ବିଶ୍ୱ ଏଡ୍ସ ଦିବସ ପାଳିତ 

ଆସିକା: ଆସ୍କା ବ୍ଲକସ୍ଥିତ ନିମିନା ବୃନ୍ଦାବନଚନ୍ଦ୍ର ମହାବିଦ୍ୟାଳୟରେ ବିଶ୍ୱ ଏଡ଼ସ ଦିବସ ପାଳନ କରାଯାଇଛି । ଉକ୍ତ କଲେଜର ଅଧକ୍ଷ ହରି ଶଙ୍କର ପାଣ୍ଡେଙ୍କ ଅଧ୍ୟକ୍ଷତାରେଏହି ସଚେତନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମଟି ଅନୁଷ୍ଠାନର ଯୁବ ରେଡ୍ କ୍ରୋସ୍ ଓ ରେଡ୍ ରିବନ୍ କ୍ଲବ ଦ୍ୱାରା ଆୟୋଜିତ ହୋଇଥିଲା । ସ୍ୱାଛାସେବୀ ସଂସ୍ଥା ଅରୁଣା  ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ହୋଇଥିଲା । ସାଧନ ବ୍ୟକ୍ତି ଭାବେ ଭଞ୍ଜନଗର ଉପଖଣ୍ଡ ଚିକିସôାଳୟର ଡ଼. ଅସ୍ମିତା ତ୍ରିପାଠୀ ଉପସ୍ଥିତ ରହି ସ୍ୱଛାସେବୀଙ୍କୁ ଏଡ଼ସ୍ର ଭୟାବହ ଓ ତାର ନିରାକରଣ ସମ୍ପର୍କରେ ଅତି ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି । ଯୁବ ସମାଜ ବିପଥ ଗାମି ହୋଇ ଏହି ମାରାତ୍ମକ ରୋଗରୁ ଦୁରେଇ ରହିବା, ରୋଗୀ ମାନଙ୍କୁ ଘୃଣା ନକରିବା, ରୋଗକୁ ଘୃଣା କରିବା, ଅସୁରକ୍ଷିତ ଯୌନ ସମ୍ପର୍କ ସ୍ଥାପନ ଠାରୁ ଦୁରେଇ ରହିବାକୁ ପ୍ରଶିକ୍ଷଣ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ  ଯୁବ ରେଡ୍ କ୍ରୋସ୍ ସଂଯୋଜକ ଡ଼କ୍ଟର କୁନା ସୁନା ପରିଚାଳନା କରିଥିଲା ବେଳେ  ସଂଯୋଜିକା ସୁଶ୍ରୀ ଶୁଭଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।