ଚାଷଜମିକୁ ଜଳ ଯୋଗାଣ ଦାବି
ଟାଙ୍ଗୀ-ଚୌଦ୍ୱାର : କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାର ବ୍ଲକର ସମସ୍ତ ଚାଷଜମିକୁ ୩୬୫ ଦିନ ଜଳ ଯୋଗାଣ ଦାବି ନେଇ ବ୍ଲକ ଅଧିବାସୀବୃନ୍ଦଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସୂଚନା ମୁତାବକ ଦୀର୍ଘ ପଚାଶ ବର୍ଷରୁ ଊଦ୍ଧ୍ୱର୍ ହେବ ଅଞ୍ଚଳବାସୀମାନେ ଚାଷ ପାଇଁ ସଠିକ୍ ଭାବେ ଜଳ ପାଉନାହାନ୍ତି । ଏ ସଂକ୍ରାନ୍ତରେ ପ୍ରାଥମିକସ୍ତରରେ ଡମଣୀ ପ୍ରୋଜେକ୍ଟରେ ଅଧିକ ଜଳ ସଂରକ୍ଷଣ ବ୍ୟବସ୍ଥା ସହ ସଂରକ୍ଷିତ ଜଳକୁ ପାଖ ପଞ୍ଚାୟତକୁ ପହଞ୍ଚାଇବା, ରାଜ୍ୟ ସରକାରଙ୍କ ଡ୍ୟାମ୍ ପେରିଫେରିଆଲ୍ ଯୋଜନାରେ ଡମଣୀ ଠାରେ ଏକ ପ୍ରୋଜେକ୍ଟ ନିର୍ମାଣ, ହରିପୁର ଡ୍ୟାମ୍ରେ ଜଳ ସଂରକ୍ଷଣ ବୃଦ୍ଧି କରିବା, ଛତିଶା ଜଳ ନିଷ୍କାସନ ଠିକ୍ ହେବା ସହ ବ୍ଲକର ପ୍ରାୟ ଦଶ ଗୋଟି ପଞ୍ଚାୟତରେ ସଠିକ ଭାବେ ଜଳ ଯୋଗାଣ ଭଳି ସମସ୍ୟା ଉପରେ ସାଂସଦ ଭର୍ତ୍ତୃହରି ମହତାବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଥିସହିତ ଏହି ସବୁ ସମସ୍ୟା ଗୁଡ଼ିକର ସ୍ଥାୟୀ ସମାଧାନ କରାଯିବା ସହିତ ବିଭିନ୍ନ ସ୍ଥାନରେ ଛୋଟବଡ଼ ପାଣି ପ୍ରୋଜେକ୍ଟ ଏବଂ ଆବଶ୍ୟକ ସ୍ଥଳେ ଉଠା ଜଳ ସେଚନର ବନେ୍ଦାବସ୍ତ କରାଯିବା ଭଳି ପଦକ୍ଷେପ ନେବା ସାମ୍ବାଦିକ ସମ୍ମିଳନୀର ମୁଖ୍ୟ ଉଦେ୍ଦଶ୍ୟ ବୋଲି ବରିଷ୍ଠ ସମାଜସେବୀ ଦୀପକ ବାରିକ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଏହି ସମସ୍ୟା ଗୁଡିକର ସମାଧାନ ନ ହେଲେ ଆଗାମୀ ଦିନରେ ଏହା ଏକ ବିରାଟ ଜନ ଆନେ୍ଦାଳନର ରୂପ ନେବ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି । ଏହି ସଭାରେ ଆଗ୍ରାହାଟ ଗ୍ରାମର ଜୟରାମ ଷଡ଼ଙ୍ଗୀ, ବାଣୀପଦାର ବାବାଜୀ ଚରଣ ସାହୁ, ଚୌଦ୍ୱାର ଅଞ୍ଚଳର ସୌମ୍ୟ ରଞ୍ଜନ ନାୟକ, ଚିତ୍ତ ରଞ୍ଜନ ବେହେରାଙ୍କ ସମେତ ଟାଙ୍ଗୀ ଚୌଦ୍ୱାର ବ୍ଲକର ବିଭିନ୍ନ ପଞ୍ଚାୟତରୁ ଶତାଧିକ ଅଞ୍ଚଳବାସୀ ଉପସ୍ଥିତ ଥିଲେ ।