ସେନା କର୍ମଚାରୀଙ୍କ ଶେଷକୃତ୍ୟ ସମ୍ପନ୍ନ

ଧାମନଗର : ଧାମନଗର ବ୍ଲକ ପଧାନୀ ପଞ୍ଚାୟତ ଦସନ୍ଧିକୁଳ ଗ୍ରାମର ଦୁଶାସନ ଦାସଙ୍କ ପୁତ୍ର ମୃତୁ୍ୟଞ୍ଜୟ ଦାସ (୩୭)ଙ୍କର ପାରିବାରିକ ଘଟଣାକୁ ନେଇ ଆତ୍ମହତ୍ୟା ଜନିତି ମୃତୁ୍ୟ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସୂଚନା ଥାଉକି ମୃତୁଞ୍ଜୟ ରାଜସ୍ଥାନର ଯଦୁପୁରରେ ଭାରତୀୟ ସେନାରେ କର୍ମଚାରୀ ଭାବେ କାମ କରୁଥିଲେ । ସେ ୨୦୧୬ ମସିହାରେ ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚÿଳରେ ପ୍ରଣିତା ମିଶ୍ରଙ୍କୁ ବୈଦିକ ରିତିରେ ବିବାହ କରିଥିଲେ । ବିବାହର ତିନିବର୍ଷ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟ ରେ ଭଲରେ କଟିଥିଲା ପରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ଛାଡପତ୍ର ପାଇଁ କୋର୍ଟରେ ଆବେଦନ ମଧ୍ୟ ହୋଇଥିଲା । ଏପରି କି ସ୍ତ୍ରୀ ପ୍ରଣିତା ସ୍ୱାମୀଙ୍କ ଦରମାରୁ ଅଧା ଟଙ୍କା କେସ କରି ନେଇ ଯାଉଥିଲେ । ଏପରି ମାନସିକ ଚାପରେ ମୃତୁ୍ୟଞ୍ଜୟ ରହି ଆସୁଥିଲେ । ଏହି ଘଟଣାକୁ ନେଇ ଚଳିତ ମାସ ୨୦ ତାରିଖରେ ଯଦୁପୁରରେ ଆତ୍ମହତ୍ୟା କରିଥିଲେ । ତେବେ ଭାରତୀୟ ସେନା ପକ୍ଷରୁ ତାଙ୍କ ବାପାଙ୍କୁ ସୂଚନା ଦିଆଯାଇ ଥିଲା ଏବଂ ସମ୍ମାନର ସହ ମୃତୁ୍ୟଞ୍ଜୟର ସବକୁ ତାଙ୍କର ନିଜ ଗ୍ରାମ ଦସନ୍ଦିକୁଳକୁ ନିଆଯାଇ ଶୋକାକୁଳ ପରିବେଶ ମଧ୍ୟରେ ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିଲା । ଧାମନଗର ଥାନାରେ ଶବ ପହଞ୍ଚିବାପରେ ସେଠାରେ ଶବରେ ପୁଷ୍ପ ଗୁଛ ଦିଆଯାଇ ଥିଲା । ପରେ ଗ୍ରାମବାସୀଙ୍କ ଦ୍ୱାରା ବିରାଟ ଶୋଭାଯାତ୍ରାରେ ଗ୍ରାମକୁ ନିଆଯାଇ ଥିଲା । ସେଠାରେ ବିଭାଗୀୟ ଅଧିକାରୀ ବାଲେଶ୍ୱର ୟୁନିଟ ପକ୍ଷରୁ ଶ୍ମଶାନରେ ଶବରେ ଜାତୀୟ ପତାକା ପକାଇ ସମ୍ମାନ ଜଣା ଯାଇଥିଲା । ତେବେ ଏହି ଖବର ପାଇ ଧାମନଗର ପଞ୍ଚÿାୟତ ସମିତିର ପୂର୍ବତନ ଅଧକ୍ଷ ବିନୋଦ ନାୟକ, ନିର୍ବାଚନ ମଣ୍ଡଳୀ ନେତା ଡ଼. ସଂଜୟ ଦାସ, ସମାଜସେବୀ ଶୁଶାନ୍ତ ରାଉତ ସମେତ ବିଶିଷ୍ଟ ବ୍ୟକ୍ତି ମାନେ ଶବରେ ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ଦର୍ଶନ କରିଥିଲେ । ତେବେ ଏପରି ଦୁଃଖଦ ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।