଥିଲା । ଆହୁରି ମଧ୍ୟ କେତେକଙ୍କୁ ଜେରା ପାଇଁ ସମନ କରାଯାଇଥିବାବେଳେ କେତେକଙ୍କ ବିରୁଦ୍ଧରେ ଏତଲା ଦାୟର କରାଯାଇଥିଲା । ସେହିପରି କେତେକଙ୍କୁ ସେମାନଙ୍କ ରିପୋର୍ଟର ଉସô ସମ୍ପର୍କରେ ପଚରା ଯାଇଥିବାବେଳେ କେତେକଙ୍କ ଘର ଉପରେ ଆକ୍ରମଣ କରାଯାଇଥିଲା ତ କେତେକଙ୍କ ପାସପୋର୍ଟ ଜବରଦସ୍ତ ନିଆଯାଇଥିଲା । ଆହୁରି ମଧ୍ୟ କେତେକ ଶାରୀରିକ ଆକ୍ରମଣର ଶିକାର ହୋଇଥିବାବେଳେ କେତେକ ପୋଲିସ କିମ୍ବା ସରକାରୀ ଅଫିସରମାନଙ୍କ ଧମକର ସମ୍ମୁଖୀନ ହୋଇଥାନ୍ତି । ଉଲ୍ଲେଖଯୋଗ୍ୟ ଯେ, ଛତିଶଗଡର ବିଜାପୁରରେ ସାମ୍ବାଦିକଙ୍କୁ ଚନ୍ଦ୍ରାକାର ଜଣେ ଅସାଧୁ ଠିକାଦାରଙ୍କ ଦ୍ୱାରା ହତ୍ୟାର ଶିକାର ହେବାପରେ ସେଠାରେ ଅନ୍ୟ ଜଣେ ସାମ୍ବାଦିକଙ୍କର ୫ଜଣ ସମ୍ପର୍କୀୟ ତଥା ପିତାମାତା, ଭାଇ, ଭଉଣୀ ଓ ଦାଦାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଇଏତ ମାତ୍ର ଗୋଟିଏ ଘଟଣା । ଏହିପରି ବହୁ ଘଟଣା ଆମ ଦେଶରେ ଘଟୁଛି । ସାମ୍ବାଦିକମାନଙ୍କର ସୁରକ୍ଷା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଦେଶର ସମସ୍ତ ସାମ୍ବାଦିକ ସଂଗଠନଗୁଡିକ ଏବେ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ସୁରକ୍ଷା ଆଇନ ପ୍ରଣୟନ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ନିକଟରେ ବାରମ୍ବାର ଦାବି କରିଆସୁଛନ୍ତି ।
ଏହା ସ୍ପଷ୍ଟ ଯେ, ସମ୍ବିଧାନ ନିଦେ୍ର୍ଦଶିତ ବାକ୍ ସ୍ୱାଧୀନତା ଅଧିକାର ଏବେ ଅେଉ ସାମ୍ବାଦିକମାନଙ୍କ ପାଇଁ ସୁରକ୍ଷାର କବଚ ହୋଇ ରହିନାହିଁ । ସେମାନେ ଅଧିକାରର ଏକ ବିଲ୍ ପାଇଁ ଯୋଗ୍ୟ । ଏହା ସେମାନଙ୍କ ପାଇଁ ଏକ ସୁରକ୍ଷା କବଚ ଭାବେ ଅତ୍ୟନ୍ତ ଫଳପ୍ରଦ ହୋଇପାରିବ । ଏହା ମଧ୍ୟ ସାଂପ୍ରତିକ ଆଇନକୁ ମୁକାବିଲା କରିବାରେ ଅତ୍ୟନ୍ତ ଫଳପ୍ରଦ ହେବ । ସେହିପରି ସରକାରଙ୍କ ସପକ୍ଷ ପ୍ରୋଜେକ୍ଟ ଓ ରିପୋର୍ଟକୁ ନିୟନ୍ତ୍ରଣ କରିବାରେ ସମର୍ଥ ହେବ । ଏହା ନିଃସନେ୍ଦହ ଯେ, ଆମ ଦେଶରେ କ୍ଷୁଦ୍ର ଓ ମଧ୍ୟମ ତଥା ସ୍ୱଳ୍ପ ବଜେଟର ମେଡିଆ ସଂଗଠନ ଏବଂ ଚନ୍ଦ୍ରାକାରଙ୍କ ପରି ମୁକ୍ତବୃତ ସାମ୍ବାଦିକମାନେ ସାଧାରଣତଃ ହତ୍ୟା, ଅପହରଣ, ଧମକ ଚମକର ଶିକାର ହୋଇଆସୁଛନ୍ତି । ଯେଉଁମାନଙ୍କୁ ପ୍ରଚଳିତ ଆଇନ ସୁରକ୍ଷା ଦେଇପାରୁନାହିଁ । ସେମାନେ ନିଜକୁ ଅସୁରକ୍ଷିତ ମନେ କରନ୍ତି । ସାମ୍ବାଦିକଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ଆଇନ ବା ଅଧିକାର ଆଇନ ସେମାନଙ୍କ ସୁରକ୍ଷା ଦେଇପାରିବ । ସାମ୍ବାଦିକତା ହେଉଛି ଏକ ସାହସିକତାର ପେସା । ସାଂପ୍ରତିକ ସମୟରେ ଏହା ଏକ ଅସାଧାରଣ ସାହସିକତା ବୋଲି କୁହାଯାଇପାରେ । ଯେଉଁ ଦେଶରେ ଗଣମାଧ୍ୟମ ଯେତେ ନିରପେକ୍ଷ ଓ ସ୍ୱାଧୀନ, ସେହି ଦେଶର ଗଣତନ୍ତ୍ର ସେତେ ସୁଦୃଢ ଓ ସକ୍ରିୟ । ତେଣୁ ଦେଶରେ ସାମ୍ବାଦିକଙ୍କୁ ସୁରକ୍ଷା ଓ ପ୍ରେସ ସ୍ୱାଧୀନତା ଅକ୍ଷୁଣ୍ଣ ରଖିବା ସରକାରଙ୍କ କର୍ତ୍ତବ୍ୟ । ସରକାର ସାମ୍ବାଦିକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଜରୁରି ।
ସୌଭାଗ୍ୟ ରଂଜନ ମହାନ୍ତି
ମୋ:୯୪୩୭୯୯୪୩୭୯