ଚାଷୀଙ୍କ ମୃତଦେହ ଉଦ୍ଧାର

 କବାଟବନ୍ଧ : ଜେନାପୁର ଥାନା ମର୍ଜିତାପୁର ପଞ୍ଚାୟତ ତରାଇ ସହିର ଜଣେ ଚାଷୀର ମୃତ ଦେହ ଚାଷ ଜମିରୁ ଉଦ୍ଧାର ହୋଇଛି । ମୃତକ ଗଦାଧର ତରାଇ (୮୦)ହୋଇଥିବା ବେଳେ କାରଣ ଅସ୍ପଷ୍ଟ ରହିଛି । ଖବର ମତେ ଗଦାଧର ଘର ପାଖ ଜମିକୁ ରାତିରେ ଘରୁ ବାହାରି ଆସିଥିଲେ ହେଁ ଘରକୁ ଫେରି ନଥିଲେ । ରବିବାର ସକାଳୁ ଗ୍ରାମ ନିକଟ ଚାଷ ଜମିରେ ମୃତ ଦେହ ପଡ଼ିଥିବାର ଦେଖି ସ୍ଥାନୀୟ ଲୋକେ ପରିବାରକୁ ଖବର ଦେଇଥିଲେ । ପରିବାର ଲୋକେ ଉଦ୍ଧାରକରି ଧର୍ମଶାଳା ମେଡିକାଲକୁ ନେଇଯାଇଥିଲେ । ଶରୀରର କିଛି ଅଂଶ ପୋଡ଼ିଯାଇଥିବା ଜଣାପଡିଛି । ଉକ୍ତ ଜମି ନିକଟରେ ବିଦୁ୍ୟତ ତାର ଯାଇଥିବାରୁ ବିଦୁ୍ୟତ ଆଘାତରେ ମୃତୁ୍ୟ ହୋଇଥିବା ସନେ୍ଦହ କରାଯାଉଥିବା ବେଳେ ବଜ୍ରାଘାତରେ ତାଙ୍କର ମୃତୁ୍ୟ ହୋଇଥିବା ପୁତ୍ର ଛବିନ୍ଦ୍ର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଜେନାପୁର ପୁଲିସଏକ ଅପମୃତ ମାମଲା ରୁଜ କରି ତଦନ୍ତ ଜାରିରଖିଛି ।