‘ଗ୍ରୀନ ପାରାଦୀପ' ଟ୍ରଷ୍ଟ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ 

 ପଟ୍ଟାମୁଣ୍ଡାଇ: ପାରାଦୀପର  ଅନ୍ୟତମ ଅଗ୍ରଣୀ ପରିବେଶଧର୍ମୀ ଅନୁଷ୍ଠାନ "ଗ୍ରୀନ ପାରାଦୀପ ଟ୍ରଷ୍ଟ’ ଏବଂ ପାରାଦୀପ ସାମ୍ବାଦିକ ମାନଙ୍କ ମିଳିତ ଆନୁକୂଲ୍ୟରେ ମଧୁବନସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ବୁଧବାର ସକାଳେ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟର ସଭାପତି ତଥା  ଯୁବ ସାମ୍ବାଦିକ ରାକେଶ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଆୟୋଜିତ ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ  କୁମାର ବିଶ୍ୱାଳଙ୍କ ସମେତ ଟ୍ରଷ୍ଟର ସଦସ୍ୟ ଓ ସାମ୍ବାଦିକ ମାନେ ଯୋଗଦେଇ ମନ୍ଦିରର ଭିତର ପରିସର ଓ  ପରିସର ବାହାର ବଡଦାଣ୍ଡରେ ସଫେଇ କାର୍ଯ୍ୟ କରିଥିଲେ । ଏହି  ସଫେଇ କାର୍ଯ୍ୟକ୍ରମରେ ଟ୍ରଷ୍ଟର ଉପଦେଷ୍ଟା ତଥା ସାମ୍ବାଦିକ ଶୁକଦେବ ଜେନା, ଶଶାଙ୍କ ଆଚାର୍ଯ୍ୟ, ରବିନ୍ଦ୍ର ଜେନା, ସୁଧାଂଶୁ ନାୟକ, ସନ୍ତୋଷ ଭାରତୀ, ଆଲୋକ ମହାପାତ୍ର, ଦୀପକ ଦାସ, ବିବେକାନନ୍ଦ ରାଉତ, ସଂଗ୍ରାମ ରାଉତ, ପ୍ରଭାସ ଦାସ, ଗୌରାଙ୍ଗ ଜେନା, ତ୍ରିଲୋଚନ ମହାପାତ୍ର, ପ୍ରୀତି ରଞ୍ଜନ ମହାପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ ।