ଚାଷୀଙ୍କୁ ବିହନ ଯୋଗାଣ ନେଇ ସର୍ଭେ

 ଖଣ୍ଡପଡ଼ା : ଚଳିତବର୍ଷ ରବି ଫସଲ ନିମନ୍ତେ ଖଣ୍ଡପଡ଼ା ବ୍ଲକ ଅଞ୍ଚଳର ଚାଷୀମାନଙ୍କୁ ଉନ୍ନତମାନର ବିହନ ଯୋଗାଣ  ନେଇ ପ୍ରଶାସନ ପକ୍ଷରୁ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି । ନୟାଗଡ ଜିଲ୍ଲା ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଆରମ୍ଭ ହୋଇଥିବା ସର୍ଭେରେ ନିୟୋଜିତ କର୍ମଚାରୀମାନେ ଖଣ୍ଡପଡ଼ା ସହର ସମେତ ଖଣ୍ଡପଡ଼ା ବ୍ଲକର ୨୨ ଗୋଟି ପଞ୍ଚାୟତ ଅଧିନ ବିଭିନ୍ନ ଗ୍ରାମକୁ ଗ୍ରାମ ବୁଲି ଚାଷୀମାନଙ୍କ ସଂର୍ପକରେ ରିପୋର୍ଟ ସଂଗ୍ରହ କରୁଥିବା ଜଣାପଡିଛି । ଚାଷୀ ମାନଙ୍କ ସଂର୍ପକିତ ରିପୋର୍ଟ ସଂଗ୍ରହ ପରେ ଖଣ୍ଡପଡ଼ା ବ୍ଲକ ଅଞ୍ଚଳର ଚାଷୀମାନଙ୍କୁ ସରକାରଙ୍କ ପକ୍ଷରୁ ରବି ଫସଲ ନିମନ୍ତେ ବିହନ ଯୋଗାଇ ଦିଆଯିବ ବୋଲି ପ୍ରଶାସନ ସୁତ୍ରରୁ ଜଣାପଡିଛି । ସର୍ଭେ କାର୍ଯ୍ୟକ୍ରମରେ ରଜନୀକାନ୍ତ ରାଉତ, ବିକ୍ରମ ପରିଡା, କବିତା ସାହୁ ଓ ଅନ୍ୟ କର୍ମଚାରୀମାନେ ସାମିଲ ହୋଇଥିଲେ ।