ଏମକେ ଷ୍ଟୁଡ଼ିଓ ପକ୍ଷରୁ ନୃତ୍ୟ ନାଇଟ୍
ଭୁବନେଶ୍ୱର : ଝାରପଡା ସ୍ଥିତ ଏମ୍ କେ ଷ୍ଟୁଡିଓ ପକ୍ଷରୁ ନୃତ୍ୟ ନାଇଟ୍ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଷ୍ଟୁଡିଓର ଛାତ୍ରଛାତ୍ରୀମାନେ ନୃତ୍ୟ, ଜୁମ୍ୱା, ଯୋଗ, ଟାଇକୋଣ୍ଡ ଇତ୍ୟାଦି ପରିବେଷଣ କରିବା ସହ ଫ୍ୟାସନ୍ ସୋ' ର ଆୟୋଜନ କରାଯାଇଥିଲା । ଗତ ଦୁଇ ମାସ ତଳେ ଉଦଘାଟିତ ହୋଇଥିବା ଏହି ଅତ୍ୟାଧୁନିକ ଫିଟ୍ ନେସ୍ ଷ୍ଟୁଡିଓରେ ଅଭିଜ୍ଞ ପ୍ରଶିକ୍ଷକଙ୍କ ସହାୟତାରେ ଜୁମ୍ବା, ଯୋଗ, ଟାଇକୋଣ୍ଡ , ଡ୍ୟାନ୍ସ, ଫିଟ୍ ନେସ୍ ଇତ୍ୟାଦିର ପ୍ରଶିକ୍ଷଣ ଦିଆଯାଉଛି । ଏତେ କମ୍ ଦିନରେ ଷ୍ଟୁଡିଓର ଲୋକପ୍ରିୟତାରେ ଉସôାହିତ ହୋଇ ଏହାର ସତ୍ୱାଧିକାରୀ ଲିପ୍ସା ମିଶ୍ର କହିଛନ୍ତି କି, ଆଗାମୀ ଦିନରେ ଷ୍ଟୁଡିଓ ମାଧ୍ୟମରେ ପ୍ରଶିକ୍ଷିତ ପ୍ରତିଭା ମାନଙ୍କୁ ଅଧିକ ବଡ଼ ମଞ୍ଚର ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ବ୍ୟବସ୍ଥା କରାଇବା ସହ ଅନଲାଇନ୍ ମାଧ୍ୟମରେ ଫିଟ୍ ନେସ୍ ଟିପ୍ସ ପ୍ରଦାନ କରାଯିବ ।
ସେହିଭଳି ଏହାର ଅନ୍ୟତମ ସତ୍ୱାଧିକାରୀ ବିଶ୍ୱଜିତ ମିଶ୍ର କହିଛନ୍ତି କି, ଫିଟନେସ୍ ଓ କଳା ପ୍ରତି ଦିନକୁ ଦିନ ଲୋକମାନଙ୍କ ଆଗ୍ରହ ବୃଦ୍ଧି ପାଉଛି ମାତ୍ର ଅଭିଜ୍ଞ ପ୍ରଶିକ୍ଷଙ୍କ ଅଭାବ ଲୋକଙ୍କ ଆଶା ଆକାଂକ୍ଷା ପୂରଣ କରିପାରୁନାହିଁ । ଏଣୁ ଅଭିଜ୍ଞ ପ୍ରଶିକ୍ଷକଙ୍କୁ ନିଯୁକ୍ତି ଦେଇ ଏମ୍ କେ ଷ୍ଟୁଡିଓ ଆଗାମୀ ଦିନରେ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଷ୍ଟୁଡିଓର ପରିବ୍ୟାପ୍ତ କରିବ । ଆୟୋଜିତ ଏହି ଉସôବରେ ଉକôଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ତଥା ଭାରତୀୟ ପେସାଦାର ପତ୍ରକାର ମହାସଂଘର ଉପସଭାପତି ବିଭୂତି ଭୂଷଣ କର ମୁଖ୍ୟ ଅତିଥି ଓ ବିଶିଷ୍ଟ ଅଭିନେତ୍ରୀ ପ୍ରତିଭା ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ସଫଳ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଓ ଫଳକ ପ୍ରଦାନ କରାଯାଇଥିଲା । ମାଷ୍ଟର ଅଭିଷେକ ମଞ୍ଚ ପରିଚାଳନା କରିଥିଲେ ।