ଓଡିଶା ପୁଲିସ ପ୍ରତିଷ୍ଠା ଦିବସ

 ପାଣିକୋଇଲି : ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଓଡିଶା ପୁଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଏସପି ୟସପ୍ରତାପ ଶ୍ରୀମଲ ଅତିଥି ଭାବେ ଯୋଗଦେଇ ପରେଡ ଅଭିବାଦନ ଗ୍ରହଣ କରିବା ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତା ପଠନ କରିଥିଲେ । ପରେ ପୁଲିସ କିପରି ଶୃଙ୍ଖଳିତ ହୋଇ ଜନସାଧାରଣଙ୍କ ସେବା କରିପାରିବ ଓ ନିଜେ ନିଜକୁ କିପରି ଢଙ୍ଗରେ ଜନସାଧାରଣଙ୍କ ଆଗରେ ପ୍ରତିପାଦିତ କରିପାରିବ ଏବଂ ପ୍ରାଣବଳୀ ଦେଇଥିବା ଜବାନଙ୍କୁ ଶ୍ରଦ୍ଧାଜଂଳୀ ନେଇ ବାର୍ତା ଦେଇଥିଲେ । ଏହି ଅବସରରେ ଜିଲା ପୁଲିସରେ କର୍ତବ୍ୟରତ ଶ୍ରେଷ୍ଠ ସବଇନ୍ସପେକ୍ଟର ଭାବେ ମଙ୍ଗଳପୁର ଥାନାର ବିଭୂତି ଭୂଷଣ ମହାପାତ୍ର  ଶ୍ରେଷ୍ଠ ଏଏସଆଇ ବିଞ୍ଝାରପୁର ଥାନାର  ସସ୍ମିତା ମଙ୍ଗରାଜ, ଶ୍ରେଷ୍ଠ ହାବିଲଦାର ଭାବେ କୋରେଇ ଥାନାର ସୁଦର୍ଶନ ସେଠୀ, ଶ୍ରେଷ୍ଠ କନେଷ୍ଟବଳ ଭାବେ ଯାଜପୁର ରୋଡ ଥାନାର ଦୀପକ କୁମାର ତ୍ରିପାଠୀ, ଶ୍ରେଷ୍ଠ ଏପିଆର କନେଷ୍ଟବଳ ହେଡକ୍ୱାରର ପ୍ରକାଶ କୁମାର ସାହୁଙ୍କୁ ଏସପି ମାନପତ୍ର, ପୁଷ୍ପଗୁଚ୍ଛ ଓ ଆର୍ଥ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଅତିରିକ୍ତ ଏସପି ଅନିରୁଦ୍ଧ ରାଉତରାୟ ମାନପତ୍ର ପଠନ କରିଥିଲେ । ଅତିରିକ୍ତ ଏସ୍ପି ଶିତିକଣ୍ଠ କାନୁନଗୋ, ଅତିରିକ୍ତ ଏସପି (ଡିଆଇବି)ପୁଷ୍ପଲତା ବାରିକ,ରିର୍ଜ୍ଜଭ ଇନ୍ସପେକ୍ଟର ଦିନେଶ କୁମାର ସାହୁ, ସରଜେଂଟ ଭାଗିରଥି ବେହେରା ଓ ମନୋଜ ସାହୁ ପ୍ରମୁଖ ଯୋଗଦେଇଥିଲେ । ଏସ୍ଡିପିଓ ଲକ୍ଷ୍ମୀଧର ସ୍ୱାଇଁ, ଏସ୍ଡିପିଓ ପ୍ରଶାନ୍ତ ମାଝୀ, ପାଣିକୋଇଲି ଥାନାଧିକାରୀ ରଞ୍ଜିିତ ମହାନ୍ତି, କୁଆଖିଆ ଥାନାଧିକାରୀ ଚିନ୍ମୟୀ ସାହୁ, କୋରେଇ ଥାନାଧିକାରୀ ରାକେଶ ତ୍ରୀପାଠୀ, ଯାଜପୁର ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର, ଯାଜପୁର ରୋଡ ଥାନାଧିକାରୀ ଉପେନ୍ଦ୍ର ପ୍ରଧାନଙ୍କ ସମେତ ଜିଲାର ସମସ୍ତ ପୁଲିସ ପଦାଧିକାରୀ ଓ ବିଭିନ୍ନ ଥାନାଧିକାରୀ ଉପସ୍ଥିତ ରହିଥିଲେ ।