ଏସ୍ୟୁସିଆଇର ବିକ୍ଷୋଭ ପ୍ରଦର୍ଶନ
ଯାଜପୁର ଟାଉନ : ଏସ୍ୟୁସିଆଇ (କମୁ୍ୟନିଷ୍ଟ)ପକ୍ଷରୁ ଝାଡ଼ା ବାନ୍ତିରେ ସଂକ୍ରମିତ ଲୋକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଉନ୍ନତମାନର ଚିକିତ୍ସା ଯୋଗାଇ ଦେବାଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମୃତକଙ୍କ ପରିବାରକୁ ପର୍ଯ୍ୟାପ୍ତ ପରିମାଣରେ ଆର୍ଥିକ ସହାୟତା ଦେବା ଏବଂ ପ୍ରୟୋଜନ ମୁତାବକ ସମସ୍ତ ଘରକୁ ହେଲୋଜେନ ବଟିକା ଓ ବ୍ଲିଚିଙ୍ଗ ପାଉଡର ଯୋଗାଇ ଦେବା ପ୍ରଭୃତି ଦାବୀରେ ଜିଲ୍ଲାପାଳ ଅଫିସ ସମ୍ମୁଖରେ କରାଯାଇଥିବା ବିକ୍ଷୋଭରେ ଜିଲ୍ଲା କମିଟିର ସମ୍ପାଦକ କମ୍ରେଡ଼ ସୁରେନ୍ଦ୍ର ମଲ୍ଲିକ, କମ୍ରେଡ଼ ରାଧାବଲ୍ଳଭ ମଲ୍ଲିକ, ସୁଲୋଚନା ପ୍ରଧାନ, ନିରୁପମା ବେହେରା, ପ୍ରଭାତି ମଲ୍ଲିକ ପ୍ରଭୃତି ଏଡିଏମ୍ ଓ ସିଡିଏମ୍ଓଙ୍କୁ ୫ ଦଫା ଦାବୀ ସମ୍ବଳୀତ ଦାବୀପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା କମିଟି ସଭ୍ୟ କମ୍ରେଡ଼ ସୁବାସ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପତିବାଦ ସଭାରେ ତରଙ୍ଗୀଣୀ ଦାସ, ଅଭିମନୁ୍ୟ ମଲ୍ଲିକ, ଅକ୍ଷୟ ପଣ୍ଡା, ମନୋଜ ସେଠୀ, ଚୈତନ୍ୟ ସାହୁ, ଲବଙ୍ଗଲତା ଯେନା, ମାଧବୀ ମଲ୍ଲିକ, ରାଶ୍ରୀ ମହାନ୍ତି, ମଧୁସୁଦନ ସେଠୀ, ନିଗମାନନ୍ଦ ଦାସ, ପଲ୍ଲୀ ମଲ୍ଲିକ, ଅଶୋକ ସାହୁ, ମମତା ସେଠୀ, ପ୍ରଭୃତି ବକ୍ତାମାନେ ଚିକିତ୍ସାରେ ଅବହେଳା ଓ ପ୍ରଶାସନିକ ନିଷ୍କି୍ରୟତା ଫଳରେ ରୋଗୀଙ୍କ ମୃତୁ୍ୟ ହୋଇଛି ବୋଲି ନିନ୍ଦା କରିଥିଲେ ।