ଗ୍ରୀଷ୍ମକାଳୀନ ଖୋ ଖୋ ପ୍ରଶିକ୍ଷଣ ଶିବିର

 ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସ୍ଥିତ ମଲ୍ଟିପୋର୍ପୋଜ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ଗ୍ରୀଷ୍ମକାଳୀନ ଖୋ ଖୋ ପ୍ରଶିକ୍ଷଣ ଶିବିରକୁ ବାଲେଶ୍ୱର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକଙ୍କ କରକମଲରେ ଶୁଭ ଉଦ୍ଘାଟିତ ହୋଇଯାଇଛି । ଏଥିରେ ଜିଲ୍ଲା କ୍ରୀଡା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା ଗ୍ରୀଷ୍ମକାଳୀନ ଖୋ ଖୋ ପ୍ରଶିକ୍ଷଣ ଆସନ୍ତା ମଇ ୩୦ ତାରିଖ ପର୍ଯ୍ୟନ୍ତ ହେବା ସମ୍ପର୍କରେ ଅବଗତ କରିଥିଲେ । ଏହି ଶିବିରର ଉଦ୍ଘାଟକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନାୟକ ଯୁବପିଢ଼ୀ, କ୍ରୀଡା ପ୍ରେମୀ ଏବଂ କ୍ରୀଡା ପ୍ରତି ରୁଚି ରଖୁଥିବା ସମସ୍ତ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ ।  ଅନ୍ୟ ଅତିଥିମାନଙ୍କ ମଧ୍ୟରେ ମୁ୍ୟନିସିପାଲଟି ହାଇସ୍କୁଲ୍ ପ୍ରଧାନ ଶିକ୍ଷକ କ୍ରୀଡାର ବିକାଶ କରିବା ସହିତ ଜୀବନ ଶୈଳୀରେ ସୁଧାର ଆସିବ ବୋଲି ନିଜ ବକ୍ତବ୍ୟ ରଖିଥିଲେ । ଏ ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀଯୁକ୍ତ ଜେନା ପରିଚାଳନା କରିବା ସହିତ ଉପସ୍ଥିତ ବରେଣ୍ୟ ଅତିଥି ସମେତ ଅଭିଭାବକ କ୍ରୀଡ଼ାପ୍ରେମୀ ଶିକ୍ଷକ ଶିକ୍ଷୟିତ୍ରୀ ଓ ଶିକ୍ଷାର୍ଥୀମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।