ଗୋପାଳପୁର ଗଣଦୁଷ୍କର୍ମ "ରେଡ଼ଫ୍ଲାଗ୍' : ୪ ନାବାଳକଙ୍କ ସମେତ ୧୦ ଗିରଫ
ଭୁବନେଶ୍ୱର : ଗୋପାଳପୁର ଗଣଦୁଷ୍କର୍ମ ଘଟଣା ଏବେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ଏହି ଘଟଣାରେ ଆଜି ୧୦ ଜଣଙ୍କୁ ଗିରଫ କରାଯାଇଛି । ସବୁଠାରୁ ବଡ଼ କଥାଟି ହେଉଛି, ଏମାନଙ୍କ ମଧ୍ୟରେ ୪ ନାବାଳକ ଅଛନ୍ତି । ସେହିପରି ଦୁଷ୍ମର୍ମ କରିଥିବା ୩ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି । ଜାତୀୟ ମହିଳା କମିଶନ ଏହି ମାମଲାକୁ ନିଜ ଆଡୁ ଗ୍ରହଣ କରିବା ସହ ଅଧ୍ୟକ୍ଷା ବିଜୟା ରହତକର ୩ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ପୁଲିସ ଡିଜିପିଙ୍କୁ ନିଦେ୍ର୍ଦଶ ଦେଇଛନ୍ତି ।
ଅପରପକ୍ଷରେ ପୁଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ ଏହି ମାମଲାକୁ "ରେଡ଼ଫ୍ଲାଗ' ଭାବେ ଅଭିହିତ କରିବା ସହ ସିଆଇଡ଼ି-ସିବି ଦ୍ୱାରା ତଦନ୍ତ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ତୁରନ୍ତ ଏକ ସିଏଡବ୍ଳୁ୍ୟ ଓ ସିଡବ୍ଳୁ୍ୟର ଏକ ଟିମ୍ ଗୋପାଳପୁରରେ ପହଁଚିଛନ୍ତି । ଆଇଜି ସିଏଡବ୍ଳୁ ଓ ସିଡବ୍ଳୁ୍ୟ ଶ୍ୟାନି ଏସ ମାମଲାର ଅନୁଧ୍ୟାନ କରିବେ । ପୀଡ଼ିତାଙ୍କ ଅଭିଯୋଗ କ୍ରମେ ପୁଲିସ ତତ୍ପରତା ଦେଖାଇ ପ୍ରଥମେ ୭ ଜଣଙ୍କୁ ଗିରଫ କରିଥିଲା । ଅନ୍ୟ ଫେରାର ତିନି ଜଣଙ୍କୁ ଗିରଫ କରିବା ପାଇଁ ତିନୋଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ପରେ ତିନି ଜଣଙ୍କୁ ଗିରଫ କରାଯିବାରୁ ଗିରଫଙ୍କ ସଂଖ୍ୟା ୧୦ରେ ପହଁଚିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୪ ଜଣ ନାବାଳକ ରହିଛନ୍ତି । ଦୁଷ୍କର୍ମ ସହିତ ତାଙ୍କ ଠାରୁ ଟଙ୍କା ଲୁଟି ନେଇଥିବା ପୁଲିସ ସ୍ପଷ୍ଟ କରିଛି । ମୁଖ୍ୟ ଅଭିଯୁକ୍ତମାନେ ହେଉଛନ୍ତି, ପୁରୁଷୋତ୍ତମପୁର ଅଞ୍ଚଳର ପ୍ରମୋଦ ନାଏକ, ହିଞ୍ଜିଳି ଥାନା ଅଞ୍ଚଳର ବାବୁରାମ ଦଳାଇ ଏବଂ ପାଟପୁର ଗାଁର କୁନାଲ ପ୍ରଧାନ । ସେହିପରି ଓମ୍ ପ୍ରଧାନ, ଲକ୍ଷ୍ମଣ ପ୍ରଧଶନ ଓ ଦୀପକ ତରାଇଙ୍କୁ ମଧ୍ୟ ଗିରଫ କରାଯାଇଛି । ୪ ନାବାଳକଙ୍କ ବୟସ ୧୭ ହୋଇଥିବାବେଳେ ସେମାନେ ହିଞ୍ଜିଳିର ଶିକିରି ଗାଁର ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି । ମୁଖ୍ୟ ଅଭିଯୋଗ ପ୍ରମୋଦ ବାଙ୍ଗାଲୋରରେ ଚାକିରୀ କରୁଥିବାବେଳେ ଏବେ ଘରକୁ ଫେରିଥିଲା । ଘଟଣାସ୍ଥଳରେ ତିନି ଜଣ ଯୁବତୀଙ୍କୁ ଉଠାଇ ନେଇ ଦୁଷ୍କର୍ମ କରିଥିବା ବେଳେ ଅନ୍ୟମାନେ ତାଙ୍କ ପୁରୁଷ ବନ୍ଧୁଙ୍କୁ ଅଟକାଇ ରଖିଥିବା ନେଇ ପୁଲିସ୍ ସୂଚନା ଦିଆଯାଇଛି । ଅପରପକ୍ଷରେ ଗୋପାଳପୁରରେ ଘଟିଥିବା ଗଣଦୁଷ୍କର୍ମ ଘଟଣାରେ ଅପରାଧୀମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ଘଟଣାର ଦୃଢ ନିନ୍ଦା କରି, ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ଏଭଳି ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ମାନବତା ବିରୁଦ୍ଧରେ ଏକ ଅପରାଧ । ଏ ଘଟଣାରେ ସମ୍ପୃକ୍ତ କୌଣସି ଅପରାଧୀଙ୍କୁ ଛଡା ଯିବ ନାହିଁ । ଆଇନ ଅନୁମୋଦିତ ସବୁଠାରୁ କଠୋର ଦଣ୍ଡବିଧାନ କରାଯିବ । ଏ ଘଟଣାରେ ମୁଖ୍ୟମନ୍ତ୍ରୀ ପୋଲିସକୁ ସମସ୍ତ ସନ୍ଦିଗ୍ଧ ଅପରାଧୀମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶ ପରେ, ସ୍ଥାନୀୟ ପୋଲିସ ୧୦ ଜଣଙ୍କୁ ଗିରଫ କରିଛି । ଏ ଘଟଣାରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ସମ୍ପୃକ୍ତ ଥିବା ସମସ୍ତ ଅପରାଧୀଙ୍କୁ ଧରାଯାଇ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ପ୍ରସଙ୍ଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିନ୍ଦା କରିବା ସହ ପର୍ଯ୍ୟଟନସ୍ଥଳୀରେ ମହିଳାଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି । ଏଦିଗରେ ସରକାର ସଜାଗ ହେବା ସହ କଠୋର ପଦକ୍ଷେପ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି ।