ଚଣା ବଣ୍ଟନରେ ଅନିୟମିତତା, ଚାଷୀ ଅସନ୍ତୁଷ୍ଟ

 ପାପଡାହାଣ୍ଡି: ସୂର୍ଯପ୍ରଭା,ପାପଡାହାଣ୍ଡି ବ୍ଲକ ନୂଆକୋଟ ପଂଚାୟତ କାର୍ଯ୍ୟାଳୟ ଠାରେ ଚାଷୀମାନଙ୍କୁ ଆଜି ଚଣା ବଣ୍ଟନ କରାଯାଇଥିଲା । ମୁଖ୍ୟ ଅତିଥି ରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଉପସ୍ଥିତ ରହି ମାତ୍ର ୧୦ଜଣ ଚାଷୀକୁ ୧୦ଳଶ ଲେଖାଏଁ ବଣ୍ଟନ କରି କାର୍ଯ୍ୟ ବନ୍ଦ କରାଯାଇଥିଲା । ଫଳରେ ଅନେକ ଚାଷୀ ଚଣା ପାଇବାରୁ ବଞ୍ଚିତ ରହି ଅସନ୍ତୋଷ ପ୍ରକାଶ କରିଥିଲେ । ସୂଚନା ଅନୁସାରେ, ପଞ୍ଚାୟତକୁ ୬୦ କ୍ୱଇଣ୍ଟାଲ ଚଣା ଆସିଥିଲା । ଚଷୀମାନଙ୍କୁ ଚଣା ବଣ୍ଟନ କରାଯିବା ନେଇ ଆଗୁଆ ସୂଚନା ଦିଆଯାଇଥିଲା । କିନ୍ତୁ ୧୦ଜଣ ଚାଷୀଙ୍କୁ ୨୫ଳଶ ଲେଖାଏଁ ୨୫୦ଳଶ ଚଣା ବଣ୍ଟନ କରାଯାଇ ବନ୍ଦ କରି ଦିଆଯାଇଥିଲା । ଫଳରେ ଅନେକ ଚାଷୀ ଚଣା ପାଇବାରୁ ବଞ୍ଚିତ ରହିଥିଲେ । ଯଥା ଶୀଘ୍ର ଅନ୍ୟ ଚଷୀ ମାନଙ୍କୁ ଚଣା ବଣ୍ଟନ କରାଯାଉ ବୋଲି ଗ୍ରାମର ଶୁକମନ ମହୁରୀଆ, ସୁବୀର କଚିମ, ଅକ୍ଷୟ ବାଗ, ଜୋହାନ ନାଗ, ଧର୍ଯ୍ୟଶିଳା କଚିମ, ବାସନ୍ତୀ କଚିମ, ହେମଧର ମିର୍ଗାନ, ନେତ୍ର କଚିମ, ପଦ୍ମିନୀ ଗୌଡ଼, ବଳଦେବ ଗୌଡ଼, ନୀଳା ଗୌଡ଼, ବିଦ୍ୟା ଗୌଡ଼,ମାଧବ ମାଝୀ, ବନମାଳୀ ପାଇକ, ଡମୁଧର ମାଝୀ,ଟଙ୍କଧର ଚଲାନ, କାମଦେବ ଜାଲ ପ୍ରମୁଖ ଅଭିଯୋଗ କରିଛନ୍ତି । ସୂଚନା ଥାଉକି ଏହି କାର୍ଯକ୍ରମରେ ସମିତି ସଭ୍ୟାଙ୍କୁ ସୂଚନାଦେଇନଥିବାରୁ ସମିତିସଭ୍ୟା ରୁକ୍ମଣୀ ମେହେଟା କ୍ଷବ୍ଧ ପ୍ରକାଶ କରିଛନ୍ତି ।