ରମାକାନ୍ତ ଥିଲେ ସୃଷ୍ଟିର ସମ୍ଭାର
ବାଲିଚନ୍ଦ୍ରପୁର: ସାରସ୍ୱତ ସାଧକ ରମାକାନ୍ତ ରଥ ଥିଲେ ସୃଷ୍ଠିର ସମ୍ଭାର । ପରଲୋକଗତ ରମାକାନ୍ତଙ୍କ ସ୍ମୃତିରେ ବାଲିଚନ୍ଦ୍ରପୁରରେ ଆୟୋଜିତ ଶ୍ରଦ୍ଧାଞ୍ଜଳୀ ସଭାରେ ମତବ୍ୟକ୍ତ କରିଛନ୍ତି । ନବ ପ୍ରତିଭା ସାହିତ୍ୟ ସଂଗଠନ, ସେକ ମତାଲୁବ ସ୍ମୃତି ସଂସଦ, ଗାୟତ୍ରୀ ଏଜୁକେସ୍ନାଲ ଟ୍ରଷ୍ଟ ଓ ବାଲିଚନ୍ଦ୍ରପୁର ପ୍ରେସ କ୍ଲବ୍ ପକ୍ଷରୁ ଆୟୋଜିତ ଶ୍ରଦ୍ଧାଂଜଳି ସଭାରେ ଅବସରପ୍ରାପ୍ତ ପ୍ରଧ୍ୟାପକ ଡ. ଯଚିନ୍ଦ୍ର ରାଉତ ଅଧ୍ୟକ୍ଷତା କରିଥିଲେ । ଶୋକ ସଭାରେ ଆଗାମୀ ଶତାବ୍ଦୀ ସାହିତ୍ୟ ପ୍ରତିକାର ସମ୍ପାଦକ ସେକ ମସୁଦ ଅଲ୍ଲୀ, ସାହାସପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ସରୋଜ ରଞ୍ଜନ ଜେନା, ସାହିତ୍ୟିକା ତଥା କେନ୍ଦ୍ରୀୟ ସଦାଶିବ ସଂସ୍କୃତ ବିଶ୍ୱବିଦ୍ୟାଳୟ ପୁରୀର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଅଧ୍ୟାପିକା ଡ ସ୍ୱାଗତିକା ମହାନ୍ତି ଯୋଗ ଦେଇ ରମାକାନ୍ତ ରଥଙ୍କୁ ପ୍ରବୀଣ ସାହିତି୍ୟକ ଭାବେ ବର୍ଣ୍ଣନା କରିବା ସହିତ ତାଙ୍କୁ ଜଣେ ଉଚ୍ଚ ମାନର ଦକ୍ଷ ପ୍ରଶାସକ ଭାବେ ଅଭିହିତ କରିଥିଲେ । ଆଡଭୋକେଟ ଦୀପକ ମହାନ୍ତି ପ୍ରାରମ୍ଭିକ ସୂଚନା ଦେଇଥିଲେ । ନବ ପ୍ରତିଭା ସାହିତ୍ୟ ସଂଗଠନର ମୁଖ୍ୟ ପୃଷ୍ଟପୋଷକ ଏକାଦଶୀ ସେଠୀ , ନବ ପ୍ରତିଭା ସାହିତ୍ୟ ସଂଗଠନର ସମ୍ପାଦକ ରମେଶ କୁମାର ପୁଷ୍ଟି, ଉକôଳ ସାହିତ୍ୟ ସମାଜର ସଦସ୍ୟ ସୁକାନ୍ତ ନନ୍ଦ, ପ୍ରେସ କ୍ଲବ୍ ପକ୍ଷରୁ ସାମ୍ବାଦିକ ଆଲୋକ ପ୍ରଧାନ, ଅନିଲ କୁମାର ରାୟ, ପ୍ରତାପ ସେନାପତି, ଶିକ୍ଷକ କ୍ଷେତ୍ରବାସୀ ଜେନା, ସ୍ନେହା ପ୍ରିୟଦର୍ଶିନୀ, ସାମ୍ବାଦିକ ନିରୋଜ କୁମାର ସେଠୀ, ରଣଞ୍ଜିତ ସାହୁ, ଭିକାରୀ ଦାଶ, ରବୀନ୍ଦ୍ର କୁମାର୍ ସାହୁ, ସେକ ଜାଭିର, ପ୍ରଫୁଲ୍ଲ କୁମାର୍ ସାମଲ, ପ୍ରମୁଖ ବହୁ ବ୍ୟକ୍ତି ବିଶେଷ କବି ରମାକାନ୍ତ ରଥଙ୍କ ଜୀବନ ବୃତାନ୍ତ ଆଲୋଚନା କରି ଶ୍ରଦ୍ଧାଞ୍ଜଳି ବାଢ଼ିଥିଲେ । ଧନ୍ୟବାଦ୍ ଦେଇଥିଲେ ଗାୟତ୍ରୀ ଏଜୁକେଶନାଲ୍ ଟ୍ରଷ୍ଟ ସୁଜିତ୍ କୁମାର ସାହୁ ।