ଶିକ୍ଷା ବ୍ୟବସ୍ଥାର ବିକଳଚିତ୍ର : ବାହାରେ ବସି ପଢୁଛନ୍ତି ଛାତ୍ରଛାତ୍ରୀ
ରାଜନଗର : ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦେଉଛନ୍ତି । ପିଲାମାନେ ଅଧାରୁ ପାଠପଢା ନଛାଡିବା ସରକାର ମଧ୍ୟାହ୍ନ ଭୋଜନ, ପୋଷାକ, ଜୋତା ଓ ବହି ଇତ୍ୟାଦି ମାଗଣାରେ ଯୋଗାଇ ଦେଉଛନ୍ତି । ଅନେକ ସ୍ଥାନରେ ଏବେବି ଛାତ୍ରଛାତ୍ରୀମାନଙ୍କ ପାଠପଢିବା ପାଇଁ ଘରଟିଏ ନାହିଁ । ପିଲାମାନେ ବର୍ଷା ହେଉ କିମ୍ବା ଶୀତ ହେଉ ବାହାରେ ବସି ପାଠପଢୁଛନ୍ତି । ଯାହା ଶିକ୍ଷା ବ୍ୟବସ୍ଥାର ବିକଳଚିତ୍ରକୁ ପଦାରେ ପକାଇଛି । ଏପରି ଚିତ୍ର ରାଜନଗର ବ୍ଲକ କେରୁଆଁପାଳ ପଞ୍ଚାୟତ ଦେଉଳସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି । ଏହି ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ଶିଶୁ ବାଟିକାରେ ୭ଜଣ, ପ୍ରଥମ ଶ୍ରେଣୀରେ ୨୪ଜଣ, ଦ୍ୱିତୀୟ ଶ୍ରେଣୀରେ ୩୧ଜଣ, ତୃତୀୟ ଶ୍ରେଣୀରେ ୧୮ଜଣ, ଚତୁର୍ଥ ଶ୍ରେଣୀରେ ୧୭ଜଣ, ପଞ୍ଚମ ଶ୍ରେଣୀରେ ୧୬ଜଣ, ଷଷ୍ଠ ଶ୍ରେଣୀରେ ୫୪ଜଣ, ସପ୍ତମ ଶ୍ରେଣୀରେ ୩୭ଜଣ ଓ ଅଷ୍ଟମ ଶ୍ରେଣୀରେ ୩୮ଜଣଙ୍କୁ ମିଶାଇ ମୋଟ ୨୪୨ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ବିଦ୍ୟାଳୟରେ ୫ଜଣ ଶିକ୍ଷକ ଅଛନ୍ତି । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ମାତ୍ର ତିନୋଟି ଶ୍ରେଣୀଗୃହ ରହିଛି । ବାତ୍ୟାଶ୍ରୟସ୍ଥଳୀରେ ୪ଟି ଗୃହ ଥିବା ବେଳେ ସେଥିରୁ ଗୋଟିଏ କୋଭିଡ ସରଞ୍ଜାାମ ଥିବାରୁ ତାଲା ପଡି ରହିଛି । ବାତ୍ୟାଶ୍ରୟ କେନ୍ଦ୍ରରେ କୈ÷ାଣସି ସରକାରୀ କାର୍ଯ୍ୟକ୍ରମ ହେଲେ ପିଲାଙ୍କ ପାଠପଢାରେ ବ୍ୟାହତ ସୃଷ୍ଟି ହେଉଛି । ଗୋଟିଏ କୋଠରୀରେ ଏକାଧିକ ଶ୍ରେଣୀର ପିଲା ପାଠ ପଢୁଛନ୍ତି । ଶ୍ରେଣୀଗୃହ ଅଭାବ ଯୋଗୁଁ ବାତ୍ୟାଶ୍ରୟ କେନ୍ଦ୍ରର ତଳେ ଦରିରେ ବସି ପାଠ ପଢୁଛନ୍ତ । ସରକାର ଆବଶ୍ୟକୀୟ ଶିକ୍ଷକ ଶିକ୍ଷୟିତ୍ରୀ ସହ ଶ୍ରେଣୀ ଗୃହ ଯୋଗାଇ ଦେବା ପାଇଁ ଭବେଶ ମଣ୍ଡଳ, ରାଜ କୁମାର ଜେନା, ଆଦିତ୍ୟ ପାତ୍ର, ତାପସ ମଣ୍ଡଳ, ଶିବଶଙ୍କର ମଣ୍ଡଳ ପ୍ରମୁଖ ଦାବି କରିଛନ୍ତି ।