ଛାତ୍ରୀଙ୍କୁ ଅପହରଣ; ଥାନାରେ ଅଭିଯୋଗ
ସୁକିନ୍ଦା : ଏହି ଥାନା ଅଞ୍ଚଳର ଜନୈକା କଲେଜ ଛାତ୍ରୀଙ୍କୁ ଦିନ ଦ୍ୱିପହରେ ଅପହରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ମତେ ଥାନା ଅନ୍ତର୍ଗତ ବାହାବଳପୁର ଗ୍ରାମର ଜନୈକା ଛାତ୍ରୀ କଲେଜ ସାରି ଘରକୁ ଫେରୁଥିଲେ । ଛାତ୍ରୀ ବାହାବଳପୂର୍ ଛକରୁ ବସରୁ ଓହ୍ଲାଇ ଘରକୁ ଯିବା ସମୟରେ ପୂର୍ବରୁ ଏକ କାରଧରି ଜଗିରହିଥିବା କନ୍ତିରା ଗ୍ରାମ ବସନ୍ତ ପରିଡ଼ାଙ୍କ ପୁଅ ଇନ୍ଦ୍ରଜିତ ସ୍ଥାନୀୟ ଅଞ୍ଚଳର କିଛି ଯୁବକଙ୍କ ସହ ଛାତ୍ରୀଙ୍କୁ ଜୋର ଜବରଦସ୍ତ ଅପହରଣ କରି ନେଇଥିବା ଅପହୃତା ଛାତ୍ରୀଙ୍କ ମା ସୁକିନ୍ଦା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ସମୟରେ ଛାତ୍ରୀଙ୍କ ପରିବାର ସହ ଭାରତୀବିହାର ମହାବିଦ୍ୟାଳୟର ଅଧ୍ୟକ୍ଷ, ସେହି ବସର କର୍ମଚାରୀ ଓ ବସରେ ଥିବା ଛାତ୍ରଛାତ୍ରୀ ଥାନାରେ ଉପସ୍ଥିତ ରହିଥିଲେ । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।