ଚାଷୀ ମୁଣ୍ଡରେ ଚଡକ : ରସାୟନିକ ସାର ମୂଲ୍ୟ ବୃଦ୍ଧି  

ନିଶ୍ଚିନ୍ତକୋଇଲି : ସମଗ୍ର ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ କେତେକ ବ୍ୟବସାୟୀ ସାରର କୃତ୍ରିମ ଅଭାବ ସୃଷ୍ଟି କରି ଅହେତୁକ ମୂଲ୍ୟ ବୃଦ୍ଧି କରୁଥିବାର ଦେଖିବାକୁ ମିଳୁଛି । ନିଜର ମନ ମୁତାବକ ଅନୁଯାୟୀ ଚଢା ଦରରେ ରାସାୟନିକ ସାରମାନ ବିକ୍ରିୟ କରୁଛନ୍ତି । ହେଲେ ଚାଷୀମାନେ ଏବେ ଚାଷ କାର୍ଯ୍ୟ ଚାଲୁଥିଲା ବେଳେ ସାରର ନିତାନ୍ତ ଆବଶ୍ୟକ ଥିବାରୁ ବ୍ୟବସାୟୀମାନେ ଏହାର ସୁଯୋଗ ନେଇ ଚାଷୀଙ୍କୁ ଶୋଷଣ କରୁଥିବାର ଦେଖିବାକୁ ମିଳୁଛି ।  ଖୋଲା ବଜାରରେ ବ୍ୟବସାୟୀମାନେ ଗ୍ରୋମର କିଗ୍ରା ପ୍ରତି ୪୦ ଟଙ୍କା, ପଟାସ୍ ୪୦ ଟଙ୍କା , ଡିଏପି ୪୦ ଟଙ୍କା ଦରରେ ବିକ୍ରି କରୁଛନ୍ତି । ଯଦି କିଏ ଅଧିକ ମୂଲଚାଲ କରୁଛି ସାର ନାହିଁ ବୋଲି ରୋକ୍ଠୋକ୍ କହିଦେଉଛନ୍ତି । ବର୍ତ୍ତମାନ ଚାଷ କାର୍ଯ୍ୟ ପାଇଁ ରାସାୟନିକ ସାରର ଜରୁରୀ ଥିବାରୁ ନିଶ୍ଚିନ୍ତକୋଇଲି ଅଂଚଳର କେତେକ ମୁନାଫା ଖୋର ବ୍ୟବସାୟୀ ଚାଷୀଙ୍କୁ ଶୋଷଣ କରୁଛନ୍ତି । ନିଶ୍ଚିନ୍ତକୋଇଲି ବଜାର ସମେତ ଏହି ବ୍ଲକର ବିଭିନ୍ନ ବଜାରମାନଙ୍କରେ ସାର ବିକ୍ରି କରାଯାଉଛି । କଳାବଜାରୀ କରୁଥିବା ବ୍ୟବସାୟୀଙ୍କ ପ୍ରତି ବ୍ଲକ ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଚାଷୀମାନଙ୍କ ମହଲରେ ଦାବି ହୋଇଛି ।