ଅର୍ଥୋଟ୍ରମା କେୟାର ଶୁଭାରମ୍ଭ 

 କେନ୍ଦୁଝର: ଧରଣୀଧର ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲ ପରିସରରେ ଥିବା ଟ୍ରମା କେୟାର ସେଂଟର(ଟିଏଫ୍ସି)ରେ ଅତ୍ୟାଧୁନିକ ବୈଷୟିକ ଯନ୍ତ୍ରପାତି ସୁବିଧା ଥିବା ଅର୍ଥୋ ଟ୍ରମା ଚିକିତ୍ସା ସେବା ଆରମ୍ଭ ହୋଇଛି । ଦୁର୍ଘଟଣାରେ ଆହତଙ୍କ ପାଇଁ ଆଡମିଶନ ପରେ ଏହି ଜରୁରୀ ସେବା ଉପଲବ୍ଧ ହେବ । ଏହାକୁ ଧରଣୀଧର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଅଧିକ୍ଷକ ଡ. ମହେନ୍ଦ୍ର ନାୟକ ଉଦ୍ଘାଟନ କରି ଦୁର୍ଘଟଣାରେ ଆହତ ଓ ଗୁରୁତରଙ୍କ ପାଇଁ ଏହି ସୁବିଧା ସହାୟକ ହେବ ବୋଲି କହିଥିଲେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସହଯୋଗରେ ଏହି ସେବା ଆରମ୍ଭ ହୋଇଛି । କାର୍ଯ୍ୟକ୍ରମରେ ଧରଣୀଧର ମେଡିକାଲ କଲେଜର ଡାକ୍ତର ଏବଂ କର୍ମଚାରୀ ଉପସ୍ଥିତ ଥିଲେ । କେନ୍ଦୁଝର ଜିଲ୍ଲା ଏକ ଦୁର୍ଘଟଣାପ୍ରବଣ ଜିଲ୍ଲା ହୋଇଥିବାବେଳେ, ଟ୍ରମା କେୟାର କେନ୍ଦୁଝର ଆରମ୍ଭ ହେବା ପରେ ବହୁ ଗୁରୁତର ରୋଗୀ ସୁବିଧାରେ ଚିକିତ୍ସିତ ହେଉଛନ୍ତି ।