ପ୍ରଦୂଷଣ ନିରାକରଣ ସମିତିର ଜିଲ୍ଲାସ୍ତରୀୟ ବୈଠକ
କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ପ୍ରଦୂଷଣ ନିରାକରଣ ସମିତିର ଜିଲ୍ଲା ସ୍ତରୀୟ ବୈଠକ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ପାରାଦ୍ୱୀପ ସ୍ଥିତ ପଲୁ୍ୟସନ ବୋର୍ଡର ଆଂଚଳିକ ଅଧିକାରୀ ପୁଷ୍କର ଚନ୍ଦ୍ର ବେହେରା, କେନ୍ଦ୍ରାପଡା ପୌର ନିର୍ବାହୀ ଅଧିକାରୀ ଅଜିତ ନାରାୟଣ ପ୍ରସାଦ ଗିରି ଓ ପଟ୍ଟାମୁଣ୍ଡାଇର ପ୍ରଫୁଲ୍ଲ କୁମାର ବିଶ୍ୱାଳ, ଆଞ୍ଚଳିକ ପରିବହନ ଅଧିକାରୀ ଧିରେନ୍ଦ୍ର କୁମାର ନାୟକ, ରାଜନଗର ବନଖଣ୍ଡ ଅଧିକାରୀ, କେନ୍ଦ୍ରାପଡା ଏସଡିପିଓ ଜ୍ୟୋତି ରଞ୍ଜନ ଗଉଡ, ଗଗନ ବିହାରୀ ମଲିକ, ଜିଲ୍ଲା ଖଣି ଅଧିକାରୀ ଦିନେଶ ମହାପାତ୍ର ପ୍ରମୁଖ ବୈଠକରେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ବିଭିନ୍ନ ପ୍ରକାର ପ୍ରଦୂଷଣ ଯୋଗୁଁ ଜନସାଧାରଣ ଭୋଗୁଥିବା ସ୍ୱାସ୍ଥ୍ୟଗତ ସମସ୍ୟା ସମେତ ଦୋକାନ ବଜାରରେ ବ୍ୟବହାର କରା ଯାଉଥିବା ପଲିଥିନର ବହୁଳ ବ୍ୟବହାର ଯୋଗୁଁ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହେଉଛି । ବିଶେଷକରି ୨ଟି ପୌରାଞ୍ଚଳରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନରେ ଚଢାଉ କରାଯାଇ ପଲିଥିନର ବ୍ୟବହାର କମ କରିବା ଏବଂ ଜରିମାନା ଆଦାୟ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।