ଚିକିଟି ଅଂଚଳରେ ହାତୀପଲର ଉପଦ୍ରବ 

ଚିକିଟି ଅଂଚଳରେ ହାତୀପଲର ଉପଦ୍ରବ 

ଗଞ୍ଜାମ - ଚିକିଟି ଅଂଚଳରେ ହାତୀ ଉପଦ୍ରବ ଦେଖାଦେଇଛି  । କେ ନୂଆଗାଁ ପଂଚାୟତ ଅଧିନରେ ଥିବା ଆଦିବାସୀ ଅଧୁ୍ୟଷିତ ଗାଁ କରାଖାଳି, ଆମ୍ବଝୋଳା, ଓମଳକୋଟ ରେ କିଛିଦିନ ହେଲା ହାତୀପଲ ଆସି ସଂଧ୍ୟା ରେ ପାଚିଲା ଧାନ ଫସଲ ଖାଇ ଦଳିଚକଟି ନଷ୍ଟ କରୁଛନ୍ତି  । ହାତୀକୁଂ ଘଉଡାଇବା ପାଇଁ ଚାଷୀ ମାନେ ଜୀବନକୁ ବାଜି ଲଗାଇ ପହରା ଦେଉଛନ୍ତି  । ଅନ୍ୟପକ୍ଷରେ ଏହି ସବୁ ଗାଁ ର ଜନସାଧାରଣ ସଂଧ୍ୟାରୁ ସକାଳ ଯାଏ ଭୟଭୀତ ଅବସ୍ଥାରେ ଜୀବନଯାପନ କରୁଛନ୍ତି  । ବନବିଭାଗ ପକ୍ଷରୁ ତୁରନ୍ତ ଏହି ଅଂଚଳରୁ ହାତୀ ଘଉଡାଇବା ବ୍ୟବସ୍ଥା ଗ୍ରହଣ କରିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି  ।