ଚମ୍ପୁଆ ବାର୍ ଆସୋସିଏସନ ନିର୍ବାଚନ : ରମେଶ ସଭାପତି, ବିଷ୍ଣୁଚରଣ ଉପସଭାପତି

  ଚମ୍ପୁଆ : ଚମ୍ପୁଆ କ୍ରିମିନାଲ ଏଣ୍ଡ ସିଭିଲ କୋର୍ଟ ବାର ଆସୋସିଏସନ ନିର୍ବାଚନ ଆଜି ଅତି ସୁରୁଖୁରୁରେ ଶେଷ ହୋଇଛି । ସଭାପତି ଓ ଉପସଭାପତି ପାଇଁ ପ୍ରତିଦ୍ୱନ୍ଦିତା ହୋଇଥିବା ବେଳେ ରମେଶ ଚନ୍ଦ୍ର ପ୍ରଧାନ ସଭାପତି ଭାବେ ବିଜୟ ହୋଇଛନ୍ତିି । ସେହିପରି ଉପସଭାପତି ଭାବେ ବିଷ୍ଣୁ ଚରଣ ରାଠୋର ବିଜୟ ହୋଇଥିବା ବେଳେ ସମ୍ପାଦକ ଭାବେ ବିଜୟ କୁମାର ପ୍ରଧାନ ଓ ସହ-ସମ୍ପାଦକ ପଦରେ ନାଗେଶ୍ୱର ମହାନ୍ତ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତିି । ସୁଚନା ଅନୁସାରେ ଆଜି ଚମ୍ପୁଆ ବାର ଆସୋସିଏସନର ନିର୍ବାଚନରେ ୧୧୦ଜଣ ଭୋଟରଙ୍କ ମଧ୍ୟରୁ ୧୦୨ଜଣ ଭୋଟ ଦାନ କରିଥିବା ବେଳେ ୨ ଗୋଟି ଭୋଟ୍ ନାକଚ ହୋଇଥିଲା । ସଭାପତି ଭାବେ ରମେଶ ଚନ୍ଦ୍ର ପ୍ରଧାନ ୫୫ ଖଣ୍ଡ ଭୋଟ ପାଇ ବିଜୟ ହୋଇଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦି ଦଶରଥ ଗିରି ୪୫ ଖଣ୍ଡ ଭୋଟ ପାଇଥିଲେ । ସେହିପରି ଉପସଭାପତି ପଦରେ ବିଷ୍ଣୁ ଚରଣ ରାଠୋର ୫୫ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦି ରୋହିତ କୁମାର ବୈଦ୍ୟ ୪୫ ଖଣ୍ଡ ଭୋଟ ପାଇଥିଲେ । ଏହି ନିର୍ବାଚନକୁ ନିର୍ବାଚନ ଅଧିକାରୀ ଭାବେ ତାପସ କୁମାର ମିଶ୍ର ପରିଚାଳନା କରିଥିଲେ ।