ଜାତୀୟ କୃମିନାଶକ ଦିବସ
ରାଜନଗର : ରାଜନଗର ବ୍ଲକ ସଦର ମହକୁମାସ୍ଥିତ ଶୈ÷ଳେନ୍ଦ୍ରନାରାୟଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଜାତୀୟ କୃମିନାଶକ ଦିବସ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ଶୁଶାନ୍ତ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିସôାଧିକାରୀ ଡାକ୍ତର ରଶ୍ମିରଞ୍ଜନ ମହାନ୍ତି ଯୋଗଦେଇ ଜାତୀୟ କୃମିନାଶକ ଦିବସ ପାଳନର ଆବଶ୍ୟକତା ଓ ତାତ୍ପର୍ଯ୍ୟ ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ । ଏହି କାର୍ଯ୍ୟରେ ଏବିଇଓ ଶିବପ୍ରସାଦ ବେହେରା, ବିପିଏମ ଶ୍ରୀକାନ୍ତ ଦାସ, ସ୍ୱାସ୍ଥ୍ୟକର୍ମୀ ରଜନୀବାଳା ମାଝୀ, ସିଏଚଓ କୃଷ୍ଣପ୍ରିୟା ସାହୁ, ଶିକ୍ଷୟିତ୍ରୀ ମଧୁଲିତା ଭୂୟାଁ ଯୋଗଦେଇଥିଲେ । ୧୦ ତାରିଖ ଓ ୧୭ ତାରିଖ ଏହି କୃମିନାଶକ ଦିବସ ପାଳନ ଅବସରରେ ଅଙ୍ଗନୱାଡି କେନ୍ଦ୍ରର ୧ରୁ ୫ ବର୍ଷ, ବିଦ୍ୟାଳୟରେ ୬ ବର୍ଷରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଓ ୧୮ରୁ ୪୭ବର୍ଷ ପର୍ଯ୍ୟନ୍ତ (ଗର୍ଭବତୀ ନଥିବା)ମହିଳାମାନଙ୍କୁ କୃମି ନାଶକ ଔଷଧ ଫେବୃୟାରୀ ଓ ଅଗଷ୍ଟ ମାସରେ ଦିଆଯିବାର ବ୍ୟବସ୍ଥା ହୋଇଛି ।