ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା
ବରୀ : ବରୀ ବ୍ଲକସ୍ତରୀୟ ସୁଭଦ୍ରାଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଓଡିଶା ଜୀବିକା ମିଶନ ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀ ପକ୍ଷରୁ ଖାଦ୍ୟ ପ୍ରତିଯୋଗିତା ହୋଇଥିଲା । ଏଥିରେ ବ୍ଲକ୍ର ମୋଟ ୨୮ଟି ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଅଂଶଗ୍ରହଣ କରି ସେମାନଙ୍କର ହାତ ତିଆରି ବିଭିନ୍ନ ପୀଠା ପ୍ରଦର୍ଶିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଡିଓ ଅସିତ କୁମାର ମହାନ୍ତି ଯୋଗଦେଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ବିଜେତା ଓ ଉପବିଜେତା ଗୋଷ୍ଠୀଙ୍କୁ ପୁରସ୍କୃତ କରିଥିଲେ । ଏଥିରେ ତହସିଲଦାର ଦୀପ୍ତିମୟୀ ବେହେରା, ଅତିରିକ୍ତ ତହସିଲଦାର କଲ୍ଲେଳ ମିଶ୍ର ଏବିଡିଓ ମହେଶ୍ୱର ସେଠୀ, ବ୍ଲକ ସ୍ତରୀୟ ସଙ୍ଘର ସଭାପତି ଜ୍ୟୋସ୍ନାରାଣୀ ନାଥଶର୍ମା, ବିପିସି (ମିଶନଶକ୍ତି ) ଜ୍ଞାନେନ୍ଦ୍ର କୁମାର ନାୟକ, ବିପିଏମ ଓଏଲମର ଅନିରୁଦ୍ଧ ସାହୁ, ବିଏଲସି ଅମୀୟ କୁମାର ଦାସ, ପ୍ରିୟଙ୍କା ଦାଶ, ବ୍ୟାଙ୍କ ମିତ୍ର ଓ ସିଆରପି ପ୍ରମୁଖ ଯୋଗ ଦେଇଥିଲେ । ପ୍ରଥମ ସ୍ଥାନ ଅଧିକାର କରିଥିବା ଭ୍ରମରେଶ୍ୱର ସ୍ୱୟଂସହାୟକ ଗୋଷ୍ଠୀ କିମ୍ବିରିଆପାଳକୁ ନଗଦ ୫ ହଜାର ଟଙ୍କା ସହ ପ୍ରମାଣପତ୍ର, ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଏକତା ସ୍ୱୟଂସହାୟକ ଗୋଷ୍ଠୀ ରନôଗିରିକୁ ନଗଦ ୪ହଜାର ଟଙ୍କା ସହିତ ପ୍ରମାଣପତ୍ର ଦେଇ ପୁରସ୍କୃତ କରାଯାଇଥିଲା ।