ନରେନ୍ଦ୍ରଙ୍କ ଏକାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି

 ବେତନଟୀ/ବୈଶିଙ୍ଗା : ବେତନଟୀ ବ୍ଲକର ପାଟଳିପୁରା ଗ୍ରାମ ପଞ୍ଚାୟତର ପାଟଳିପୁରା ଗ୍ରାମ ନିବାସୀ ସ୍ୱର୍ଗତ ନରେନ୍ଦ୍ର ବିନ୍ଧାଣିଙ୍କର ଏକାଦଶାହ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ପ୍ରାକୃତିକ ଚିକିସôକ ଭାସ୍କରଚନ୍ଦ୍ର ଦୁର୍ଗାଙ୍କର ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି  । ଏଥିରେ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ପାଟଳିପୁରାର ମୁଖ୍ୟ ଭଉଣୀ ବ୍ରହ୍ମାକୁମାରୀ ମମତା, କୃଷ୍ଣଚନ୍ଦ୍ର ଶିକ୍ଷାନିକେତନ ସରକାରୀ ଉଚ୍ଚ ବିଦ୍ୟାଳୟ, ପାଟଳିପୁରାର ଶିକ୍ଷକ ଡ଼କ୍ଟର ରମାକାନ୍ତ ମହାନ୍ତ, ପ୍ରାକୃତିକ ଚିକିସôକ ଧ୍ରୁବ ଚରଣ ପ୍ରଧାନ, ମନୋରଞ୍ଜନ ଦୁର୍ଗା ପ୍ରମୁଖ ଯୋଗଦାନ କରି ସ୍ୱର୍ଗତ ଶିକ୍ଷକ ନରେନ୍ଦ୍ର ମୋହନ ବିନ୍ଧାଣୀ ଜଣେ ମିଷ୍ଟଭାଷୀ, ଶାନ୍ତ, ସରଳ ବ୍ୟକ୍ତି ଥିଲେ ବୋଲି କହିଥିଲେ  । ତାଙ୍କ ନିକଟରୁ ଶିକ୍ଷା ଗ୍ରହଣକରି ବିଭିନ୍ନ କ୍ଷେତ୍ରରେ ଅନେକ ଛାତ୍ର ଛାତ୍ରୀ ପ୍ରତିଷ୍ଠା ଅର୍ଜନ କରିଛନ୍ତି  । ତାଙ୍କର ଶିକ୍ଷକ ଜୀବନ ଅତ୍ୟନ୍ତ ପ୍ରେରଣା ପ୍ରଦାୟକ ଥିଲା ବୋଲି ବକ୍ତାମାନେ ପ୍ରକାଶ କରିଥିଲେ  । ଏହି ଶ୍ରଦ୍ଧାଞ୍ଜଳି ସଭାରେ ତାଙ୍କର ଧର୍ମପନôୀ କାଞ୍ଚନ ଲତା ବିନ୍ଧାଣୀ, ଝିଅ ବିଜୟ ଲକ୍ଷ୍ମୀ, ରାଜଲକ୍ଷ୍ମୀ, ପୁତ୍ର ବଧୂ ସଂଗୀତା, ଜ୍ୱାଇଁ ଭଞ୍ଜନ, ନୃସିଂହ ଓଝା, ପୁତୁରା ମୁରଲୀଧର, ଜୟନ୍ତ କୁମାର, ନାତି ଦୀନେଶ, ସତ୍ୟରଞ୍ଜନ, ଲିସା, ଟ୍ରିସା, ଆରିସ ବିନ୍ଧାଣିଙ୍କ ସମେତ ସମସ୍ତ ଗ୍ରାମବାସୀ ଏବଂ ଆତ୍ମୀୟ ସ୍ୱଜନମାନେ ସ୍ୱର୍ଗତ ଆତ୍ମାର ଶାନ୍ତି ଓ ସଦଗତି ପାଇଁ ଭଗବାନଙ୍କ ଠାରେ ପ୍ରାର୍ଥନା କରିଥିଲେ  । ଧନ୍ୟବାଦ ଅର୍ପଣ କରିଥିଲେ ତାଙ୍କର ଏକ ମାତ୍ର ପୁତ୍ର ଗୌରୀ ଶଙ୍କର ବିନ୍ଧାଣୀ  ।