ରକ୍ତଦାନ ଶିବିର
କେନ୍ଦ୍ରାପଡା: ଜିଲ୍ଲା କାର୍ଯ୍ୟାଳୟ କର୍ମଚାରୀ ସଂଘ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଇଂରାଜୀ ନବବର୍ଷ ୨୦୨୫ ଉପଲକ୍ଷେ ଜିଲ୍ଲାବାସୀ ତଥା ଜିଲ୍ଲା କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଜୀବନ ସୁଖମୟ ଓ ମଙ୍ଗଳଦାୟକ ହେଉ ଏହି କାମନାରେ ଶିବିର ଆୟୋଜନ କରାଯାଇଥିଲା । ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ଏହାକୁ ଉଦ୍ଘାଟନ କରିବା ସହ ଏଭଳି ମହତ୍କାର୍ଯ୍ୟ ପାଇଁ କର୍ମଚାରୀ ସଂଘ କର୍ମକର୍ତ୍ତା ଓ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଥିଲେ । ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ଉପଜିଲ୍ଲାପାଳ ରବୀନ୍ଦ୍ର ପ୍ରଧାନ, ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ସଭାପତି, ସମ୍ପାଦକ ଓ କର୍ମଚାରୀମାନେ ଯୋଗ ଦେଇଥିଲେ । ମୋଟ୍ ୫୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଜିଲ୍ଲାପାଳ କାର୍ଯ୍ୟାଳୟର କର୍ମଚାରୀ ସଙ୍ଘ ସଭାପତି ଶୈଳେନ୍ଦ୍ର ନାରାୟଣ ପ୍ରଧାନ, ଉପସଭାପତି ଦୈତାରୀ ସାହୁ, ସମ୍ପାଦକ ସୌଭାଗ୍ୟ ରଞ୍ଜନ ଦାସ, ସହକାରୀ ସମ୍ପାଦକ ସୂର୍ଯ୍ୟନାରାୟଣ ବେହେରା, ଉମେଶ ଚନ୍ଦ୍ର ବେହେରା, ରାଜକିଶୋର ରାଉତ, ଦେବାଶିଷ ପଣ୍ଡା, ପ୍ରଦୀପ କୁମାର ଦାସ, ବିଭୁତି ଭୂଷଣ ପରିଡା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।