କଲେଜରେ ସାଂସ୍କୃତିକ ପ୍ରତିଯୋଗିତା

 ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ କଲେଜ ସାଂସ୍କୃତିକ ସଂସଦ ପକ୍ଷରୁ ଏକ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାକୁ କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁ ଉଦ୍ଘାଟନ କରି ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଜ୍ଞାନ ରଞ୍ଜନ ପରିଡା ଓ ଭାସ୍କର ବେହେରା ବିଚାରକ ଭାବେ ଯୋଗ ଦେଇ ପ୍ରତିଭା ଚୟନ କରିଥିଲେ । ସାଂସ୍କୃତିକ ସଂସଦ ମୁଖ୍ୟ ଅଧ୍ୟାପିକା ନିବେଦିତା ନାୟକ ସ୍ୱାଗତଭାଷଣ ଓ ଅଧ୍ୟାପିକା ନିବେଦିତା ପ୍ରଧାନ ଅତିଥିପରିଚୟ ପ୍ରଦାନ କରିଥିଲେ । ଶେଷରେ ଅଧ୍ୟାପକ ମନୋଜ ଦାଶ ଧନ୍ୟବାଦ ଦେଇଥିଲେ । ଅଧ୍ୟାପକ ପିଣ୍ଟୁ ପଟେଲ, ଅଧ୍ୟାପିକା ଦେବସ୍ମିତା ତ୍ରିପାଠୀ ଓ ଅଧ୍ୟାପକ ଆଲୋକ ସାହୁଙ୍କ ସଂଯୋଜନାରେ ଲିଖନ, ବକୃତା, ସାଧାରଣଜ୍ଞାନ, ରଙ୍ଗୋଲି ମେହେନ୍ଦି, ଚିତ୍ରାଙ୍କନ, ନୃତ୍ୟ ଓ ସଂଗୀତ ପ୍ରତିଯୋଗିତା କରାଯାଇଥିଲା । କାର୍ଯ୍ୟକ୍ରମକୁ ଅଧ୍ୟାପକ ରଞ୍ଜନ ବେହେରା, ଡ. ନିର୍ମଳ ସାହୁ, ଅଧ୍ୟାପିକା ନମିତା ବେହେରା, ରଶ୍ମିତା ପାଣିଗ୍ରାହୀ ଓ ଲଷ୍ମୀପ୍ରିୟା ପାତ୍ର ପରିଚାଳନା କରିଥିଲେ ।