ଚାରାରୋପଣ କାର୍ଯ୍ୟକ୍ରମ
ନାଉଗାଁ: ବ୍ଲକ୍ ଅନ୍ତର୍ଗତ ଜଗତସିଂହପୁର ଜିଲ୍ଲାର ସର୍ବପ୍ରାଚୀନ ଗୋଠଦା ମଠ ପରିସରରେ ସୁଶ୍ରୀ ଶୁଭଶ୍ରୀ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ବନମହୋସôବର ପ୍ରଥମ ଦିବସରେ ସୁଶ୍ରୀ ଶୁଭଶ୍ରୀ ସମ୍ପାଦିକା ଡ. ବସନ୍ତ ମଞ୍ଜରୀ ଦାସଙ୍କ ତତ୍ତ୍ୱାବଧାନରେ, ପରିବେଶବିତ୍ ଉକ୍ରଳ ରଞ୍ଜନ ମହାନ୍ତି ଓ ଶିକ୍ଷକ ହିମାଂଶୁ ମହାନ୍ତି, ସୁଚିନ୍ତା ଅଧ୍ୟକ୍ଷ ଶିବପ୍ରସାଦ ସାହୁ, ଶିକ୍ଷକ ତ୍ରିଲୋଚନ ପାଢୀ, ତପନ ବେହେରା, ବିଶ୍ୱଜିତ ପୁଷ୍ପାଳକ ଓ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନିରଞ୍ଜନ ମହାନ୍ତିଙ୍କ ପ୍ରତ୍ୟକ୍ଷ ସହାୟତାରେ ସମ୍ପାଦିତ ହୋଇଥିବାବେଳେ, ମଠାଧିଶ ଚିନ୍ତାମଣି ପର୍ବତ ଗୋସ୍ୱାମୀ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ପ୍ରକୃତିମିତ୍ର ତପନ କୁମାର ଓ ମଠ କାର୍ଯ୍ୟକର୍ତ୍ତା ଚାରା ରୋପଣ କରିଥିଲେ ।