ବରେଲି ମସ୍ଜିଦରେ ଇଦ୍ପର୍ବ ପାଳିତ
ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁର ପଂଚାୟତ ବାହାବଳପୁର ଗ୍ରାମରେ ଥିବା ବରେଲି ମସ୍ଜିଦରେ ଇଦ୍ପର୍ବ ଆନନ୍ଦ ଉତ୍ସାହର ସହିତ ପାଳିତ ହୋଇଯାଇଛି । ମୌଲାନା ସରତାଜ୍ ରାଜା ଅହମ୍ମଦଙ୍କ ଅଧ୍ୟକ୍ଷତାରେ ଏକ ହଜାରରୁ ଊଦ୍ଧ୍ୱର୍ ଇସ୍ଲାମ ଧର୍ମାବଲମ୍ବୀମାନଙ୍କୁ ସମୂହ ନମାଜ ପାଠ କରାଯାଇଥିଲା । ମୁସଲମାନ ସଂପ୍ରଦାୟ ପକ୍ଷରୁ ଏକମାସ ଧରି ରୋଜା ରଖାଯିବା ପରେ ଶେଷ ଦିବସରେ ସମାଜର ମଙ୍ଗଳ କାମନା କରି ମୁସଲମାନ ଭାଇମାନେ ସମୂହ ଭାବେ ଆଲ୍ଲାଙ୍କୁ ପ୍ରାର୍ଥନା କରିଥିଲେ । ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରି ବନ୍ଧୁବାନ୍ଧବ ଓ ସାଙ୍ଗସାଥୀ ମିଶି ଏକାଠି ଭୋଜନ କରିଥିଲେ । ସେହିପରି ନେମାଳ ସ୍ଥିତ ମସଜିଦ୍ରେ ସବୁ ମୁସଲମାନ ଭାଇମାନଙ୍କ ଗହଣରେ ୟୁନିୟନ ଫର୍ କଟକ ଡେଭଲପ୍ମେଣ୍ଟର ସଭାପତି ମନୋଜ ନାୟକ, ବିଜୟ ନାୟକ, ସୁନାକର ବେହେରା, ଅନାମ ସାହୁ, ଅକ୍ତର ଅଲୀ, ଫକୀର ଦଳାଇ, ନିରଞ୍ଜନ ବେହେରା ପ୍ରମୁଖ ଯୋଗ ଦେଇ ଇଦ୍ ମୁବାରକ ଜ୍ଞାପନ କରିଥିଲେ ।