ଶ୍ରୀରାମଚରିତ ମାନସ ଜ୍ଞାନଯଜ୍ଞ ପାରାୟାଣ ଓ ପ୍ରବଚନ 

ଭଦ୍ରକ : ଚିନ୍ତା ଚେତନା ଆଧ୍ୟାତ୍ମିକ ପରିଷଦ ଆନୁକୁଲ୍ୟରେ ଭଦ୍ରକ ଶ୍ରୀ ଲୋକନାଥ ମନ୍ଦିର ପରିସର ମଧ୍ୟରେ ତା୨୮-୦୩-୨୦୨୫ରିଖ ଠାରୁ ଶ୍ରୀରାମ ଚରିତ ମାନସ ଜ୍ଞାନଯଜ୍ଞ ପାରାୟଣ ଓ ପ୍ରବଚନ ଆରମ୍ଭ ହୋଇଅଛି ଓ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପବିତ୍ର ଶ୍ରୀରାମ ନବମୀ ଦିନ ଉଦଯାପିତ ହେବ । ପୁରୋଧା ଶ୍ରୀ ରାମନାରାୟଣ ମହାନ୍ତି ଓ ଶ୍ରୀମତୀ ରନôା ମହାନ୍ତିଙ୍କ ଦ୍ୱାରା ଘଟ ସ୍ଥାପନ କରାଯିବା ପରେ ବ୍ୟାସଜୀ ଶ୍ରୀ ଓମ୍ ପ୍ରକାଶ ଯୋଗୀ ମହୋଦୟ କରୁଥିବା ଶ୍ରୀରାମ ଚରିତ ମାନସ ପାରାୟଣ କାର୍ଯ୍ୟରେ ପୂଜକ ବିଜୟ କୁମାର ପାଣି, ଅଜୟ କୁମାର ପାଣି, ସଞ୍ଜୟ କୁମାର ପାଣି ଓ ତ୍ରିନାଥ କର ସହଯୋଗ କରୁଛନ୍ତି । ପ୍ରଥମ ପର୍ଯ୍ୟାୟରେ ତା ୨୮.୦୩.୨୫ ରୁ ତା ୧.୪.୨୫ରିଖ ପର୍ଯ୍ୟନ୍ତ ଡ. ଗୁରୁପ୍ରସାଦ ମହାପାତ୍ର ଓ ଦ୍ୱିତୀୟ ପାଳିରେ ତା ୦୨.୦୪.୨୫ରିଖ ରୁ ତା ୬.୦୪.୨୫ରିଖ ପର୍ଯ୍ୟନ୍ତ ଡ. ସାରଦା ପ୍ରସନ୍ନ କର ପ୍ରବଚନ ପରିବେଷଣ କରିବେ । ଉକ୍ତ କାର୍ଯ୍ୟକ୍ରମଟିକୁ ପରିଷଦର ସଭାପତି ଶ୍ରୀ ହରମୋହନ କୁଅଁର, ଉପସଭାପତି ବ୍ରଜକିଶୋର ଦାସ ଓ ବୈଲୋଚନ ବେହୁରିଆ, ପ୍ରତିଷ୍ଠାତା ସଂପାଦକ ଶ୍ରୀ ରାମ ନାରାୟଣ ପାଣିଗ୍ରାହୀଙ୍କ ସମେତ ବରିଷ୍ଠ ସଭ୍ୟ ସର୍ବଶ୍ରୀ ଶାନ୍ତନୁ କୁମାର ରାଉତ, ଉପେନ୍ଦ୍ର ରାଉତ, ଅଜିତ କୁମାର ନାୟକ, କରୁଣାକର ଉପାଧ୍ୟାୟ, ଆଦିତ୍ୟ କୁମାର ନାୟକ, ଆଦିତ୍ୟ କୁମାର ଗୋସ୍ୱାମୀ, ମୁକ୍ତିକାନ୍ତ ମହାପାତ୍ର, ବିନୟ କୁମାର ପଣ୍ଡା, ଚନ୍ଦ୍ରମୋହନ ମହାନ୍ତି, ମଦନ ମୋହନ ନାୟକ, ଅଭିମନୁ୍ୟ ନାୟକ, ପୁରୁଷୋତମ ଗୁପ୍ତା, ଗଦାଧର ପଣ୍ଡା, ପ୍ରଫୁଲ୍ଲ କୁମାର ମଲ୍ଲିକ, ସ୍ନେହଲତା ବେହେରା, ମମତା ରାଣୀ ରାଉତ, ତରୁଲତା ସାହୁ ଆଦି ସଭ୍ୟସଭ୍ୟା ଗଣ ସହଯୋଗ କରୁଛନ୍ତି ।